କୁଚିଣ୍ଡା ୧୦।୮: ପ୍ରେମିକାର ବିବାହ ଭାଙ୍ଗିବାକୁ ଯାଇ ବରପକ୍ଷଙ୍କୁ ପଠାଇଲେ ଅଶ୍ଳୀଳ ଫଟୋ ଆଉ ଚିଠି । ପ୍ରେମିକକୁ ବାନ୍ଧିଲା ପୋଲିସ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳର ଘଟଣା । ଗିରଫ ପ୍ରେମିକ ହେଲେ ବରଗଡ଼ ଜିଲ୍ଲା ବୁଡେନ ଥାନା ବେହେରାଟାଲର ଆଶିଷ କୁମାର ଚାନ୍ଦ ।

ଗିରଫ ପ୍ରେମିକ ଜଣକ ପ୍ରେମିକା ବିବାହର ୩ ଦିନ ପୂର୍ବରୁ ବରପକ୍ଷଙ୍କୁ ଅଶ୍ଳୀଳ ଫଟୋ ସହ ହାତଲେଖା ଏକ ତିନି ଫର୍ଦ୍ଦିଆ ଚିଠି ପଠାଇଥିଲେ । ବାହାଘର ପାଇଁ ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିବା ବୋଳେ ବିବାହର ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା । ଠିକ୍ ଏହି ସମୟରେ ଏଭଳି ଫଟୋ ଓ ଚିଠି ପାଇ ବାହାଘର ଭାଙ୍ଗି ଦେଇଥିଲେ ବରଘର ଲୋକ ।

Also Read:- ସାରା ଦେଶରେ ମୋଷ୍ଟ ୱାଣ୍ଟେଡ୍; ଘରେ ପଶି ଲୁଟେ, ଟ୍ୟାକ୍ସିରେ ହୁଏ ଫେରାର

ଫଳରେ ଝିଅ ଘରଲୋକ କିଛି ଉପାୟ ନପାଇ ଜମନକିରା ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପ୍ରେମିକ ଆଶିଷ କୁମାର ଚାନ୍ଦକୁ ଗିରଫ କରି କୋର୍ଟ ଚଲାଣ କରିଛି ପୋଲିସ ।