ରାୟଗଡ଼ା ୧୨।୧୧: ଗ୍ରୋସରୀ ଦୋକାନରେ ହଠାତ୍ ନିଆଁ । ଜଳିପୋଡ଼ି ପାଉଁଶ ହୋଇଗଲା ପୂରା ଦୋକାନ । ଆଖି ପିଛୁଳାକେ ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ରାୟଗଡ଼ା ସହରରୁ ଆସିଛି ଏଭଳି ଏକ ବଡ଼ ଦୁର୍ଘଟଣାର ଖବର । ସହରର ରାମକୃଷ୍ଣ ନଗର ସ୍ଥିତ ଏକ ଗ୍ରୋସରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।

ଗୁରୁବାର ସକାଳ ସମୟରେ ରାଜେନ୍ଦ୍ର ମିଶ୍ରଙ୍କ ଗ୍ରୋସରୀ ଦୋକାନରେ କୌଣସି କାରଣ ବଶତଃ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖିବା କ୍ଷଣି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ୧୨ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Also Read:- ୧୦ ବର୍ଷର ଅପେକ୍ଷା ପରେ ବି ମିଳିଲାନି ରାସ୍ତା, ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହି ଦୁର୍ଘଟଣାରେ ଦୋକାନରେ ଥିବା ଫ୍ରିଜ୍ ସମେତ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Watch Video: