Lenskart controversy: ଷ୍ଟୋର ଭିତରେ ବିନ୍ଦି ଓ ରକ୍ଷାସୂତ୍ର ପିନ୍ଧିବାକୁ ମନା କରିଥିଲା ଚଷମା ବିକ୍ରେତା କମ୍ପାନୀ ଲେନ୍ସକାର୍ଟ। ହେଲେ ହିଜାବ ଓ ପଗଡ଼ି ପିନ୍ଧିବାକୁ ରଖିଥିଲା ସର୍ତ୍ତ। ଯାହାକୁ ନେଇ ବିବାଦ ତେଜିବା ପରେ ଏବେ କମ୍ପାନୀ ସର୍ବସାଧାରଣରେ କ୍ଷମା ମାଗିଛି। କେବଳ ସେତିକି ନୁହେଁ, କମ୍ପାନୀ ଏବେ ଏକ ନୂଆ ଓ ସ୍ୱଚ୍ଛ ଇନଷ୍ଟୋର ଷ୍ଟାଇଲ୍ ଗାଇଡ୍ ଜାରି କରିଛି। ଯେଉଁଥିରେ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ନିଜର ଧାର୍ମିକ ଓ ସାଂସ୍କୃତିକ ପ୍ରତୀକ ପିନ୍ଧିବାକୁ ସମ୍ପୂର୍ଣ୍ଣ ଅନୁମତି ଦିଆଯାଇଛି।

ଲେନ୍ସକାର୍ଟର ନୂଆ ପଲିସିରେ ଏବେ ବିନ୍ଦି, ତିଳକ, ସିନ୍ଦୂର, ରକ୍ଷାସୂତ୍ର, ମଙ୍ଗଳସୂତ୍ର, କଡ଼ା, ହିଜାବ ଏବଂ ପଗଡ଼ି ଭଳି ଆସ୍ଥାର ପ୍ରତୀକ ପିନ୍ଧିବାକୁ ଅନୁମତି ଦିଆଯାଇଛି। କମ୍ପାନୀ ଏକ୍ସରେ ଏକ ବିବୃତ୍ତି ଜାରି କରି କହିଛି ଯେ ଆମେ ଆମର ନିର୍ଦ୍ଦେଶାବଳୀକୁ ସାର୍ବଜନୀନ ଏବଂ ସ୍ୱଚ୍ଛ କରୁଛୁ। ଯାହାଦ୍ୱାରା ଗ୍ରାହକ ଏବଂ ସମ୍ପ୍ରଦାୟର ଚିନ୍ତାକୁ ଦୂର ହେବ।

Also Read- Air India: ନୂଆ କ୍ୟାବିନ୍, 4K ସ୍କ୍ରିନ୍...ଅପଗ୍ରେଡ୍ ପରେ ଏଭଳି ଦେଖାଯାଉଛି ଏୟାର ଇଣ୍ଡିଆ ବିମାନ

କେମିତି ବଢ଼ିଲା ବିବାଦ ?

ଚଳିତ ସପ୍ତାହର ଆରମ୍ଭରେ ଲେନ୍ସକାର୍ଟର 'ଏମ୍ପ୍ଲଇ ଗ୍ରୁମିଂ ପିଲିସି'ର ଏକ ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମ୍ପୂର୍ଣ୍ଣ ବିବାଦ ଆରମ୍ଭ ହୋଇଥିଲା। ଏଥିରେ ପଲିସିରେ କର୍ମଚାରୀଙ୍କୁ ବିନ୍ଦି, ତିଳକ ଲଗାଇବାକୁ ବାରଣ କରାଯାଇଥିଲା। ଷ୍ଟୋରରେ ହିଜାବ ପିନ୍ଧିବାକୁ ମଧ୍ୟ ମନା କରାଯାଇଥିଲା। ଯାହାକୁ ନେଇ ବିବାଦ ବଢ଼ିଥିଲା। ଶେଫାଳୀ ବୈଦ ନାମକ ଜଣେ ସମାଜସେବୀ ଏକ୍ସରେ ଏହି ପଲିସିର ଏକ ସ୍କ୍ରିନସଟ୍ ଶେୟାର କରିବା ପରେ ବିବାଦ ବଢ଼ିଥିଲା। ଶେଫାଳୀ ପୋଷ୍ଟ ଶେୟାର କରି କମ୍ପାନୀର ପ୍ରତିଷ୍ଠାତାଙ୍କୁ ଟ୍ୟାଗ୍ କରି ପଚାରିଲେ, "ପିୟୁଷ ବଂଶଲ, ଆପଣ ସ୍ପଷ୍ଟ କରିପାରିବେ କି ଲେନ୍ସକାର୍ଟରେ ହିଜାବ୍ ଠିକ୍, କିନ୍ତୁ ବିନ୍ଦି ଏବଂ ରାକ୍ଷା ସୂତ୍ର କାହିଁକି ନୁହେଁ?"

ଏହାପରେ ବହୁ ସଂଖ୍ୟାରେ ୟୁଜର ଲେନ୍ସକାର୍ଟକୁ ଟ୍ରୋଲ କରିଥିଲେ ଏବଂ ଏହାର ନୀତି ଉପରେ ପ୍ରଶ୍ନ ଉଠାଇଲେ।ବିବାଦ ବଢିବା ପରେ ପୀୟୁଷ ବଂଶଲ ଭାଇରାଲ ଡକ୍ୟୁମେଣ୍ଟକୁ ପୁରୁଣା ଏବଂ ଭୁଲ ବୋଲି କହିଥିଲେ। କମ୍ପାନୀର ବର୍ତ୍ତମାନର ନିର୍ଦ୍ଦେଶାବଳୀ ଅଲଗା। ଏହା ପୁରୁଣା ନିର୍ଦ୍ଦେଶାବଲୀ। କମ୍ପାନୀ ସମସ୍ତ ଧର୍ମକୁ ସମ୍ମାନ କରେ। ଆମର ଦେଶବ୍ୟାପୀ ହଜାର ହଜାର ଟିମ ସଦସ୍ୟ ଅଛନ୍ତି ଯେଉଁମାନେ ପ୍ରତିଦିନ ଗର୍ବର ସହିତ ସେମାନଙ୍କର ବିଶ୍ୱାସ ଏବଂ ସଂସ୍କୃତିକୁ ପିନ୍ଧି କାମ କରିଥାନ୍ତି ବୋଲି ପିୟୂଷ ବଂଶଲ କହିଥିଲେ। ଏବଂ ଏଭଳି ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେ କ୍ଷମା ବି ମାଗିଥିଲେ।

ଏବେ ଲେନ୍ସକାର୍ଟ ଜାରି କରିଥିବା ନୂଆ ପଲିସିରେ ସର୍ବସାଧାରଣରେ କ୍ଷମା ମାଗିବା ସହିତ କମ୍ପାନୀ ଆଗକୁ ସମସ୍ତ ମୂଲ୍ୟବୋଧକୁ ଧ୍ୟାନ ଦେବ ବୋଲି ଲେନ୍ସକାର୍ଟ କହିଛି।ଗ୍ରୁମିଂ ପଲିସି କ’ଣ?କର୍ପୋରେଟ୍ ଜଗତରେ, କମ୍ପାନୀଗୁଡ଼ିକ ସେମାନଙ୍କର କର୍ମଚାରୀଙ୍କ ଡ୍ରେସ୍ କୋଡ୍ ଏବଂ ଆଚରଣ ପାଇଁ ନିୟମ ତିଆରି କରନ୍ତି, ଯାହାକୁ ଗ୍ରୁମିଂ ପଲିସି କୁହାଯାଏ। ଏହି ନୀତିର ଉଦ୍ଦେଶ୍ୟ ହେଉଛି ଏକ ବ୍ରାଣ୍ଡ୍ର ଏକ ସମାନ ପରିଚୟ ସୃଷ୍ଟି କରିବା, କିନ୍ତୁ ଭାରତ ଭଳି ଏକ ବିବିଧ ଦେଶରେ, ଧାର୍ମିକ ଭାବନାକୁ ସମ୍ମାନ ଦେବା ଜରୁରୀ ବୋଲି ପଲିସିରେ ବିଚାର କରାଯାଏ।

Also Read- Aadhaar app mandatory plan dropped: ସ୍ମାର୍ଟଫୋନରେ ଆଧାର ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ ନୁହେଁ; ନିଷ୍ପତ୍ତିରୁ ଓହରିଲେ ସରକାର