ଭୁବନେଶ୍ୱର ୦୩।୧୨ : ମାଧୁରୀ ନେଇଛନ୍ତି ୧ କୋଟି ୬୦ ଲକ୍ଷ । ଓଡ଼ିଶା ହସ୍ତତନ୍ତ୍ରର ବ୍ରାଣ୍ଡ ଆମ୍ବାସାଡାର ଭାବେ ବଲିଉଡ୍ ଅଭିନେତ୍ରୀ ଶ୍ରୀମତୀ ମାଧୁରୀ ଦିକ୍ଷୀତ ନେନେ ନେଇଛନ୍ତି ୧ କୋଟି ୬୦ ଲକ୍ଷ । ଏହାସହିତ ଯିବ ଆସିବାର ବିମାନ ଟିକେ, ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲେ ରାଜ୍ୟ ସରକାର । ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।

​​​​​​​

ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଭାବେ ଉତ୍ତର ର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ, ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ ଅଭିନେତ୍ରୀ ଶ୍ରୀମତୀ ମାଧୁରୀ ଦିକ୍ଷୀତ ନେନେଙ୍କୁ ୨୦୨୫ ରେ ନିଯୁକ୍ତି କରାଯାଇଅଛି । ଏହି ନିଯୁକ୍ତି ପାଇଁ ଶ୍ରୀମତୀ ନେନେଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଅଛି । ତାଙ୍କ ପାଇଁ ଯିବା ଆସିବା ଫ୍ଲାଇଟ ଟିକେଟ, ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି । ଓଡିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ, ବିଶ୍ବ ସ୍ତରରେ ଖ୍ୟାତି ସମ୍ପର୍ଣ୍ଣ ବଲିଉଡ ଅଭିନେତ୍ରୀ ଶ୍ରୀମତୀ ମାଧୁରୀ ଦିକ୍ଷୀତ ନେନେଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଛି। ଯାହା ଦ୍ବାରା ଓଡିଶାର ପାରମ୍ପରିକ ହସ୍ତତନ୍ତ କଳା ଓ ସୁନାମ ବିଶ୍ବର କୋଣ ଅନୁକୋଣରେ ପହଞ୍ଚା ଯାଇପାରିବ ଏବଂ ଓଡିଶାର ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ।