ଭୁବନେଶ୍ୱର ୦୬।୦୪ : ଲିଙ୍ଗରାଜ ମନ୍ଦିରରେ ପୁଣି ନୀତି ବନ୍ଦ । ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଲାଗି ମହାପ୍ରଭୁଙ୍କର ନୀତି ପୁଣି ବନ୍ଦ ହୋଇଛି । ସକାଳ ୯ଟା ପରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ଏବେ ଗର୍ଭଗୃହରେ ଘଟିଥିବା ବିବାଦ, ଥାନାରେ ପହଞ୍ଚିଛି।  

ସୋମବାର ସକାଳ ସମୟରେ ହଠାତ୍‌ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ରୂପା ଘୋଡ଼ଣୀକୁ ନେଇ ବିବାଦ ଉପୁଜିଥିଲା । ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ରୂପା ଘୋଡ଼ଣୀ ରଖିବାକୁ ନେଇ ବିବାଦ ହୋଇଥିଲା । ବିବାଦ ଏତେ ବଢିଥିଲା ଗର୍ଭ ଗୃହରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଏପିରିକି ଦୁଇ ସେବାୟତ ଗୋଷ୍ଠୀ ହାତାହାତି ଯାଏଁ ବି କଥା ଯାଇଥିଲା । ଗର୍ଭ ଗୃହ ବିବାଦକୁ ନେଇ ଉଭୟ ଗୋଷ୍ଠୀ ଲିଙ୍ଗରାଜ ପ୍ରଶାସନକୁ ଜଣାଇଛନ୍ତି । ଏହାସହିତ ଥାନାରେ ମୌଖିକ ଭାବେ ଅଭିଯୋଗ ମଧ୍ୟ କରାଯାଇଛି ।

Also Read:-ରାଜ୍ୟରେ ପେଟ୍ରୋଲ-ଡିଜେଲ-LPG ସବୁ ମହଜୁଦ, PNG ସଂଯୋଗ ନେବାକୁ ଯୋଗାଣ ସଚିବଙ୍କ ପରାମର୍ଶ

ଅଭିଯୋଗ ଅନୁସାରେ ସୁଆର ନିଯୋଗ ଲିଙ୍ଗରାଜଙ୍କ ଲିଙ୍ଗକୁ ସୁରକ୍ଷା ଦେବାକୁ ରଖାଯାଇଥିବା ରୂପା ଘୋଡଣୀକୁ ଚୋରି କରି ନେଇଯାଉଥିଲେ । ଯାହାକୁ ବଡ଼ୁ ନିଯୋଗ ବିରୋଧ କରିଥିଲେ । ଏହି ବିରୋଧରୁ ଗଣ୍ଡଗୋଳର ପରିସ୍ଥିତି ଉପୁଜିଥିଲା ।ତେବେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ସକାଳ ୯ଟା ପରଠାରୁ  ଏବେ ଯାଏଁ ନୀତି ବନ୍ଦ ରହିଛି ।

Watch Video:-