ପୁରୀ: ମହାପ୍ରଭୁଙ୍କ AI ଭିଡିଓ ଭାଇରାଲ୍ ଘଟଣାରେ ପୁରୀ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ପୁରୀ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ, ଭିଡିଓ ଭାଇରାଲ ହୋଇଥିବା ଓ୍ବେବସାଇଟକୁ ତଥ୍ୟ ମାଗିଛି ପୁରୀ ପୋଲିସ। କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ପୋଷ୍ଟ କରାଯାଇଛି ତା’ର ତଦନ୍ତ ହେବ। ଏପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ବିଷୟରେ ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଥାଉକି, ସୋମବାର vishvrajcreation ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀକୁ ନେଇ ପ୍ରସ୍ତୁତ ଭିଡିଓ ପୋଷ୍ଟ ହୋଇଥିଲା। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଣୁ ଏନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନ ତରଫରୁ ସ୍ଵତ୍ତନ୍ତ୍ର ସୁରକ୍ଷା ଅଧିକାରୀ ପୁରୀ ସିଂହଦ୍ଵାର ସାଇବର ଥାନାରେ ଏକ ଏଫ୍.ଆଇ.ଆର ମଧ୍ୟ ରୁଜୁ ହୋଇଥିଲା।