ମୁମ୍ଵାଇ ୧୨।୧୦; ବଲିଉଡ ଷ୍ଟାଙ୍କର ଷ୍ଟାଇଲ୍ ହେଉ କି ବ। ସବୁକିଛି ରହିଥାଏ ଫ୍ୟାନ୍ସଙ୍କ ନଜରରେ। ଆଉ ଯେତେବେଳେ କଥା ଆସେ ଅଭିନେତ୍ରୀ ଜୟା ବଚ୍ଚନଙ୍କର, ସେତେବେଳେ ଚର୍ଚ୍ଚା ହେବା ତ ନିଶ୍ଚିତ। ଏବେ ପୁଣି ଥରେ ଜୟା ବଚ୍ଚନଙ୍କୁ ନେଇ ସୋସିଆଲ୍ ମିଡିଆରେ ଜୋର୍ଦାର ଚର୍ଚ୍ଚା। ଅମିତାଭ ବଚ୍ଚନଙ୍କ ପତ୍ନୀ ତଥା ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ଏକ କାର୍ଯ୍ୟକ୍ରମରେ ଝିଅ ଶ୍ୱେତା ବଚ୍ଚନଙ୍କ ସହ ପହଞ୍ଚିଥିବା ଜୟାଙ୍କୁ ଦେଖି ପାପାରାଜିଙ୍କ ମଧ୍ୟରୁ ଜଣେ ଫଟୋଗ୍ରାଫର୍ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ଏବେ ଇଣ୍ଟରନେଟ୍ରେ ଚର୍ଚ୍ଚା ଜୋର୍ ଧରିଛି। ତେବେ କ’ଣ ରହିଛି ସେହି ଭାଇରାଲ୍ ଭିଡିଓରେ? କାହିଁକି ପୁଣି ଥରେ ପାପାରାଜିଙ୍କ ସହ ଜୟା ବଚ୍ଚନଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା? ଆସନ୍ତୁ ଜାଣିବା

This is hilarious..🤣 Jaya Bacchan stared at journalist with anger. But journalist said, "Madam, ghur kaahe rhi ho, aap Amitabh Bachchan ki wife ho isiliye photo liya.. Ye aankhe Amitabh Bachchan ko dikhaana Hume nhi."😆 https://t.co/62kfYZWOKg

ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ ଆଉ ପାପାରାଜିଙ୍କ ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ତିକ୍ତତା। ଯେଉଁଥିରେ ନିଜ ଝିଅ ଶ୍ୱେତା ବଚ୍ଚନଙ୍କ ସହ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିବା ଜୟା ପାପାରାଜିଙ୍କ ଆଡ଼କୁ ରାଗଭରା ଦୃଷ୍ଟିରେ ଚାହୁଁଛନ୍ତି। ଭିଡିଓରେ ଜୟାଙ୍କ ଏଭଳି ଭାବଭଙ୍ଗୀ ଦେଖି ଜଣେ ଫଟୋଗ୍ରାଫର ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି। ସେ ଜୟାଙ୍କୁ କହୁଛନ୍ତି, ମ୍ୟାଡମ୍, ଆପଣ ଏମିତି କାହିଁକି ରାଗି ଚାହୁଁଛନ୍ତି? ଆମେ ଆପଣଙ୍କ ଫଟୋ ଉଠାଇଲୁ, କାରଣ ଆପଣ ଅମିତାଭ ବଚ୍ଚନଙ୍କ ପତ୍ନୀ। ଏଭଳି ରାଗ ବଡ ବଡ ଆଖି ଅମିତାଭ ବଚ୍ଚନଙ୍କୁ ଦେଖାଇବ ଆମକୁ ନୁହଁ...ପ୍ଲିଜ ନେଇ ଯାଅ ମ୍ୟାଡମଙ୍କୁ କହିକି ଟିପ୍ପଣୀ ମଧ୍ୟ କରୁଛନ୍ତି।

ତେବେ ଏହି ଭିଡିଓରେ ଜୟା ବଚ୍ଚନ କୌଣସି ପ୍ରତିକ୍ରିୟା ନଦେଇ ନିରବରେ ସେଠାରୁ ଚାଲିଯାଉଥିବା ଦେଖାଯାଉଛି। ଭିଡିଓଟି ଭାଇରାଲ ହେବା ପରେ ନେଟିଜେନ୍ସଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଭିଡିଓଟି ପୁରୁଣା ନା ଏବେକାର, ତାହା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜୟା ବଚ୍ଚନ ପାପାରାଜିଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସାମ୍ବାଦିକଙ୍କ ସହ ତାଙ୍କର କୌଣସି ସମସ୍ୟା ନଥିବା କହିବା ସହ ପାପାରାଜିଙ୍କ କାର୍ଯ୍ୟଶୈଳୀକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ମୋବାଇଲ୍ ଫୋନ୍ ହାତରେ ଥିବାରୁ ଯେକୌଣସି ବ୍ୟକ୍ତିଙ୍କ ଫଟୋ ଉଠାଇବା ଏବଂ ମନଇଚ୍ଛା ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ। ଏବେ ପୁଣି ଏହି ଭାଇରାଲ ଭିଡିଓକୁ ନେଇ ଜୟା ବଚ୍ଚନ ଏବଂ ପାପାରାଜିଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଛି।