ଉଦଳା ୨୪।୦୨ : ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହାଣିଲେ । ପ୍ରତ୍ୟକ୍ଷଦର୍ଶୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଅଭିଯୁକ୍ତଙ୍କ ସଂପର୍କୀୟ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡ଼ିଗାଁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଏ ଖବର ବି ପଢନ୍ତୁ:- ହତ୍ୟା ଘଟଣାରେ ସାକ୍ଷୀ ଦେଇଥିଲେ… ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଖବର ଅନୁଯାୟୀ, ଗତ ନଭେମ୍ବର ମାସରେ ଧାନଘେରା ଗାଁରେ ରାତିରେ ଗ୍ୟାସ୍‌ ସିଲିଣ୍ଡର ଚୋରି କରୁଥିବା ବେଳେ ଗ୍ରାମବାସୀମାନେ ଗଡ଼ିଗାଁ ଦେଉଳା ଗାଁରେ ବାପି କୋହ୍ଲାର ଏବଂ କାହ୍ନୁ ମଢେଇଙ୍କୁ କାବୁ କରିଥିଲେ । ଏହାସହ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ । ନିର୍ଘାତ ମାଡ଼ ମାରିବା ପରେ ବାପି କୋହ୍ଲାରର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ମୋଟ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପରେ ଜେଲ ହାଜତକୁ ପଠାଯାଇଥିଲା । ତେବେ କାହ୍ନୁ ଜେଲ୍‌ରୁ ଜାମିନରେ ଆସିଥିଲେ । ସାଥୀ ବାପି କୋହ୍ଲାର ହତ୍ୟା ଘଟଣାରେ ସିଏ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିଲା ।  ସୋମବାର ଉକ୍ତ ହତ୍ୟା ଘଟଣାରେ ସାକ୍ଷୀ ଦେବାକୁ କୋର୍ଟ ଯାଇଥିଲେ। ସେଠାରୁ ଫେରିବା ସମୟରେ ଅଭିଯୁକ୍ତଙ୍କ ସଂପର୍କୀୟଙ୍କ ସହିତ ଗାଁରେ ଝଗଡ଼ା ହୋଇଥିଲେ । ଦେଖୁ ଦେଖୁ ଝଗଡ଼ା ଉଗ୍ର ରୂପ ନେଇଥିଲା । ୫ ଜଣ ଯୁବକ କାହ୍ନକୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ କାହ୍ନୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିବା ବେଳେ ଯୁବକମାନେ ଘରେ ପଶି ଆକ୍ରମଣ କରିଥିଲେ । ପରେ ଘର ବାହାରକୁ ଟାଣି ଆଣି ବାଡ଼େଇ ବାଡ଼େଇ ମାରି ଦେଇଥିଲେ । ସେପଟେ ଖବର ପାଇ ଖୁଣ୍ଟା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏ ଖବର ବି ପଢନ୍ତୁ:- ଭାରତର 'ପ୍ରହାର'ରେ ଥରିଲେଣି ଆତଙ୍କବାଦୀ : ଏବେ ଆକ୍ରମଣ ପୂର୍ବରୁ ଭାବିବେ ଶହେ ଥର, ଖସିବାର ବାଟ ନାହିଁ