ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଲାଇମଲାଇଟରେ ଅଛନ୍ତି ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଦେଖି ସମସ୍ତେ କାବା। ସବୁ ମହଲରେ ପ୍ରଶଂସା କରାଯାଇଛି। ଭାରତୀୟ ଦଳରେ ତାଙ୍କର ସାମିଲ ପାଇଁ ମଧ୍ୟ ଦାବି ହେଉଛି। ବର୍ତ୍ତମାନ, ସୂର୍ଯ୍ୟବଂଶୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଯୁବ ଫ୍ୟାନ୍ସଙ୍କ ସହିତ ପ୍ରାଙ୍କ୍ କରୁଥିବାର ଦେଖାଯାଉଛି।

ରାଜସ୍ଥାନ ରୟାଲ୍ସ ଏହାର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏକ ଭିଡିଓ ସେୟାର କରିଛି। ଭିଡିଓରେ, ଦୁଇଜଣ ଯୁବ ପ୍ରଶଂସକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିବାକୁ ଆସୁଛନ୍ତି। ସେମାନେ ତାଙ୍କ ସହିତ ଏକ ଫଟୋ ଉଠାଇବାକୁ ଚାହୁଁଥିଲେ। ବୈଭବ ସେମାନଙ୍କୁ ଚିଡିଯାଇ କୁହନ୍ତି ଯେ ସେ ଫଟୋ ଉଠାଇବା ପାଇଁ ଟଙ୍କା ନିଅନ୍ତି।

also read- ଅଲମ୍ପିକ୍ ବିଜୟିନୀଙ୍କୁ ବୈଭବଙ୍କ ବାବଦରେ ପ୍ରଶ୍ନ ! ରାଗିଗଲେ ନେଟିଜେନ୍ସ୍, କହିଲେ...

ତା’ପରେ ବୈଭବ ସେମାନଙ୍କୁ କୁହନ୍ତି ଯେ ସେ ସେମାନଙ୍କଠାରୁ ଏକ ଫଟୋ ପାଇଁ ୧୦୦ ଟଙ୍କା ନେବେ। ଉଭୟ ପିଲା ବୈଭବଙ୍କୁ ଦେବାକୁ ରାଜି। ଶେଷରେ, ବୈଭବ ସୂର୍ଯ୍ୟବଂଶୀ ସେମାନଙ୍କୁ କୁହନ୍ତି ଯେ ସେ ମଜା ବା ପ୍ରାଙ୍କ୍ କରୁଥିଲେ। ସୂର୍ଯ୍ୟବଂଶୀ ତା'ପରେ ସେମାନଙ୍କ ସହିତ ଫଟୋ ପାଇଁ ପୋଜ୍ ଦିଅନ୍ତି।

ବୈଭବ ସୂର୍ଯ୍ୟବଂଶୀ ଗତ ବର୍ଷ IPL ରେ ତାଙ୍କ ବ୍ୟାଟିଂ ଧାରା ନେଇ ସନ୍ଦେହ ଥିଲା। ସେ ଏଥର IPL ରେ ନିଜର ଛାପ ସୃଷ୍ଟି କରିବାରେ କୌଣସି ଦିଗ ଛାଡ଼ିନାହାଁନ୍ତି। ବୈଭବ ସୂର୍ଯ୍ୟବଂଶୀ IPL 2026 ରେ ଏପର୍ଯ୍ୟନ୍ତ ୮ ମ୍ୟାଚରେ ୩୫୭ ରନ୍ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ୨ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ରହିଛି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୪.୮୭। ସେ ବର୍ତ୍ତମାନ ଏହି ସିଜିନରେ ସର୍ବାଧିକ ରନ୍ ସ୍କୋରରଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।