ମେଷ– କାମରେ ମନ ଲାଗିବ। କିନ୍ତୁ ଅନାବଶ୍ୟକ ଚିନ୍ତା ହେବ। ଆର୍ଥିକ ଦିଗରେ ସାବଧାନ ରହନ୍ତୁ। ପରିବାରରେ ସାଧାରଣ ପରିବେଶ ରହିବ। ନୂତନ କାମ ଆରମ୍ଭ ପୂର୍ବରୁ ଭାବିବା ଦରକାର। ମନୋବଳ ହ୍ରାସ ପାଇପାରେ। ବୃଦ୍ଧଙ୍କର ପରାମର୍ଶ ଉପକାରୀ ହେବ।

ବୃଷ– ଦିନଟି ଶୁଭ ରହିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ସମ୍ମାନ ବଢ଼ିବ। ମନରେ ଖୁସି ରହିବ। ଯାତ୍ରା କରିବାର ସମ୍ଭାବନା ଅଛି। ପୁରୁଣା କାମ ସମାପ୍ତ ହେବ। ନୂତନ ଅବସର ମିଳିପାରେ।

ମିଥୁନ– କାମରେ ଆଳସ୍ୟତା ଆସିପାରେ। ନୂତନ ନିଷ୍ପତ୍ତିରୁ ଦୂରେ ରହନ୍ତୁ। ଆର୍ଥିକ ଦିଗରେ ସାବଧାନ ରହନ୍ତୁ। ପରିବାର ସହ ସମୟ କାଟନ୍ତୁ। ମନ ଅଶାନ୍ତ ହେଇପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ।

କର୍କଟ– ମନ ଶାନ୍ତ ରହିବ। କାମରେ ସଫଳତା ମିଳିବ। ଆର୍ଥିକ ଲାଭ ହେବ। ମିତ୍ରମାନଙ୍କ ସହ ଭଲ ସମୟ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖ ଶାନ୍ତି ରହିବ। ଆତ୍ମବିଶ୍ୱାସ ବଢ଼ିବ।

ସିଂହ– କାମରେ ବାଧା ଆସିପାରେ। ଧୈର୍ଯ୍ୟ ଧରନ୍ତୁ। ଅନ୍ୟମାନଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ଧନ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ କାର୍ଯ୍ୟରୁ ଦୂରେ ରହନ୍ତୁ।

କନ୍ୟା– ଦିନଟି ମଧ୍ୟମ ରହିବ। କାମରେ ଧୀରେ ଧୀରେ ଲାଭ ମିଳିବ। ପରିବାରରେ ଖୁସି ରହିବ। ଛୋଟ ଯାତ୍ରା ହେବାର ସମ୍ଭାବନା ଅଛି। ମନରେ ଆଶା ବଢ଼ିବ। ନୂତନ ଯୋଜନା ପ୍ରସ୍ତୁତ କରିପାରିବେ।

ତୁଳା– ଆର୍ଥିକ ଲାଭ ହେବ। କାର୍ଯ୍ୟରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ପରିବାର ସହ ସମ୍ପର୍କ ଭଲ ରହିବ। ସମ୍ମାନ ବଢ଼ିପାରେ। ନୂତନ କାମରେ ରୁଚି ବଢ଼ିବ।

ବିଛା– ଦିନଟି ଶୁଭ ରହିବ। ମନରେ ଉତ୍ସାହ ରହିବ। କାମରେ ସଫଳତା ମିଳିବ। ନୂତନ ଯୋଜନା ଆରମ୍ଭ କରିପାରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଦିଗରେ ଲାଭ ମିଳିବ। ପରିବାରରେ ସମ୍ମାନ ବଢ଼ିବ।

ଧନୁ– ଖର୍ଚ୍ଚ ବଢ଼ିପାରେ।ମନରେ ଚିନ୍ତା ରହିବ। ଅନାବଶ୍ୟକ କଥାରୁ ଦୂରେ ରହନ୍ତୁ। ଧୈର୍ଯ୍ୟ ଧରନ୍ତୁ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆତ୍ମନିୟନ୍ତ୍ରଣ ଆବଶ୍ୟକ।

ମକର– ଲାଭର ଯୋଗ ଅଛି। କାମରେ ସଫଳତା ମିଳିବ। ମିତ୍ରମାନଙ୍କ ସହ ଭଲ ସମୟ କଟିବ। ଆର୍ଥିକ ଦିଗରେ ଶକ୍ତିଶାଳୀ ହେବେ। ନୂତନ ଯୋଗାଯୋଗ ହେବ। ଭବିଷ୍ୟତ ପାଇଁ ଯୋଜନା କରିପାରିବେ।

କୁମ୍ଭ– କାର୍ଯ୍ୟରେ ଉନ୍ନତି ହେବ। ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ମିଳିବ। ସମ୍ମାନ ବଢ଼ିବ। ମନ ଖୁସି ରହିବ। ଆର୍ଥିକ ଦିଗରେ ସୁଧାର ଆସିବ। ନୂତନ ଅବସର ମିଳିପାରେ।

ମୀନ– ଭାଗ୍ୟ ସହଯୋଗ କରିବ। ଧାର୍ମିକ କାମରେ ମନ ଲାଗିବ। ଯାତ୍ରାର ଯୋଗ ଅଛି। ପରିବାରରେ ଖୁସି ରହିବ। ମନ ଶାନ୍ତ ରହିବ। ଶିକ୍ଷା କ୍ଷେତ୍ରରେ ଲାଭ ମିଳିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682