ଦିଗପହଣ୍ଡି ୧୭।୦୯ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁରେ ଆଶ୍ଚର୍ଯ୍ୟକର ଘଟଣା । ମାଟି ତଳୁ ବାହାରିଲା ମା କାଳୀଙ୍କ ମୂର୍ତ୍ତି । ଏହି ମୂର୍ତ୍ତିକୁ ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବଜାପଲ୍ଲୀ ଗାଁର ଦୁଦଷ୍ଟି ରେଡ୍ଡୀଙ୍କ ଝିଅ କାମିନ ରେଡ୍ଡୀଙ୍କ ଏକ ସୁନାମୁଦି ହଜିଯାଇଥିଲା । ମୁଦିକୁ ଚାରିଆଡେ ଖୋଜିବା ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ଘରର ବାରିପଟେ ଥିବା ମାଟିକୁ ଘରର କିଛି ଲୋକ ଖୋଳିଥିଲେ । ଏହି ସମୟରେ ହଠାତ୍ ମାଟି ତଳୁ ମା କାଳୀଙ୍କ ମୂର୍ତ୍ତି ମିଳିଥିଲା । ମୂର୍ତ୍ତିଟି ସୁନାର ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ହେଲେ ଏହା କେତେ ଦୂର ଠିକ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Also Read:-Plastic bottle house : ୮୦ ହଜାର ପ୍ଲାଷ୍ଟିକ୍ ବୋତଲରେ ତିଆରି ହେଲା ‘ସ୍ୱପ୍ନର ମହଲ’, ଦମ୍ପତିଙ୍କ ଅଦ୍ଭୁତ କାରନାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ତେବେ ମାଟି ତଳୁ ଏଭଳି ସୁନା ମୂର୍ତ୍ତି ମିଳିବା ବହୁତ ଦୁର୍ଲଭ । ତେଣୁ ତାକୁ ନେଇ ପୁରା ଗାଁ ଏବଂ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଗାଁରେ ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମିଛି ।