ମେଷ – ଆସନ୍ତାକାଲି ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିପାରେ। ଧନ ଆଗମନ ହେବାର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟରେ ସାବଧାନ ରହିବା ଦରକାର। ଅନାବଶ୍ୟକ ଚିନ୍ତାରୁ ଦୂରରେ ରୁହନ୍ତୁ।

ବୃଷ – ମଙ୍ଗଳବାର ଆପଣଙ୍କ ମନ ଅଶାନ୍ତ ରହିପାରେ। କାମରେ ବାଧା ଆସିପାରେ କିନ୍ତୁ ଧୈର୍ଯ୍ୟ ଧରିଲେ ସମାଧାନ ମିଳିବ। ଧନ ଖର୍ଚ୍ଚ ବଢ଼ିପାରେ। ପରିବାର ସହିତ ସମୟ କାଟିଲେ ଶାନ୍ତି ମିଳିବ। ବନ୍ଧୁଙ୍କ ସହଯୋଗ ମିଳିପାରେ। ଯାତ୍ରା ଏଡ଼ାଇବା ଭଲ।

ମିଥୁନ – ଘାତ ଚନ୍ଦ୍ରର ପ୍ରଭାବରେ ସାବଧାନ ରହିବା ଦରକାର। କାମରେ ବିଳମ୍ବ ଓ ବାଧା ଦେଖାଯିବ। ମନୋବଳ କମିପାରେ। ଧନ ହାନିର ସମ୍ଭାବନା ରହିଛି। କାହା ସହିତ ବିବାଦ କରିବେ ନାହିଁ। ଭଗବାନଙ୍କ ନାମ ସ୍ମରଣ କରିବା ଶୁଭ ହେବ।

କର୍କଟ – ଆସନ୍ତାକାଲି ଦିନଟି ଆପଣଙ୍କ ପାଇଁ ଅଶୁଭ ପ୍ରଭାବ ଦେଖାଯିବ। କାମରେ ବାଧା ଓ ବିଘ୍ନ ହେବାର ସମ୍ଭାବନା ଅଛି। ଅନାବଶ୍ୟକ ଚିନ୍ତା ଓ ମନୋକ୍ଷୋଭ ବଢ଼ିପାରେ। ଧନ ହାନି କିମ୍ବା ଅପେକ୍ଷିତ ଖର୍ଚ୍ଚ ହେବାର ଯୋଗ ରହିଛି। ପରିବାରରେ ମତଭେଦ ଦେଖାଯିବ। ସ୍ୱାସ୍ଥ୍ୟରେ ଅଲ୍ପ ସମସ୍ୟା ହୋଇପାରେ, ସତର୍କ ରୁହନ୍ତୁ।

ସିଂହ – ଆପଣଙ୍କ ଦିନଟି ସାଧାରଣ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରୟାସ ଅଧିକ କରିବାକୁ ପଡ଼ିବ। ଧନ ଲାଭ ସୀମିତ ରହିପାରେ। ପରିବାରରେ କିଛି ଛୋଟ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ। ଧୈର୍ଯ୍ୟ ଧରିଲେ ସବୁ ଠିକ୍ ହେବ।

କନ୍ୟା – ଆପଣଙ୍କ ପାଇଁ ଶୁଭ ଦିନ ରହିବ। କାମରେ ସଫଳତା ଓ ପ୍ରଶଂସା ମିଳିବ। ଧନ ଲାଭ ହେବାର ସମ୍ଭାବନା ଅଛି। ବନ୍ଧୁ ଓ ପରିବାରର ସହଯୋଗ ମିଳିବ। ମନ ଖୁସି ରହିବ। ନୂତନ ଅବସର ମିଳିପାରେ।

ତୁଳା – ଆପଣଙ୍କ ଦିନଟି ମଧ୍ୟମ ରହିବ। କାମରେ ବାଧା ଆସିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ପରିବାରରେ ସମ୍ପର୍କ ଭଲ ରଖନ୍ତୁ। ଅନାବଶ୍ୟକ ବିବାଦ ଏଡ଼ାନ୍ତୁ। ସ୍ୱାସ୍ଥ୍ୟରେ ଅଲ୍ପ ସମସ୍ୟା ହୋଇପାରେ।

ବିଛା – ଆପଣଙ୍କ ପାଇଁ ଭଲ ଦିନ ରହିବ। କାମରେ ସଫଳତା ମିଳିପାରେ। ଧନ ଲାଭ ହେବାର ସୁଯୋଗ ଅଛି। ନୂତନ ଯୋଜନା ସଫଳ ହେବ। ପରିବାରରେ ଖୁସି ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ – ଦିନଟି ସାଧାରଣ ରହିବ। କାମରେ ବିଳମ୍ବ ହୋଇପାରେ। ଧନ ଲାଭ ଅଲ୍ପ ରହିପାରେ। ପରିବାର ସହିତ ସମୟ କାଟିବା ଭଲ। ବନ୍ଧୁଙ୍କ ସହଯୋଗ ମିଳିପାରେ। ଧୈର୍ଯ୍ୟ ଧରନ୍ତୁ।

ମକର – ଘାତ ବାରର ପ୍ରଭାବରେ ଆଜି ସାବଧାନ ରହିବା ଦରକାର। କାମରେ ବାଧା ଓ ବିଳମ୍ବ ଦେଖାଯିବ। ଧନ ହାନିର ସମ୍ଭାବନା ରହିଛି। ପରିବାରରେ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ଶାନ୍ତ ମନେ ନିଷ୍ପତ୍ତି ନିଅନ୍ତୁ।

କୁମ୍ଭ – ଆପଣଙ୍କ ଦିନଟି ଭଲ ରହିବ। କାମରେ ସଫଳତା ମିଳିପାରେ। ଧନ ଲାଭ ହେବାର ସମ୍ଭାବନା ଅଛି। ନୂତନ ଯୋଜନା ସଫଳ ହେବ। ପରିବାରରେ ଖୁସି ରହିବ। ମନ ଶାନ୍ତ ରହିବ।

ମୀନ – ମଙ୍ଗଳବାର ଆପଣଙ୍କ ପାଇଁ ମଧ୍ୟମ ଦିନ ରହିବ। କାମରେ କିଛି ବାଧା ଆସିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ। ଧୈର୍ଯ୍ୟ ଧରିଲେ ସବୁ ଭଲ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682