କୋଲକାତା: ତୃଣ ମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି। କହିଛନ୍ତି ମୁଁ ବିଜେପିର ପତନ ଦେଖିବା ପର୍ଯ୍ୟନ୍ତ ନିଶ୍ଚିତ ଜୀବିତ ରହିବି। ବିଧାୟକ ମଦନ ମିତ୍ର ଋତବ୍ରତ ବାନାର୍ଜୀଙ୍କ ବିରୋଧୀ ଗୋଷ୍ଠୀରେ ସାମିଲ ହେବା ପରେ ମମତା ଏପରି କହିଛନ୍ତି। ତେବେ ମିତ୍ର ଦଳ ଛାଡିବାକୁ ସେ ଏତେଟା ଗୁରୁତ୍ୱ ଦେଇ ନାହାନ୍ତି। କହିଛନ୍ତି ସେ ବିଧାନସଭାରେ କେବଳ ତାଙ୍କର କୋଠରୀ ବଦଳାଇଛନ୍ତି ଓ କହିଛନ୍ତି ସେ ଟିଏମସି ଏଥି ପାଇଁ ଛାଡିଛନ୍ତି ଯେ ଅଭିଷେକ ବାନାର୍ଜୀଙ୍କୁ ୬ ମାସ ଛୁଟି ଦେବାକୁ ତାଙ୍କ ଅନୁରୋଧ ଅସ୍ୱୀକାର କରାଯାଇଥିଲା।

ତେବେ ମଦନ ମିତ୍ର ଗୋଷ୍ଠୀ ବଦଳାଇଦେବା ପ୍ରସଙ୍ଗରେ ମମତା କହିଛନ୍ତି ଯେ ସେ ଏହି ପଦକ୍ଷେପ ତାଙ୍କ ପତ୍ନୀ ଓ ପୁଅଙ୍କୁ ଇଡି ନୋଟିସ୍ ମିଳିବା ପରେ ନେଇଛନ୍ତି। ତେବେ ମିତ୍ରଙ୍କ ଏପରି ନିଷ୍ପତ୍ତି ପଛରେ ଅଭିଷେକ ବାନାର୍ଜୀଙ୍କ କୌଣସି ହାତ ନାହିଁ। ଏବେ ଅଭିଷେକ ବାନାର୍ଜୀଙ୍କୁ ଏକ ବାହାନା କରାଯାଉଛି। ତାଙ୍କ ପରିବାରକୁ ମଧ୍ୟ ଇଡି ସିବିଆଇ ନୋଟିସ୍ ମିଳୁଛି ସେ ଯଦି ଚାହାଁନ୍ତେ ତେବେ ତାଙ୍କୁ ମଧ୍ୟ ଆଶ୍ୱସ୍ତି ମିଳି ପାରନ୍ତା। ହେଲେ ସେ ପଳାୟନ ପନ୍ଥୀ ନୁହନ୍ତି। ସେ ଯେପରି ଲଢେଇ ଚଳାଇଛନ୍ତି ଏଥିରେ ତାଙ୍କର ସବୁ ଭୁଲକୁ କ୍ଷମା କରାଯାଇଛି।

ଦଳବଦଳକାରୀଙ୍କୁ କଡ଼ା ସମାଲୋଚନା କରି ମମତା କହିଛନ୍ତି ଯେ ମୁଁ ଧୋକବାଜଙ୍କ ତରଫରୁ ଜନତାଙ୍କୁ କ୍ଷମା ମାଗୁଛି। ମୁଁ ରାଜନୈତିକ ଅସ୍ତିତ୍ୱ ପାଇଁ ମୋ ବିବେକକୁ ବିକ୍ରି କରିଦେଇନି। ଟିଏମସି ନେତ୍ରୀ କହିଛନ୍ତି ଯେ ମୋ ବିରୋଧରେ ଓ ମୋ ପରିବାର ବିରୋଧରେ ଜାରି କାର୍ଯ୍ୟାନୁଷ୍ଠାନ କେବଳ ମୋର କଡ଼ା ଆଭିମୁଖ୍ୟ ପାଇଁ ଓ ବୁଝାମଣା ନ କରିବାର ନିଷ୍ପତ୍ତିର ପରିଣାମ। ଯଦି ମୁଁ ସେମାନଙ୍କ ସହ ବୁଝାମଣା କରି ନେଇଥାନ୍ତି ମୋତେ ଏତେ ଯାତନା ସହିବାକୁ ପଡୁ ନଥାନ୍ତା।

ସେମାନଙ୍କ ସହ ବୁଝାମଣା କରିଥିବା ଲୋକଙ୍କର ମଧ୍ୟ ନିଜର ସମସ୍ୟା ରହିଛି। ମମତା ବାନାର୍ଜୀ କହିଛନ୍ତି ଯେ ବିଧାୟକମାନେ ଦଳବଦଳ କରନ୍ତୁ ସେଥି ପାଇଁ ବିଜେପି ତଦନ୍ତ ଏଜେନ୍ସୀ ଓ ପୋଲିସକୁ ସେମାନଙ୍କ ପଛରେ ଲଗାଇଛି। ଏଥିରେ ଅନେକ ନେତା ଡରରେ ପାଲା ବଦଳେଇ ଦେଇଥିବା ମମତା କହିଛନ୍ତି। ମମତା କହିଛନ୍ତି ଯେ ଏବେବି ଲୋକସଭା ଓ ରାଜ୍ୟସଭାରେ ଆମର ୧୮ ଜଣ ସାଂସଦ ଅଛନ୍ତି। ତେବେ ଯେଉଁ ସାଂସଦମାନେ ଶାସକ ଦଳ ସହ ବୁଝାମଣା କରିଛନ୍ତି ସେମାନେ କେବଳ ପୋଲିସ ଭୟରେ ଏପରି କରିଛନ୍ତି।