ନୂଆଦିଲ୍ଲୀ: ଆମେରିକା ଓ ଫ୍ରାନ୍ସ ଦୁଇ ଶକ୍ତିଶାଳୀ ଦେଶର ନେତା ଏବେ କଳିରେ ବ୍ୟସ୍ତ। ଦୁଇ ପଡ଼ୋଶୀ କଳି ଲାଗିଲା ପରି ପରସ୍ପରକୁ ବ୍ୟକ୍ତିଗତ ଟାର୍ଗେଟ୍ କରିଛନ୍ତି ଦୁଇ ନେତା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ମାକ୍ରନଙ୍କୁ ତାଙ୍କ ପତ୍ନୀଙ୍କ କଥା ନେଇ ଛିଗୁଲେଇଲେ। ମାକ୍ରୋନ ପତ୍ନୀଙ୍କ ଠାରୁ ମାଡ଼ ଖାଉଛନ୍ତି ବୋଲି ଟ୍ରମ୍ପ କହିଥିଲେ। ଆଉ ଏବେ ମାକ୍ରନ ଟ୍ରମ୍ପଙ୍କୁ ଦେଇଛନ୍ତି କଡ଼ା ଜବାବ।

ଦକ୍ଷିଣ କୋରିଆ ଗସ୍ତ ବେଳେ ମାକ୍ରନ ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଟ୍ରମ୍ପ ବେଶି କଥା କହୁଛନ୍ତି। ନା ତାଙ୍କ କଥା ଭଲ ଲାଗେ ନା ସେଥିରେ କିଛି ମୂଲ୍ୟ ଅଛି?”

କିଛି ସମୟ ପୂର୍ବରୁ ଟ୍ରମ୍ପ ମାକ୍ରନଙ୍କର ପତ୍ନୀଙ୍କ ସହ ହୋଇଥିବା ଘରୋଇ ମତାନ୍ତରକୁ ନେଇ ଥଟା କରିଥିଲେ। ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ ଇମାନୁଏଲ୍ଙ୍କ ସହ ବହୁତ ଖରାପ ବ୍ୟବହାର କରନ୍ତି ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପ ପରିହାସ କରି କହିଥିଲେ "ତାଙ୍କ (ମାକ୍ରନ) ଡାହାଣପଟ ହନୁହାଡ଼ ଏବେ ବି ଠିକ୍ ହୋଇ ନଥିବ।"

ମାକ୍ରନଙ୍କ ମୁହଁଙ୍କୁ ଠେଲି ଦେଇଥିଲେ ପତ୍ନୀ
ଏହି ଘଟଣା ୨୦୨୫ର। ମେ ମାସ ୨୦୨୫ରେ ମାକ୍ରନ ତାଙ୍କ ପତ୍ନୀ ବ୍ରିଜିଟଙ୍କ ସହ ଭିଏତନାମ ଗସ୍ତ କରିଥିଲେ। ଦମ୍ପତି ବିମାନରୁ ଓହ୍ଲାଇବା ପୂର୍ବରୁ ଏହି ଘଟଣା ଘଟିଥିଲା। ମାକ୍ରନ ତାଙ୍କ ପତ୍ନୀଙ୍କୁ ଡାକିବାକୁ ଯିବା ବେଳେ ବିମାନ ଭିତରେ ଥାଇ ବ୍ରିଜିଟ୍ ମାକ୍ରନଙ୍କ ମୁହଁକ ଠେଲି ଦେଇଥିଲେ। ଯାହା କ୍ୟାମେରାର କଏଦ ହୋଇଯାଇଥିଲା। ତେବେ ମାକ୍ରୋନ୍ ପୂର୍ବରୁ ଏହି କ୍ଲିପକୁ "ମିଥ୍ୟା ସୂଚନା" ବୋଲି କହି ଖାରଜ କରିଥିଲେ। ଦମ୍ପତ୍ତିଙ୍କ ମଧ୍ୟର କୌଣସି କଳି ହୋଇ ନଥିଲା, ସେମାନେ ମଜାକ କରୁଥିଲେ ବୋଲି କହିଥିଲେ।

ଟ୍ରମ୍ପଙ୍କ ନାଟୋ ସହଯୋଗୀଙ୍କୁ ସମାଲୋଚନା

ଇରାନ ସହ ଯୁଦ୍ଧରେ ନାଟୋ ସହଯୋଗୀ ସାହାଯ୍ୟ ନ କରିବାରୁ ଟ୍ରମ୍ପ ସେମାନଙ୍କୁ ସମାଲୋଚନା କରିଥିଲେ। ଆମେରିକା ନେତୃତ୍ୱାଧୀନ ସଂଘର୍ଷ ଉପରେ ନାଟୋ ସହଯୋଗୀଙ୍କ ମତକୁ ସମାଲୋଚନା କରିବା ସମୟରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଥିଲେ। ଏମିତିକି ନାଟୋରେ ତାଙ୍କର ଭୂମିକା ଏକ କାଗଜ ବାଘ ପରି ହେଇଯାଉଛି। ଏଥିପାଇଁ ସେ ସଂଗଠନରୁ ବାହାରିଯିବେ ବୋଲି ଟ୍ରମ୍ପ କହିଛନ୍ତି।