​​​​​​​ମେଷ- ଘାତ ଚନ୍ଦ୍ର ପ୍ରଭାବରୁ ମାନସିକ ଚାପ ବଢ଼ିପାରେ। ଚାକିରିରେ ଉଚ୍ଚପଦସ୍ଥଙ୍କ ସହ ମତଭେଦ ସମ୍ଭବ। ବ୍ୟବସାୟରେ ବଡ଼ ନିବେଶ ଏଡ଼ାନ୍ତୁ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ଦୂର କରନ୍ତୁ। ଅଟକିଥିବା ଧନ ମିଳିବା କଷ୍ଟକର। ସନ୍ଧ୍ୟାରେ ଶୁଭ ଖବର ମିଳିପାରେ।

ବୃଷ- ଆୟରେ ସ୍ଥିରତା ଆସିବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ। ଜମି କିମ୍ବା ସମ୍ପତ୍ତି ଆଲୋଚନା ଆଗକୁ ବଢ଼ିବ। ଅଟକିଥିବା ପେମେଣ୍ଟ ମିଳିବାର ସମ୍ଭାବନା ରହିଛି। ପରିବାରରେ ଶାନ୍ତି ରହିବ। ନୂଆ ବ୍ୟବସାୟିକ ସୁଯୋଗ ଲାଭଦାୟକ ହେବ।

ମିଥୁନ- ନୂଆ କାମରେ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ। ଅନଲାଇନ୍ କିମ୍ବା ଦୂରସ୍ଥ କାମରୁ ଲାଭ ହୋଇପାରେ। ମିତ୍ରଙ୍କ ସହଯୋଗରେ ଅଟକିଥିବା କାମ ପୂରଣ ହେବ। ଛୋଟ ଭ୍ରମଣ ଶୁଭ ରହିବ। ଆର୍ଥିକ ଉନ୍ନତିର ସଙ୍କେତ ରହିଛି।

କର୍କଟ- ଘରୋଇ କାମରେ ବ୍ୟସ୍ତତା ବଢ଼ିବ। ପରିବାରର ସହଯୋଗ ମିଳିବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ପୁରୁଣା ବିବାଦର ସମାଧାନ ସମ୍ଭବ। ଧନ ସଞ୍ଚୟରେ ସଫଳ ହେବେ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ସିଂହ- ମିଶ୍ର ଫଳ ମିଳିବ। ଅଫିସରେ କାମର ଚାପ ବଢ଼ିବ। ପଦୋନ୍ନତି ସମ୍ବନ୍ଧୀୟ ଆଲୋଚନା ଆରମ୍ଭ ହୋଇପାରେ। ବ୍ୟବସାୟରେ ଲାଭ ଓ ଖର୍ଚ୍ଚ ସମାନ ରହିବ। ପ୍ରେମ ଜୀବନରେ ଧୈର୍ଯ୍ୟ ଆବଶ୍ୟକ। ସନ୍ଧ୍ୟାରେ ଆର୍ଥିକ ଲାଭର ଯୋଗ ଅଛି।

କନ୍ୟା- କାର୍ଯ୍ୟରେ ବିଳମ୍ବ ଦେଖାଦେବ। ଧନ ଦେବା- ନେବାରେ ସତର୍କ ରୁହନ୍ତୁ। ଅଫିସରେ କାହାର କଥାରୁ ମନ ଦୁଃଖିତ ହୋଇପାରେ। ପେଟ କିମ୍ବା ହଜମ ସମସ୍ୟା ହୋଇପାରେ। ପୂଜାପାଠରେ ମନ ଲାଗିବ।

ତୁଳା- ସାମାଜିକ ସମ୍ମାନ ବଢ଼ିବ। ବ୍ୟବସାୟରେ ନୂଆ ଗ୍ରାହକ ମିଳିପାରେ। ଦାମ୍ପତ୍ୟରେ ମଧୁରତା ରହିବ। ଅଟକିଥିବା କାଗଜପତ୍ରର କାମ ସମାପ୍ତ ହେବ। ସୃଜନଶୀଳ କାମରେ ସଫଳତା ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି।

ବିଛା- ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢ଼ିବ। ସରକାରୀ କାମରେ ଅଗ୍ରଗତି ହୋଇପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ପରିବାରରେ ଶୁଭ ଆଲୋଚନା ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ଧନୁ- ମିଶ୍ର ଫଳ ମିଳିବ। ଚାକିରି ପରିବର୍ତ୍ତନର ସୁଯୋଗ ଆସିପାରେ। ବିଦେଶ କିମ୍ବା ଦୂରସ୍ଥ କାମର ଖବର ମିଳିପାରେ। ଭ୍ରମଣରେ ସତର୍କ ରୁହନ୍ତୁ। ଧନ ଆଦାୟରେ ସାମାନ୍ୟ ବିଳମ୍ବ ହେବ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ।

ମକର- ଘାତ ବାର ପ୍ରଭାବରୁ ଦିନଟି ମିଶ୍ର ରହିବ। ଅଫିସରେ ଚାପ ବଢ଼ିପାରେ। ଯାନବାହନ ଚଳାଇବା ବେଳେ ସତର୍କ ରୁହନ୍ତୁ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ଲାଭ ମିଳିପାରେ। ପରିବାରର ସହଯୋଗ ମନୋବଳ ବଢ଼ାଇବ। ସନ୍ଧ୍ୟା ପରେ ପରିସ୍ଥିତି ଭଲ ହେବ।

କୁମ୍ଭ- ଭାଗ୍ୟର ସହଯୋଗ ମିଳିବ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ବ୍ୟବସାୟରେ ଆୟ ବୃଦ୍ଧିର ଯୋଗ ରହିଛି। ପରିବାରରେ ସୁଖଦ ପରିବେଶ ରହିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ମୀନ- ମିଶ୍ର ଫଳ ମିଳିବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ନୂଆ ଆୟର ଉତ୍ସ ମିଳିପାରେ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ଦୂର ହେବ। ଅଟକିଥିବା ବ୍ୟବସାୟିକ ଆଲୋଚନା ପୁଣି ଆରମ୍ଭ ହେବ। ସଂଯମ ରଖିଲେ ଲାଭ ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682