ନୂଆଦିଲ୍ଲୀ: ପଛକୁ ପଛ ଆସୁଛି ଲଘୁଚାପ। ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଦେଖିଲାଣି ୮ ଲଘୁଚାପ। ସ୍ୱାଭାବିକ ବର୍ଷା ଠାରୁ ରାଜ୍ୟରେ ଏବେ ୨୫ ପ୍ରତିଶତ ବର୍ଷା ହୋଇଛି। ପୁଣି ଆସୁଛି ଆଉ ଏକ ଲଘୁଚାପ। ପୁଣି ଉତ୍ତର ଓଡ଼ିଶାରେ ବଡ଼ ବର୍ଷା ସମ୍ଭାବନା ରହିଛି। ୧୦ ରୁ ୧୨ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରାଯାଉଛି।

ଏହା ପ୍ରଭାବରେ ଆସନ୍ତା ୧୫ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଅଧିକ ଘନୀଭୂତ ହୋଇପାରେ। ଲଘୁଚାପ ଯୋଗୁ ଉତ୍ତର ଓଡ଼ିଶା ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଓଡ଼ିଶା ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇପାରେ।

also read- ଦାଦନ ତଥ୍ୟ ସଂଗ୍ରହରେ ଖର୍ଚ୍ଚ ୪୨ ଲକ୍ଷ ! ୧୭୧ ପଞ୍ଚାୟତରେ ନାହିଁ ଶ୍ରମିକଙ୍କ ତଥ୍ୟ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଏବେ ବର୍ଷା ନାହିଁ । ୮ରୁ ୧୦ ତାରିଖ ଯାଏଁ କିଛି ବର୍ଷା ରହିଛି ବିଶେଷ କରି ଉତ୍ତର ଓ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ। ତେବେ ୧୫ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ। ମାତ୍ର ଏହାର ପ୍ରଭାବ ଓ ଗତିପଥ ନେଇ ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।