ମୁମ୍ୱାଇ: ରୋମାଞ୍ଚକର ହେଉଛି ଆଇପିଏଲ୍ ୨୦୨୬ । ଖାସ୍ କରି ଗତ ଥରର ଚାମ୍ପିଅନ ଆରସିବି ପାଇଁ । IPL ୨୦୨୬ରେ ବି ଆରସିବିର ଜାରି ରହିଛି ଦମ୍ଦାର ପ୍ରଦର୍ଶନ । ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ନଅ ୱିକେଟରେ ବିଜୟ ହାସଲ ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେଅଫ୍ ସ୍ଥାନ ପାଇଁ ଏକ ଦୃଢ଼ ଦାବିଦାର ପାଲଟିଛି । ଏହି ମ୍ୟାଚ୍‌ରେ ଅଳ୍ପ ରନ୍ କରିବାକୁ ଥିଲେ ବି ଦେଖିବାକୁ ମିଳିଥିଲା ବିରାଟ କୋହଲି ସୋ । ଛୋଟିଆ କିନ୍ତୁ ପ୍ରଭାବଶାଳୀ ଇନିଂସ ଥିଲା ।

ବିରାଟ ଏହି ସିଜନରେ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ଫର୍ମରେ ଅଛନ୍ତି । ଗତକାଲିର ମ୍ୟାଚ୍ ପରେ ବିରାଟ କୋହଲି ଯାଉଥିଲେ ହୋଟେଲ । ତେବେ ସେଠାରେ ପହଞ୍ଚିବା ସମୟରେ ସେ ଏମିତି କିଛି କରିଥିଲେ ଯେଉଁଥିପାଇଁ ଆଘାତ ପାଇଥିଲା କୁନି ପିଲାଟି । ସ୍ଥିତି ଏମିତି ହୋଇଛି ଯେ, ବ୍ୟାଟ୍ ଫୋପାଡିବାକୁ ବି ପଛାଇନଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାହିଁକି ଇଗ୍ନୋର କଲେ ବିରାଟ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ, ପିଲାଟି ଟିମ୍ ହୋଟେଲ ବାହାରେ ଏକ ଛୋଟିଆ ବ୍ୟାଟ୍ ଧରି ଠିଆ ହୋଇଥିଲେ । ବାରମ୍ବାର ବିରାଟ କୋହଲିଙ୍କୁ ଅଟୋଗ୍ରାଫ୍ ଆଶା କରି ଡାକୁଥିବାର ଦେଖାଯାଇଥିଲା । କୋହଲି, ଦଳର ଅନ୍ୟ ସଦସ୍ୟଙ୍କ ସହିତ, କଡ଼ା ସୁରକ୍ଷା ମଧ୍ୟରେ ହୋଟେଲରେ ପ୍ରବେଶ କରୁଥିବା ଦେଖାଯାଇଥିଲା । ପିଲାଟି ଯେତେ ଡାକିବା ସତ୍ତ୍ୱେ, ବିରାଟ ଅଟୋଗ୍ରାଫ୍ ଦସ୍ତଖତ କରିବାକୁ ବନ୍ଦ କରିନଥିଲେ । ଆଗକୁ ଚାଲିଯାଇଥିଲେ।

 

ବିରାଟ କୋହଲି ହେଡ୍ ଫୋନ୍ ଲଗାଇଥିଲେ । ଯେଉଁଥିପାଇଁ ହୁଏତ ସେ ଛୋଟ ପ୍ରଶଂସକଙ୍କୁ ଦେଖି ନଥିଲେ।ସେପଟେ ପିଲାଟି ନିରାଶ ହେବାରୁ କ୍ରୋଧରେ ବ୍ୟାଟ୍ ଫୋପାଡିଦେଇଥିଲେ । ଭିଡିଓରେ ପିଲାଟିର ନିରାଶା ଏବଂ ଲୁହ ସ୍ପଷ୍ଟ ଭାବରେ ଦେଖାଯାଉଛି। ସମସ୍ତ IPL ଟିମ୍ ସୁରକ୍ଷା ତ୍ରୁଟିକୁ ଏଡାଇବା ପାଇଁ ଟିମ୍ ହୋଟେଲ ମଧ୍ୟରେ ସେମାନଙ୍କର ଖେଳାଳି ଓ ସପୋର୍ଟ ଷ୍ଟାଫ୍ ପାଇଁ କଡ଼ା ପ୍ରୋଟୋକଲ୍ ପାଳନ କରନ୍ତି । କ୍ରିକେଟରମାନଙ୍କୁ ସାଧାରଣତଃ ଟିମ୍ ହୋଟେଲରେ ପ୍ରଶଂସକଙ୍କ ସେଲ୍ଫି କିମ୍ବା ଅଟୋଗ୍ରାଫ୍ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାକୁ ପରାମର୍ଶ ଦିଆଯାଏ।

Also Read...ଗୋଟିଏ ଆଘାତ ବଦଳାଇ ଦେଇଥିଲା ସବୁକିଛି, ୩୦ ବର୍ଷରେ ନେଇଗଲେ ଅବସର

ବିରାଟ କୋହଲି ରଚିଲେ ଇତିହାସ:

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏହି ମ୍ୟାଚ୍ କେବଳ RCBର ବିଜୟ ପାଇଁ ନୁହେଁ ବରଂ ବିରାଟ କୋହଲିଙ୍କ ଏକ ବଡ଼ ସଫଳତା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ବିରାଟ କୋହଲି ଅପରାଜିତ ୨୩ ରନ୍ କରିଥିଲେ ଏବଂ ଏହି ମ୍ୟାଚ୍ ସମୟରେ ୯.୦୦୦ ରନ୍ ପୂରଣ କରିବାରେ IPL ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୭୫ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା, ଏବଂ RCB ମାତ୍ର ୬.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।