କେନ୍ଦୁଝର, ୨୩/୦୮ : କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ବ୍ଲାକମେଲ୍ ମାମଲାରେ ଆସାମୀ ନନ୍ଦିପଦା ଥାନା ତମ୍ପାଳ ଗ୍ରାମର ମଦନ ମୋହନ ପାଣିଗ୍ରାହୀ (୨୬)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୩ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଯୁବକ ଅଧିକ ୫ବର୍ଷ ୬ ମାସ ଜେଲ୍ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି।

କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ ନିବେଦନ କରି ଅସଫଳ ହେବା ପରେ କେନ୍ଦୁଝର ବିଦ୍ୟାଳୟରେ ପଢୁଥିବା ମଦନମୋହନ ବିବାହ କରିବାର ପ୍ରଲୋଭନ ଦେଖାଇଥିଲା। ପ୍ରେମ ସ୍ଵୀକାର ନ କଲେ ଆତ୍ମହତ୍ୟା କରିବ ବୋଲି କହିଥିଲା। ୨୦୧୭ ଫେବ୍ରୁଆରୀ ୧୪ ତାରିଖ ଭାଲେଣ୍ଟାଇନ୍ ଡେ’ରେ ନାବାଳିକାକୁ ନିଜ ଭଡାଘର ମାଧପୁରକୁ ଡାକି ଶାରୀରିକ ସମ୍ପର୍କ ରଖିଥିଲା । ଏହାପରେ ସେ ବର୍ଷ ବର୍ଷ ଧରି ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଶାରୀରିକ ସମ୍ପର୍କ ସମୟରେ ଅଜାଣତରେ ଅନେକ ଭିଡିଓ ଓ ଫୋଟକୁ ଚତୁରତାର ସହିତ ଅଭିଯୁକ୍ତ ରଖି ବ୍ଲାକ୍ମେଲ୍ କରି ୭ବର୍ଷ ଧରି ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା।

Also Read :- ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଗିରଫ ! ପୋଲିସକୁ ଧମକ ଅଭିଯୋଗରେ ବନ୍ଧାହେଲେ...

ନାବାଳିକା ସମ୍ପର୍କ ରଖିବାକୁ ଅରାଜି ହେଲେ ଭିଡିଓ ଓ ଫଟୋ ଭାଇରାଲ କରି ଦେବାର ବ୍ଲାକମେଲ୍ କରୁଥିଲା। ଫଳରେ ନାବାଳିକା ଅଭିଯୁକ୍ତ ଯୁକ୍ତ କଥାରେ ରାଜି ହେଉଥିଲେ। ପରେ ବିବାହ ପାଇଁ ମଦନ ମୋହନ ଅରାଜି ହୋଇଥିଲା। କେନ୍ଦୁଝର ଛାଡି ଭୁବନେଶ୍ୱରରେ ଏକ ମନ୍ଦିରରେ ପୂଜକ ଭାବେ କାମ କରିବା ସମୟରେ ଭିଡିଓ ଓ ଫଟୋ ଦେଖାଇ ବାରମ୍ବାର ନାବାଳିକା ଠାରୁ ଟଙ୍କା ନେଇ ଚାଲିଥିଲା। ବଦନାମ ଭୟରେ ନାବାଳିକା ଘରୁ ଟଙ୍କା ଆଣି ଯୁବକକୁ ଦେଉଥିଲେ। ଟଙ୍କା ପାଇବା ପରେ ମଧ୍ୟ ଯୁବକ ଅନେକ ଅଶ୍ଳୀଳ ଫଟୋ ଓ ଭିଡିଓ ୱେବସାଇଟ୍ରେ ଅପଲୋଡ କରି ଦେଇଥିଲା । ଫଳରେ ନାବାଳିକା ଲଜ୍ଜାରେ ଘରୁ ବାହାରି ପାରିନଥିଲା। ଘର ଲୋକେ ନାବାଳିକାଙ୍କୁ ପଚରାଉଚରା କରିବା ପରେ ଘଟଣା କହିଥିଲେ। ନାବାଳିକା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୦୨୪ ଜାନୁଆରୀରେ ଅଭିଯୁକ୍ତକୁ ଗିରଫ କରିଥିଲା ।