​​​​​​​ମେଷ– କାମରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମ ଧୀରେଧୀରେ ଆଗକୁ ବଢ଼ିବ । ଆର୍ଥିକ ଦିଗରେ ଭଲ ରହିବେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପରିବାରରେ କାହାର ସହଯୋଗ ମିଳିବ । ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କରେ ବୁଝାମଣା ବଢ଼ିବ । ଯାତ୍ରା ସମୟରେ ସତର୍କ ରୁହନ୍ତୁ ।

ବୃଷ– ଯୋଜନା ଅନୁସାରେ କାମ କରିବାର ସୁଯୋଗ ମିଳିବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ, ନୂଆ ଗ୍ରାହକ ମିଳିପାରନ୍ତି । ଧନ ଆସିବାର ରାସ୍ତା ଖୋଲିପାରେ । ପରିବାରରେ ଶାନ୍ତି ରହିବ । ନିଜ କଥାକୁ ଅଧିକ କଠୋର ଭାବରେ ନ କହିବା ଭଲ ।

ମିଥୁନ– ମନରେ ଥିବା କିଛି ଚିନ୍ତା ଦୂର ହେବ । ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ ଓ ଆପଣଙ୍କ ପରିଶ୍ରମ ଦେଖାଯିବ । ଆର୍ଥିକ ସ୍ଥିତି ସାଧାରଣ ରହିବ । ପୁରୁଣା ପରିଚିତଙ୍କ ସହ ଯୋଗାଯୋଗ ହୋଇପାରେ । ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ଥିଲେ ଆଲୋଚନା କରି ସମାଧାନ କରନ୍ତୁ ।

କର୍କଟ– କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ । ଆପଣଙ୍କ କାମକୁ ଉଚ୍ଚ ଅଧିକାରୀମାନେ ପ୍ରଶଂସା କରିପାରନ୍ତି । ଧନ ସମ୍ବନ୍ଧୀୟ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଘରେ ଛୋଟ ମତଭେଦ ହୋଇପାରେ, ତେଣୁ ଶାନ୍ତ ରୁହନ୍ତୁ । ନିଜ ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ– ଆତ୍ମବିଶ୍ୱାସ ବଢ଼ିବ ଓ ନୂଆ କାମ ଆରମ୍ଭ କରିବାର ଉତ୍ସାହ ରହିବ । ବ୍ୟବସାୟରେ ଲାଭର ସୁଯୋଗ ମିଳିପାରେ । ଚାକିରି କରୁଥିବା ଲୋକଙ୍କୁ ନୂଆ ଅବସର ମିଳିପାରେ । ପରିବାରରୁ ଭଲ ସମର୍ଥନ ପାଇବେ । ତରବରିଆ ଭାବେ ବଡ଼ ଆର୍ଥିକ ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ ।

କନ୍ୟା– କାମର ଚାପ କିଛି ଅଧିକ ରହିପାରେ । ଅଟକିଥିବା ଟଙ୍କା ପାଇବା ପାଇଁ ଚେଷ୍ଟା କଲେ ଭଲ ଖବର ମିଳିପାରେ । ବ୍ୟବସାୟରେ ନୂଆ ଯୋଜନା କରିପାରିବେ । ସମ୍ପର୍କରେ ଅଧିକ ଆଶା ରଖିବା ଠିକ୍ ହେବ ନାହିଁ । ଆଜି ନିଜ ନିଷ୍ପତ୍ତି ଉପରେ ଭରସା ରଖନ୍ତୁ ।

ତୁଳା– ଚନ୍ଦ୍ର ତୁଳା ରାଶିରେ ଥିବାରୁ ମନରେ ଆତ୍ମବିଶ୍ୱାସ ବଢ଼ିବ ଏବଂ ନିଜ କଥାକୁ ଭଲ ଭାବରେ ପ୍ରକାଶ କରିପାରିବେ । ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ । ଧନ ସମ୍ବନ୍ଧୀୟ କିଛି ଭଲ ଖବର ମିଳିପାରେ । ପରିବାର ଓ ପ୍ରେମ ସମ୍ପର୍କରେ ଆପଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ମନର ଅସ୍ଥିରତାରେ ତୁରନ୍ତ ନିଷ୍ପତ୍ତି ନେବେ ନାହିଁ ।

ବିଛା– ପରିଶ୍ରମ ଅନୁସାରେ ଫଳ ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ଆସିପାରେ । ଆର୍ଥିକ ଦିଗରେ ସତର୍କ ରହିବା ଭଲ । କାହାକୁ ଅତ୍ୟଧିକ ଭରସା କରି ଧନ ଦେବାରୁ ଦୂରେଇ ରୁହନ୍ତୁ । ପ୍ରିୟଜନଙ୍କ ସହ ସମୟ ବିତାଇଲେ ମନ ହାଲୁକା ହେବ ।

ଧନୁ– ଭାଗ୍ୟର ସହଯୋଗରେ କିଛି ଅଟକିଥିବା କାମ ସମାପ୍ତ ହୋଇପାରେ । ଚାକିରି ଓ ବ୍ୟବସାୟରେ ଆଗକୁ ବଢ଼ିବାର ସୁଯୋଗ ମିଳିବ । ଧନଲାଭ ହେବାର ଯୋଗ ରହିଛି । ବନ୍ଧୁ କିମ୍ବା ପରିଚିତଙ୍କଠାରୁ ଉପକାର ପାଇପାରନ୍ତି । ଦୂରଯାତ୍ରା କିମ୍ବା ନୂଆ ଯୋଜନା ପାଇଁ ଦିନଟି ଭଲ ।

ମକର– ଧୈର୍ଯ୍ୟ ରଖି କାମ କଲେ ଭଲ ଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ଧନ ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ଉପରେ ଧ୍ୟାନ ଦିଅନ୍ତୁ । ପରିବାରରେ ଆପଣଙ୍କ ପରାମର୍ଶକୁ ଗୁରୁତ୍ୱ ଦିଆଯିବ। ଅଧିକ କାମ ଯୋଗୁ ମାନସିକ ଚାପ ନେବେ ନାହିଁ ।

କୁମ୍ଭ–ନୂଆ ଲୋକଙ୍କ ସହ ପରିଚୟ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ବ୍ୟବସାୟରେ ନୂଆ ଡିଲ୍ କିମ୍ବା ଅବସର ଆସିପାରେ । ଚାକିରିରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିବ । ଧନ ସମ୍ବନ୍ଧୀୟ କାମରେ ଭଲ ଗତି ଆସିପାରେ । ପରିବାରରେ ଖୁସିର ପରିବେଶ ରହିବ ।

ମୀନ–ମନରେ ଥିବା କିଛି ଦ୍ୱନ୍ଦ୍ୱ ଦୂର ହୋଇ ନିଷ୍ପତ୍ତି ନେବା ସହଜ ହେବ । କାମରେ ଅନ୍ୟମାନଙ୍କ ସହଯୋଗ ମିଳିବ । ଆର୍ଥିକ ଦିଗରେ ମଧ୍ୟମ ଫଳ ମିଳିବ, ତେଣୁ ବଡ଼ ଖର୍ଚ୍ଚ ଏଡ଼ାନ୍ତୁ । ପ୍ରେମ ଓ ପରିବାର ସମ୍ପର୍କରେ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଆଧ୍ୟାତ୍ମିକ କାର୍ଯ୍ୟ କିମ୍ବା ଧ୍ୟାନ ମନକୁ ଶାନ୍ତି ଦେଇପାରେ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682