ପୁରୀ ୨୧।୧୦: ଆଜିଠାରୁ ଶ୍ରୀମନ୍ଦିରରେ ମହାପଞ୍ଚୁକ ନୀତି ସହ ହରି ଉତ୍ଥାପନ ଏକାଦଶୀ। ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼ ଲାଗିଛି ଶ୍ରୀମନ୍ଦିରରେ। ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।

ଚଳିତ ଥର ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ୪ଦିନ ପଡୁଛି। ଫଳରେ ଭକ୍ତମାନେ ମହାପ୍ରଭୁଙ୍କର ବାଙ୍କଚୂଡ଼ ବେଶ ଦର୍ଶନରୁ ବଞ୍ଚିତ ରହିବେ। ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କେଟ ଛକ ଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ୍ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ନଜରରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଚାରିପାଖକୁ ନୋଭେହିକିଲ ଜୋନ୍ କରାଯାଇଛି।

Also Read:-ଓଡ଼ିଶାରୁ ବାତ୍ୟା ବିପଦ ଟଳିଲା ! ଦୁର୍ବଳ ହୋଇ ଲଘୁଚାପରେ ପରିଣତ ଅକଭାନ୍

ସେହିପରି ସୁରକ୍ଷା ଦାୟିତ୍ବରେ ୩ ଜଣ ଏସପି କମାଣ୍ଡାଣ୍ଟ, ୫ ଜଣ ଅତିରିକ୍ତ ଏସପି, ୧୮ ଜଣ ଡିଏସପି, ୫୪ଇନ୍ସପେକ୍ଟରଙ୍କ ସହ ୪୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଲାଇଫ ଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି। ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ।