ଲକ୍ଷ୍ନୌ: ଝିଅ ବାହା ହେବ। ଖୁସିରେ ଫାଟିପଡୁଥିଲା ପୂରା ପରିବାର। ବିବାହ କାର୍ଡ ଛପା ହୋଇସାରିଥିଲା। ପରମ୍ପରା ଅନୁଯାୟୀ, ପ୍ରଥମ ନିମନ୍ତ୍ରଣ ଭଗବାନଙ୍କୁ ଅର୍ପଣ କରାଯିବାର ଥିଲା। ଏଇଥି ପାଇଁ ମାଆ ବାହାରିଲେ କିନ୍ତୁ ଆଉ ଫେରିଲେନି। ସବୁକିଛି ଛାରଖାର ହୋଇଗଲା। ହସଖୁସି ବଦଳରେ କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବାର। ଉତ୍ତର ପ୍ରଦେଶର ମହୋବା ଜିଲ୍ଲା କାବାଇ ଥାନା ଅନ୍ତର୍ଗତ ମକରବାଇ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ମାଆ ପ୍ରଥମ ନିମନ୍ତ୍ରଣ ମନ୍ଦିରରେ ଦେବାକୁ ଯାଇ ଆଉ ଫେରିନଥିଲେ।

ଧୀରେନ୍ଦ୍ର ସିଂହଙ୍କ ପତ୍ନୀ ୪୨ ବର୍ଷୀୟା ଉଷା ସିଂହ ତାଙ୍କ ୨୧ ବର୍ଷୀୟା ଝିଅ ସପନାଙ୍କ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ସପନାଙ୍କ ବିବାହ ୨୮ ଏପ୍ରିଲରେ ହେବାର ଥିଲା। ବିବାହ କାର୍ଡ ଛପା ହୋଇସାରିଥିଲା। ପରମ୍ପରା ଅନୁଯାୟୀ, ପ୍ରଥମ ନିମନ୍ତ୍ରଣ ଭଗବାନଙ୍କୁ ଅର୍ପଣ କରାଯିବାର ଥିଲା।

​​​​​​​also read- ଅନିରୁଦ୍ଧାଚାର୍ଯ୍ୟଙ୍କ ଫେକ୍ କଣ୍ଟେଣ୍ଟ ବନାଇଲେ ପଡ଼ିବ ମହଙ୍ଗା, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ଏହି ପରମ୍ପରା ପାଳନ କରିବା ପାଇଁ, ଉଷା ସିଂହ ତାଙ୍କ ୧୫ ବର୍ଷୀୟ ପୁଅ ନଗେନ୍ଦ୍ରଙ୍କ ସହିତ ମଧ୍ୟପ୍ରଦେଶର ଓରଛାର ରାମରାଜା ସରକାର ମନ୍ଦିର ଦର୍ଶନ ପାଇଁ ଏକ ବାଇକରେ ବାହାରିଥିଲେ। ତାଙ୍କ ଝିଅର ବିବାହର ପ୍ରଥମ କାର୍ଡ ଭଗବାନଙ୍କ ପାଦରେ ଅର୍ପଣ କରିବା ପାଇଁ ଯାଇଥିଲେ।

ଗାଁର ରେଳବାଇ ଅଣ୍ଡରବ୍ରିଜ୍ଟି ବହୁତ ଖରାପ ଅବସ୍ଥାରେ ଅଛି। ପ୍ରବଳ ଯାତାୟାତ ଏବଂ ଅସମାନ ରାସ୍ତା ଯୋଗୁଁ ଯାତାୟାତ କରିବା କଷ୍ଟକର ହୋଇପଡୁଥିଲା। ଏହି କାରଣରୁ ଉଷା ସିଂହ ତାଙ୍କ ପୁଅ ନାଗେନ୍ଦ୍ରଙ୍କୁ ଏକା ବାଇକ୍ ନେବାକୁ କହିଥିଲେ। ଉଷା ନିଜେ ଚାଲିଚାଲି ରେଳବାଇ ଟ୍ରାକ୍ ପାର ହେବା ଆରମ୍ଭ କଲେ।

ଦୁର୍ଭାଗ୍ୟବଶତଃ, ସେ ଟ୍ରାକ୍ ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଝାନ୍ସି-ବନ୍ଦା ମେମୁ ଟ୍ରେନ୍ ସେହି ରାସ୍ତା ଦେଇ ଚାଲିଗଲା। ଉଷା ସିଂହ ଟ୍ରେନ୍ରେ ଧକ୍କା ଖାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସାରା ଦୁଃଖର ଛାୟା ଖେଳିଯାଇଛି। ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଗାଁର ରାସ୍ତା ଏବଂ ଅଣ୍ଡରବ୍ରିଜର ନିର୍ମାଣକୁ ଦାୟୀ କରିଛନ୍ତି। ବିବାହ ପ୍ରସ୍ତୁତି ଚାଲିଥିବା ଘର ଏବେ ଶୋକରେ ବୁଡ଼ି ରହିଛି। ଗ୍ରାମବାସୀ କହିଛନ୍ତି ଯେ ଯଦି ରାସ୍ତା ଏବଂ ଅଣ୍ଡରବ୍ରିଜ୍ ଭଲ ଅବସ୍ଥାରେ ଥାଆନ୍ତା, ତେବେ ଏହି ଦୁର୍ଘଟଣାକୁ ଏଡାଯାଇ ପାରିଥାଆନ୍ତା।