ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଠାବ ହେଲା ମାଓ ଡମ୍ପ୍। ମାଥିଲି ଥାନା ଅନ୍ତର୍ଗତ କିରିମିଟି ଜଙ୍ଗଲରୁ ଜବାନ ମାନେ ଉଦ୍ଧାର କଲେ ମାଓବାଦୀଙ୍କ ଏକ ବଡ ଡମ୍ପ୍ । ଯାହା ଭିତରେ ରହିଛି ତିନୋଟି ଦେଶି ବନ୍ଧୁକ, ଚାରୋଟି ଲ୍ୟାଣ୍ଡମାଇନ, ଦୁଇଟି କ୍ଳେମର ମାଇନ, ଡିଟୋନିଟର, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର । ଏସଓଜି ଓ ଡିଭିଏଫ ବାହିନିର ମିଳିତ କୁମ୍ବିଙ୍ଗ ଅପରେସନ ହୋଇଥିଲା। ସିଲାକୋଟା ଓ କିରିମିଟି ଜଙ୍ଗଲରୁ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ମାଓ ଡମ୍ପ ଠାବ କରାଯାଇଥିବା କହିଛନ୍ତି ମାଲକାନଗିରି ଏସ୍.ପି.।

 Also Read- Accident : ସୂର୍ଯ୍ୟାପେଟରେ ମର୍ମନ୍ତୁଦ ଦୁର୍ଘଟଣା; ଲୁହାରଡ ବୋଝେଇ କଣ୍ଟେନର ସହ ଧକ୍କା ହେଲା ବସ୍‌, ୫ ମୃତ

 ସୂଚନାନୁସାରେ ଜୁନ୍ ମାସରେ ନକ୍ସଲ ଡମ୍ପ୍ ମିଳିଥିଲା।  ଆଜି ପୁଣି  ଆତ୍ମସପର୍ପଣ କରିବା ମାଓବାଦୀଙ୍କ ସୂଚନା ଆଧାରରେ ଅପରେସନକୁ ଜୋରଦାର କରାଯାଇଥିଲା। ଯେଉଁଠି ମାଓ ଡମ୍ପ୍ ଠାବ କରାଯାଇଛି। ଯଦିଓ  ମାଲକାନଗିରି ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିଲା। ତଥାପି କିଛି ସୂଚନା ଆଧାରରେ ଚଢ଼ାଉ ଜାରି ରହିଛି। ଆଉ ଜଙ୍ଗଲ ଭିତରେ ଲୁକ୍କାୟିତ ଭାବରେ ଥିବା ମାଓ ସାମଗ୍ରୀ  ଜବତ କରାଯାଉଛି।