ମେଷ- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଚେଷ୍ଟା କଲେ ଭଲ ଫଳ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପରିବାରରେ ସମ୍ପର୍କ ଭଲ ରହିବ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ। ପୁରୁଣା କୌଣସି ଯୋଜନାକୁ ପୁଣିଥରେ ଆରମ୍ଭ କରିବାର ସୁଯୋଗ ମିଳିପାରେ।

ବୃଷ- ଦିନଟି ଅପେକ୍ଷାକୃତ ଖରାପ ରହିପାରେ। କାର୍ଯ୍ୟକ୍ଷେତ୍ରରେ ବାଧା କିମ୍ବା ଅନାବଶ୍ୟକ ବିଳମ୍ବ ହୋଇପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ ଏବଂ ଅତିରିକ୍ତ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରେ ଛୋଟ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ନୂଆ ନିବେଶ, ବଡ଼ ଡିଲ୍ କିମ୍ବା ଗୁରୁତ୍ୱପୂର୍ଣ୍ଣ ଚୁକ୍ତିରେ ତରବର ହୁଅନ୍ତୁ ନାହିଁ।

ମିଥୁନ- କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ୱ ମିଳିପାରେ। କଥାବାର୍ତ୍ତା ଦ୍ୱାରା କାମ ସହଜ ହେବ। ଧନ ଆସିବା ସହିତ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇପାରେ। ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତରବର କରନ୍ତୁ ନାହିଁ।

କର୍କଟ- ମନରେ କିଛି ଚିନ୍ତା ରହିପାରେ। କାମରେ ବିଳମ୍ବ ହେଲେ ମଧ୍ୟ ଶେଷରେ ସଫଳତା ମିଳିପାରେ। ପରିବାରର କାହାର ସାହାଯ୍ୟ ମିଳିବ। ଧନ ସମ୍ବନ୍ଧୀୟ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟରେ ନିଦ୍ରା ଓ ବିଶ୍ରାମକୁ ଗୁରୁତ୍ୱ ଦିଅନ୍ତୁ। ଅତୀତର କୌଣସି ସମସ୍ୟା ପୁଣି ମନକୁ ଚିନ୍ତିତ କରିପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ।

ସିଂହ- ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଭଲ ସମୟ ରହିବ। ଅହଂକାର ଯୋଗୁଁ କୌଣସି ବିବାଦ ନକରନ୍ତୁ। କୌଣସି ବଡ଼ ଅଧିକାରୀ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିପାରେ।

କନ୍ୟା- ଦିନଟି ମିଶ୍ର ଫଳଦାୟକ ରହିପାରେ। କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ପରିବାରରେ ଛୋଟ ମତଭେଦ ହୋଇପାରେ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ପ୍ରତିଯୋଗିତା କିମ୍ବା ଚାକିରି ସମ୍ବନ୍ଧୀୟ ପ୍ରୟାସରେ ଧୀରେ ଧୀରେ ସଫଳତା ମିଳିପାରେ।

ତୁଳା- ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଳିପାରେ। ନୂଆ ଲୋକଙ୍କ ସହ ପରିଚୟ ଭବିଷ୍ୟତରେ ଉପକାରୀ ହେବ। ଧନଲାଭର ଯୋଗ ରହିଛି। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ଅତ୍ୟଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦୂରସ୍ଥ ସ୍ଥାନରୁ କୌଣସି ଭଲ ଖବର କିମ୍ବା ନୂଆ ସୁଯୋଗ ମିଳିପାରେ।

ବିଛା- ଅଟକିଥିବା କାମ ଆଗକୁ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସମର୍ଥନ ମିଳିବ। ଆର୍ଥିକ ଲାଭ ହୋଇପାରେ। ମାନସିକ ଭାବେ ନିଜକୁ ଶାନ୍ତ ରଖନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ନିଜର ଗୁପ୍ତ ଯୋଜନା କିମ୍ବା ଆର୍ଥିକ କଥା ସମସ୍ତଙ୍କ ସହିତ ଆଲୋଚନା ନକରିବା ଭଲ।

ଧନୁ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନୋବଳ ବଢ଼ିପାରେ। ନୂଆ କାମ ଆରମ୍ଭ ପାଇଁ ଉତ୍ସାହ ରହିବ। ଧନ ସମ୍ବନ୍ଧୀୟ ଭଲ ଖବର ମିଳିପାରେ। ଯାତ୍ରା କିମ୍ବା ଦୂରସ୍ଥ ସ୍ଥାନରୁ ଲାଭ ହୋଇପାରେ। ଭାବପ୍ରବଣ ହୋଇ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତା, ଅନେକ ଅଟକିଥିବା କାମକୁ ସହଜ କରିପାରେ।

ମକର- ଘାତ ବାର ଥିବାରୁ ଦିନଟିରେ ଅଧିକ ସତର୍କତା ଆବଶ୍ୟକ। ନୂଆ ବଡ଼ ନିଷ୍ପତ୍ତି ଓ ନିବେଶରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ବିଳମ୍ବ କିମ୍ବା ବାଧା ଆସିପାରେ। ଅନାବଶ୍ୟକ ବିବାଦରେ ପଡ଼ନ୍ତୁ ନାହିଁ। ଶାନ୍ତ ରହି ନିଜ କାମରେ ଧ୍ୟାନ ଦେଲେ ଦିନଟି ନିୟନ୍ତ୍ରଣରେ ରହିବ। ଯାନବାହନ ଚଳାଇବା ଓ ଯାତ୍ରା ସମୟରେ ବିଶେଷ ସତର୍କତା ରଖନ୍ତୁ।

କୁମ୍ଭ- ପରିଶ୍ରମର ଫଳ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ଧୀରେ ଧୀରେ ଭଲ ହେବ। ବନ୍ଧୁ କିମ୍ବା ସହକର୍ମୀଙ୍କଠାରୁ ସାହାଯ୍ୟ ପାଇପାରନ୍ତି। ଅତ୍ୟଧିକ ଚିନ୍ତା ମାନସିକ ଶାନ୍ତି ନଷ୍ଟ କରିପାରେ। ନୂଆ ବ୍ୟବସାୟିକ ସମ୍ପର୍କ ଭବିଷ୍ୟତରେ ଲାଭଦାୟକ ହୋଇପାରେ।

ମୀନ- ଭାଗ୍ୟର ସମର୍ଥନ ମିଳିପାରେ। ଉଚ୍ଚଶିକ୍ଷା, ଚାକିରି କିମ୍ବା ଦୂରଯାତ୍ରା ସମ୍ବନ୍ଧୀୟ ଭଲ ଖବର ଆସିପାରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦେଲେ ଭଲ ସଫଳତା ପାଇପାରିବେ। ଗୁରୁଜନ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682