ଭୁବନେଶ୍ୱର ୨୮।୦୪ : ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ । ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି । ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଏହି ସବୁ ପଦୀବ ପୂରଣ ହୋଇପାରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସେ କହିଛନ୍ତି ଯେ, ଜୁନ ୧୨ରେ ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ହେବ। ଏହା ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ। ଖାଲି ପଡ଼ିଥିବା ନିଗମ ଓ ବୋର୍ଡରେ ନିଯୁକ୍ତି ହେବ। ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖାଲି ଖୋର୍ଦ୍ଧାରେ ବାକି ଅଛି। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି କରାଯିବ। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ। ଯେତେବେଳେ ଲାଗିବ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲୁ, ସେଥିରୁ ୮୦ ପ୍ରତିଶତ ସାରିଛୁ। ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ।

Also Read:-Vaibhav Sooryavanshi: ଫଟୋ ଉଠାଇଲେ ୧୦୦ ଟଙ୍କା ନେଉଛନ୍ତି ବୈଭବ ! ପ୍ରଶଂସକ ଶୁଣି କାବା

ଅନ୍ୟପଟେ ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, ଆସାମ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶାକୁ ୩୬ଟି ବିଧାନସଭା ଦାୟିତ୍ୱ ଦିଆଯାଇଥିଲା। ବେଙ୍ଗଲକୁ ଲାଗିଥିବା ଜିଲ୍ଲାମାନଙ୍କୁ ଆମର ଅଧିକା କାର୍ଯ୍ୟକର୍ତ୍ତା ଯାଇଥିଲେ। ପ୍ରତି ବିଧାନସଭା ପାଇଁ ଜଣେ କି ଦୁଇ ଜଣ କାର୍ଯ୍ୟକର୍ତ୍ତା ଯାଇଥିଲେ। ବେଙ୍ଗଲ ନିର୍ବାଚନ ବର୍ତ୍ତମାନ ସାଧାରଣ ଲୋକଙ୍କ ନିର୍ବାଚନ ହୋଇଯାଇଛି। ଆସାମକୁ ଦୁଇଟି ଫେଜରେ ୧୪ ଜଣ ଏବଂ ବେଙ୍ଗଲକୁ ମଧ୍ୟ ଦୁଇଟି ଫେଜରେ ଅଧିକ ସଂଖ୍ୟକ କାର୍ଯ୍ୟକର୍ତ୍ତା ଯାଇଥିଲେ।

Watch Video:-