ଭୁବନେଶ୍ବର ୧୫।୧୦: ପୁରୀ ଜିଲ୍ଲା ସତ୍ୟବାଦୀରେ ବ୍ଲକ୍ ଅଧ୍ୟକ୍ଷଙ୍କ ଅଫିସରେ ଭଙ୍ଗାରୁଜା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେ କହିଛନ୍ତି, ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ବି ପୋଲିସ ଗିରଫ କରିନି । ଆସନ୍ତାକାଲି ସୁଦ୍ଧା ଯଦି ଅଭିଯୁକ୍ତଙ୍କୁ ଗିରଫ କରାନଯାଏ ତାହେଲେ ବିରାଟ ଆନ୍ଦୋଳନ କରିବ ବିଜେଡି । ଏହି ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସିଧା ସଳଖ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରିଛନ୍ତି ଉମାକାନ୍ତ ସାମନ୍ତରାୟ ।

Also Read:- ବ୍ଲକ୍ ଅଧ୍ୟକ୍ଷଙ୍କ ଅଫିସ୍ ଭଙ୍ଗାରୁଜା: ସ୍ଥାନୀୟ ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ଉମାକାନ୍ତ ସାମନ୍ତରାୟ

ଏହାର ଜବାବ ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅତୀତରେ ଏଭଳି ଅନେକ ନଜିର ରହିଛି । ଯେଉଁଥିରେ ଆମ ଦଳର ନେତାଙ୍କ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କର ସମ୍ପୃକ୍ତି କଥା ସାମ୍ନାକୁ ଆସିଛି, ସେହି ଘଟଣାରେ ଆକ୍ସନ ନିଆଯାଇଛି । ଗତ ସରକାର ସମୟରେ ମନ୍ତ୍ରୀମାନେ ହତ୍ୟା କରି ନିର୍ଦ୍ବନ୍ଦ୍ବରେ ବୁଲୁଥିଲେ । ଆମ ସରକାରରେ ଗୋଟିଏ ଆତ୍ମହତ୍ୟା ଘଟଣାରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପୁତୁରାଙ୍କ ସମ୍ପୃକ୍ତି ନେଇ କେବଳ ଅଭିଯୋଗ ଆସିବା ପରେ ଗିରଫ କରାଗଲା । ରାଜ୍ୟରେ ଅପରାଧ କମାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ସରକାର । ଯେଉଁ ବାବୁ ଏଭଳି ବୟାନବାଜି କରୁଛନ୍ତି ସେ ପ୍ରଥମେ ଆତ୍ମସମୀକ୍ଷା କରନ୍ତୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Watch Video: