ମେଷ- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଉପରିସ୍ଥଙ୍କ ଠାରୁ ପ୍ରଶଂସା ମିଳିପାରେ। ଅଟକିଥିବା ଅର୍ଥ ମିଳିବାର ଯୋଗ ରହିଛି। ପରିବାରରେ ଶୁଭ ଖବର ଆସିବ। ଯାନବାହନ ଚଳାଇବାବେଳେ ସତର୍କ ରୁହନ୍ତୁ। ସନ୍ଧ୍ୟାରେ ନୂଆ ଯୋଜନା ସଫଳ ହେବ।

ବୃଷ- ବ୍ୟବସାୟରେ ନୂଆ ଗ୍ରାହକ ଯୋଡ଼ିହେବେ। ଆୟର ସୁଯୋଗ ବଢ଼ିବ। ଭାଇଭଉଣୀଙ୍କ ସହଯୋଗ ମିଳିବ। କାଗଜପତ୍ର ଯାଞ୍ଚ କରି କାମ କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ। ଛୋଟ ଯାତ୍ରା ଲାଭଦାୟକ ହେବ।

ମିଥୁନ- ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପୁରୁଣା ପରିଶ୍ରମର ଫଳ ମିଳିବ। ପରିବାରରେ ଧୈର୍ଯ୍ୟ ରଖନ୍ତୁ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଶୁଭ ସମ୍ବାଦ ମନୋବଳ ବଢ଼ାଇବ। ନୂଆ ପରିଚୟ ଭବିଷ୍ୟତରେ ଉପକାରୀ ହେବ।

କର୍କଟ- ଆତ୍ମବିଶ୍ୱାସ ବଢ଼ିବ। ଅଧୁରା କାମ ସମ୍ପୂର୍ଣ୍ଣ ହେବ। ଜମି ଓ ଘର କାର୍ଯ୍ୟରେ ପ୍ରଗତି ହେବ। ପରିବାରରେ ସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରିୟ ବ୍ୟକ୍ତିଙ୍କ ସହ ଭୁଲ ବୁଝାମଣା ଦୂର ହେବ।

ସିଂହ- ଗୁପ୍ତ ଶତ୍ରୁଙ୍କୁ ନେଇ ସତର୍କ ରୁହନ୍ତୁ। ଚାକିରିରେ ବିବାଦ ଏଡ଼ାନ୍ତୁ। ଦୂରସ୍ଥ କାର୍ଯ୍ୟରେ ଲାଭ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ସନ୍ଧ୍ୟାରେ ଚାପ କମିବ। ଗୋପନ ଯୋଜନା କାହାକୁ କୁହନ୍ତୁ ନାହିଁ।

କନ୍ୟା- ଆୟ ବୃଦ୍ଧିର ସୁଯୋଗ ମିଳିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ। ବକେୟା ଟଙ୍କା ଆସିପାରେ। ସନ୍ତାନଙ୍କ ସଫଳତାରେ ଖୁସି ହେବେ। ବିନିଯୋଗରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଇଣ୍ଟରଭ୍ୟୁ ପାଇଁ ଦିନଟି ଅନୁକୂଳ।

ତୁଳା- କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବଢ଼ିବ। ଅଧିକାରୀଙ୍କ ସମର୍ଥନ ମିଳିବ। ବ୍ୟବସାୟରେ ନୂଆ ଚୁକ୍ତି ହେବ। ପରିବାର ସହ ସନ୍ତୁଳନ ରଖନ୍ତୁ। ସମ୍ମାନ ବୃଦ୍ଧି ହେବ। ଅଟକିଥିବା ଫାଇଲ ଆଗକୁ ବଢ଼ିପାରେ।

ବିଛା- ଭାଗ୍ୟର ସହଯୋଗ ମିଳିବ। ଗୁରୁଜନଙ୍କ ପରାମର୍ଶ ଉପକାରୀ ହେବ। ଉଚ୍ଚଶିକ୍ଷାରେ ସଫଳତା ମିଳିପାରେ। ଧାର୍ମିକ ଯାତ୍ରାର ଯୋଗ ରହିଛି। ମନ ଶାନ୍ତ ରହିବ। ସରକାରୀ କାର୍ଯ୍ୟରେ ଅଗ୍ରଗତି ହେବ।

ଧନୁ- ହଠାତ୍ ଖର୍ଚ୍ଚ ବଢ଼ିପାରେ। ପେଟ ଓ ନିଦ୍ରା ପ୍ରତି ଧ୍ୟାନ ଦିଅନ୍ତୁ। ଗୁପ୍ତ ବିଷୟରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ। ବୀମା କିମ୍ବା ଉତ୍ତରାଧିକାର କାର୍ଯ୍ୟରେ ପ୍ରଗତି ହେବ। ଧୈର୍ଯ୍ୟ ଲାଭ ଦେବ। ପୁରୁଣା ଋଣ ଶୋଧର ସୁଯୋଗ ମିଳିବ।

ମକର- ଘାତ ବାର ଯୋଗୁଁ କ୍ରୋଧ ନିୟନ୍ତ୍ରଣ କରନ୍ତୁ। ବ୍ୟବସାୟରେ ଚୁକ୍ତି ପଢ଼ି ସହି କରନ୍ତୁ। ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି ସୁଧୁରିବ। ବଡ଼ ଆର୍ଥିକ ନିଷ୍ପତ୍ତି ସ୍ଥଗିତ ରଖନ୍ତୁ।

କୁମ୍ଭ- ପ୍ରତିଦ୍ୱନ୍ଦୀଙ୍କ ଉପରେ ବିଜୟ ମିଳିବ। ଋଣ କିମ୍ବା ପୁରୁଣା ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ସହକର୍ମୀଙ୍କ ସହଯୋଗ ମିଳିବ। ଆୟ ସ୍ଥିର ରହିବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ।

ମୀନ- ପ୍ରେମ ଓ ଶିକ୍ଷାରେ ସଫଳତା ମିଳିବ। ସନ୍ତାନଙ୍କ ପ୍ରଗତିରେ ଖୁସି ହେବେ। ବିନିଯୋଗରେ ସତର୍କ ରୁହନ୍ତୁ। କଳା ଓ ସୃଜନଶୀଳ କ୍ଷେତ୍ରରେ ସୁଯୋଗ ଆସିବ। ଦିନଟି ଉତ୍ସାହପୂର୍ଣ୍ଣ ରହିବ। ମନପସନ୍ଦ କାର୍ଯ୍ୟରୁ ଲାଭ ଓ ପ୍ରଶଂସା ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682