ଭୁବନେଶ୍ଵର: ବାତ୍ୟା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଶନିବାର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କିନ୍ତୁ ଦକ୍ଷିଣ ଓଡ଼ିଶାରେ ବର୍ଷା କମିଯିବ। ଉପକୂଳ ଓଡ଼ିଶାରେ ବି କାଁ ଭାଁ ବର୍ଷା ଆଶଙ୍କା ଅଛି। କୌଣସି ସ୍ଥାନରେ ଆଉ ଜୋର୍ରେ ପବନ ବହିବନି। କିନ୍ତୁ ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଅଧିକ ବର୍ଷା ହୋଇପାରେ।

also read- ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ, ତେଜିଲା ଅସନ୍ତୋଷ

ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସ୍ଥଳଭାଗ ଅତିକ୍ରମ ପରେ ଆଗକୁ ବଢିବା ସହ ଦୁର୍ବଳ ହେଉଛି 'ଅକୱାନ୍’। 'ଗୋପାଳପୁରରୁ ୧୫ କିମି ଦୂରରେ ଉପକୂଳ ଅତିକ୍ରମ କରିଛି ବାତ୍ୟା। ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି ପବନ ବେଗ ୭୦ରୁ ୮୦ କିଲୋମିଟର ରହିଥିଲା। ଝଟକା ପବନର ବେଗ ୯୦ କିମି ଥିଲା।