ନୂଆଦିଲ୍ଲୀ ୧୫।୧୦ : ମାହାଙ୍ଗା ଡବଲ ମର୍ଡର ମାମଲା । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାକୁ ଆଶ୍ବସ୍ତି । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ନୃତ୍ତାଙ୍ଗର ବହୁଚର୍ଚ୍ଚିତ ଡବଲ୍ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି ।

୨୦୨୧ ଜାନୁଆରୀ ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପ୍ରଥମେ ୧୨ ଜଣ ଅଭିଯୁକ୍ତଙ୍କ ନାମ ମାମଲାରେ ସାମିଲ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରତାପ ଜେନାଙ୍କ ନାମକୁ ୧୩ ନମ୍ବର ଅଭିଯୁକ୍ତ ଭାବେ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଏହାକୁ ନେଇ ପ୍ରତାପ ଜେନା ତଳ କୋର୍ଟଙ୍କ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୨୦୨୪ ମସିହାରେ ଓଡ଼ିଶା ହାଇକୋର୍ଟ ତଳ କୋର୍ଟଙ୍କ ଆଦେଶକୁ ରଦ୍ଦ କରିଥିଲେ । ଏହାପରେ ମୃତ କୁଳମଣି ବରାଳଙ୍କ ପରିବାର ପକ୍ଷରୁ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଉଭୟ ପକ୍ଷର ସତ୍ୟପାଠ ଦାଖଲ ପରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ମାମଲା ରଦ୍ଦ ରାୟକୁ କାଏମ ରଖିଛନ୍ତି । ଯାହା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନଙ୍କୁ ଆଶ୍ବସ୍ତି ଦେଇଛି ।

Also Read:-Ghumura history : ବୀରବାଦ୍ୟ 'ଘୁମୁରା ' କୁହେ ଓଡ଼ିଆ ମାଟିର ବୀରତ୍ୱ ଓ ପରମ୍ପରା, ଯାହାର ଗର୍ଜନରେ କମ୍ପି ଉଠୁଥିଲା ରଣଭୂମି...