ନୀଳଗିରି ୧୨।୫: ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ସବୁଜ ବନାନୀରେ ଭରପୁର । ଜଙ୍ଗଲରେ ବାଘ ଦେଖାଦେବା ଏକ ଶୁଭ ସୂଚନା କୁହାଯାଉଥିବା ବେଳେ ଯଦି ବାଘ ସନ୍ଧାନ ମିଳିଲା ପୁଣି ତାହା ମୃତ । ବାରହା ଫାଶରେ ପଡି ବାଘର ମୃତ୍ୟୁ ହୋଇଥିବା ବେଳେ ଜେଟିଏଫ ଟିମ୍ ତନାଘନା ଆରମ୍ଭ କରିଛି ।

ବାଲେଶ୍ଵର ଜିଲ୍ଲାର ନୀଳଗିରି ସଂରକ୍ଷିତ ଜଙ୍ଗଲ । କୁଳଡିହା ଅଭୟାରଣ୍ୟ ସୀମାନ୍ତରେ ଏହି ସଂରକ୍ଷିତ ଜଙ୍ଗଲରେ ହରିଣ, ବାରହା, ଭାଲୁ ଓ ଅନ୍ୟ ଜୀବଜନ୍ତୁ ରହିଥାନ୍ତି । ବାରହା ଅଧିକ ଥିବାରୁ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ପଡିଛି । ସଂରକ୍ଷିତ ଜଙ୍ଗଲରେ ସାଧାରଣତଃ ବାଘ ଥିବା ଦେଖାଯାଇନଥିଲା । କାଠଗୋଛି ନିକଟରେ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଦେଖିବାକୁ ମିଳିଥିଲା । ବାଘଟି ବାରହା ଫାଶରେ ପଡି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଫାଶରେ ପଡ଼ି ବାଘର ମୃତ୍ୟୁ ନେଇ ଅଞ୍ଚଳରେ ଲୋକେ ଅସନ୍ତୋଷ ଯେତେ ଦେଖା ଦେଇଛି ତାଠାରୁ ଅଧିକ ବାଘ ଜଙ୍ଗଲରେ ଥିବା ଜାଣି ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ପରବେଶବିତ୍ ମାନେ ସ୍ୱର୍ଣ୍ଣଚୁଡ଼ ପାହାଡ଼ରେ ବାଘ ରହିବା ପରିବେଶ ପାଇଁ ଶୁଭ ସୂଚନା କହିଥିବା ବେଳେ ବାଘର ଏଭଳି ମୃତ୍ୟୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

Also Read:- ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଆସନ୍ତା ୧୪ରେ ଡିଜିଙ୍କ କାର୍ଯ୍ୟାଳୟ ଘେରିବ ବିଜେଡି

ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ବନ ବିଭାଗ । ନୀଳଗିରି ରେଞ୍ଜର ମନ୍ବର ଖାଁ ପହଞ୍ଚି ତଦନ୍ତ କରିବା ପରେ ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକ ମଧ୍ୟ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଏହାପରେ ଏସଟିଏଫ ଟିମ୍ ପହଞ୍ଚି ତଦନ୍ତ ପରେ ବାଘର ପୋଷ୍ଟମର୍ଟମ ହୋଇଛି । ତେବେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜେଟିଏଫ ଟିମ୍ରେ ଆସିଥିବା ଏସ୍ପି ଓ ଡିଏଫଓ କହିଛନ୍ତି ।