ପୁରୀ ୦୯/୦୨: ଯେତେ ଯାହା କଲେ ବି ସୁଧୁରିବେନି । ବାରମ୍ୱାର କୁଠାରଘାତ । ପୁଣି ଜଗନ୍ନାଥ ପ୍ରେମୀ ହତାଶ । ପୁଣି ମହାପ୍ରସାଦକୁ ଅପମାନ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଶ୍ରୀକ୍ଷେତ୍ରରେ ପୁରୀରେ ପୁଣି ମହାପ୍ରସାଦଙ୍କୁ ଅସମ୍ମାନ । ଡାଇନିଂ ଟେବୁଲ୍ ରେ ଚପଲ ପିନ୍ଧି ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ହୋଇଛି ଭାଇରାଲ।

ସୂଚନା ଥାଉକି, ପୁରୀର ଏକ ହୋଟେଲରେ ବଙ୍ଗୀୟ ଯାତ୍ରୀ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଛି । କେବଳ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ ନୁହେଁ ଚପଲ ପିନ୍ଧି ଏହାକୁ ସେବନ କରିବାକୁ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି। ତେବେ ମହାପ୍ରଭୁଙ୍କ ମହାପ୍ରସାଦ କାଣିଚାଏ ପ୍ରାପ୍ତ ହେଲେ ଆତ୍ମ ତୃପ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ସେହିପରି ମହାପ୍ରସାଦ ସେବନ ସମୟରେ ଖାଲି ପାଦରେ ତଳେ ବସି ଏହାକୁ ସେବନ କରିବାର ପରମ୍ପରା ମଧ୍ୟ ରହିଛି।

ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିବା ଦ୍ୱାରା ଅଶେଷ ପୁଣ୍ୟ ମିଳେ ବୋଲି ମଧ୍ୟ ବିଶ୍ବାସ ରହିଛି। କିନ୍ତୁ ମହାପ୍ରସାଦ କୁ ଏଭଳି ଅସମ୍ମାନ କରିବା ଆଦୋୖ ଉଚିତ ନୁହେଁ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି। ତେବେ ଯେଉଁ ହୋଟେଲରେ ବଙ୍ଗୀୟ ଯାତ୍ରୀ ମହାପ୍ରସାଦ କୁ ଅସମ୍ମାନ କରିଛନ୍ତି ସେହି ହୋଟେଲର କର୍ମଚାରୀ ମାନେ କ'ଣ କରୁଥିଲେ ସେହି ସମୟରେ ତାକୁ ନେଇ ପ୍ରଶ୍ନ ଉଠିଛି।

ମହାପ୍ରସାଦକୁ ସମ୍ମାନ ଦେଇ କିଭଳି ସେବନ କରିବା କଥା ସେନେଇ ହୋଟେଲ ପକ୍ଷରୁ ଯାତ୍ରୀମାନଙ୍କୁ ସଚେତନ କରାଗଲେ ଏଭଳି ଘଟଣା ବାରମ୍ବାର ଘଟନ୍ତା ନାହିଁ ବୋଲି ସେବାୟତ ମତ ରଖିଛନ୍ତି। ଏଣୁ ସମସ୍ତ ହୋଟେଲିୟର ଏ ଦିଗରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। 

also read..

ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ଏକ ଭଡ଼ା ଘରେ ରହୁଥିଲେ ଯୁବକ