ମେଷ- କର୍ମକ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ। ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ବ୍ୟବସାୟରେ ନୂଆ ଗ୍ରାହକ କିମ୍ବା ନୂଆ ଅର୍ଡର ମିଳିବାର ସମ୍ଭାବନା ରହିଛି। ଆର୍ଥିକ ଦିଗରେ ଆୟ ବଢ଼ିପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରେ ଆପଣଙ୍କ କଥାକୁ ଗୁରୁତ୍ୱ ମିଳିବ। ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ।

ବୃଷ- ଆର୍ଥିକ ଭାବେ ଦିନଟି ଭଲ ରହିପାରେ। ପୁରୁଣା ବକେୟା ଟଙ୍କା ମିଳିବାର ଆଶା ରହିଛି। ଚାକିରିରେ ଦାୟିତ୍ୱ ବଢ଼ିପାରେ ଏବଂ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଦାମ୍ପତ୍ୟ ଜୀବନରେ ଛୋଟ ମତଭେଦ ହୋଇପାରେ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ଶୀଘ୍ର ଠିକ୍ ହେବ।

ମିଥୁନ- ଯୋଗାଯୋଗ ଓ ବୁଦ୍ଧିମତା ଦ୍ୱାରା ଲାଭ ପାଇପାରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଖବର ମିଳିପାରେ। ବ୍ୟବସାୟରେ ନୂଆ ସମ୍ପର୍କ ଭବିଷ୍ୟତରେ ଲାଭଦାୟକ ହେବ। ଟଙ୍କା ଆସିବା ସହିତ କିଛି ଅତିରିକ୍ତ ଖର୍ଚ୍ଚ ମଧ୍ୟ ହୋଇପାରେ। ପ୍ରେମ ସମ୍ପର୍କରେ ମନର କଥା ସ୍ପଷ୍ଟ ଭାବେ କହନ୍ତୁ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ।

କର୍କଟ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନୋବଳ ଓ ଆତ୍ମବିଶ୍ୱାସ ବଢ଼ିପାରେ। କର୍ମକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଡିଲ୍ କିମ୍ବା ଆର୍ଥିକ ଲାଭର ସମ୍ଭାବନା ରହିଛି। ପରିବାରରୁ ସମର୍ଥନ ମିଳିବ। ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି। ମାନସିକ ଚାପ କମିବ ଏବଂ ଦିନଟି ଉତ୍ସାହଜନକ ରହିବ।

ସିଂହ- ଆର୍ଥିକ ଦିଗରେ ମିଶ୍ର ଫଳ ମିଳିବ। ଚାକିରିରେ କାମର ଚାପ ବଢ଼ିପାରେ, ତେଣୁ ଯୋଜନା କରି କାମ କରନ୍ତୁ। ବ୍ୟବସାୟରେ ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ଖର୍ଚ୍ଚ ବଢ଼ିବାରୁ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାରର କୌଣସି ବ୍ୟକ୍ତିଙ୍କୁ ନେଇ ଚିନ୍ତା ହୋଇପାରେ। କ୍ରୋଧ ନିୟନ୍ତ୍ରଣ କଲେ ଦିନଟି ଭଲ ଯିବ।

କନ୍ୟା- କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କ ପରିଶ୍ରମର ଫଳ ଧୀରେ ଧୀରେ ମିଳିବ। ବ୍ୟବସାୟରେ ଲାଭ ପାଇଁ ନୂଆ ଯୋଜନା କରିପାରନ୍ତି। ଆର୍ଥିକ ଦିଗରେ ସ୍ଥିରତା ରହିବ, କିନ୍ତୁ ଧାର ଦେବାରେ ସାବଧାନ ରୁହନ୍ତୁ। ସମ୍ପର୍କରେ ଭୁଲ ବୁଝାମଣା ହେଲେ ଆଲୋଚନା ଦ୍ୱାରା ସମାଧାନ କରନ୍ତୁ। ସ୍ୱାସ୍ଥ୍ୟ ପାଇଁ ନିଦ୍ରା ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା- ଭାଗ୍ୟର ସହଯୋଗରେ ଅଟକିଥିବା କାମ ଆଗକୁ ବଢ଼ିବ। ଚାକିରିରେ ପ୍ରଶଂସା କିମ୍ବା ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ଲାଭଦାୟକ ଯୋଗାଯୋଗ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଦୂରସ୍ଥ ବ୍ୟକ୍ତିଙ୍କଠାରୁ ଭଲ ଖବର ପାଇପାରନ୍ତି।

ବିଛା- ସାହସ ଓ ଆତ୍ମବିଶ୍ୱାସରେ ଅନେକ କାମ ସଫଳ କରିପାରିବେ। ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ। ଚାକିରିରେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିବେ। ଟଙ୍କା ସମ୍ବନ୍ଧୀୟ ମାମଲାରେ ସତର୍କ ନିଷ୍ପତ୍ତି ନିଅନ୍ତୁ। ପରିବାରରେ ଆପଣଙ୍କ ସମର୍ଥନ ଆବଶ୍ୟକ ହୋଇପାରେ। ଅଧିକ ତର୍କରୁ ଦୂରେଇ ରହିବା ଭଲ।

ଧନୁ- କର୍ମକ୍ଷେତ୍ରରେ ନୂଆ ଯୋଜନା କରିବାର ଦିନ। ପୁରୁଣା କାମ ସମାପ୍ତ କରିବାରେ ସଫଳ ହେବେ। ବ୍ୟବସାୟରେ ଲାଭ ମିଳିପାରେ, କିନ୍ତୁ ବଡ଼ ନିବେଶ ପୂର୍ବରୁ ଭଲ ଭାବେ ଯାଞ୍ଚ କରନ୍ତୁ। ଆର୍ଥିକ ଦିଗରେ ଧୀରେ ଧୀରେ ସୁଧାର ଆସିବ। ପରିବାରରେ ଶାନ୍ତି ରହିବ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିପାରେ।

ମକର- ବ୍ୟବସାୟ ଓ କର୍ମକ୍ଷେତ୍ର ପାଇଁ ଦିନଟି ଅନୁକୂଳ ରହିବ। ନୂଆ ଲୋକଙ୍କ ସହ ଯୋଗାଯୋଗ ଭବିଷ୍ୟତରେ ଲାଭ ଦେଇପାରେ। ଆର୍ଥିକ ଲାଭର ନୂଆ ମାର୍ଗ ଖୋଲିପାରେ। ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ସହଜ ହେବ। ଦାୟିତ୍ୱ ବଢ଼ିଲେ ମଧ୍ୟ ଆପଣ ତାହାକୁ ଭଲଭାବେ ସମ୍ଭାଳିପାରିବେ। ଦୂରଯାତ୍ରା କିମ୍ବା ବାହାର ସ୍ଥାନ ସମ୍ବନ୍ଧୀୟ କାମରେ ସଫଳତା ମିଳିପାରେ।

କୁମ୍ଭ- ଚାକିରି ଓ ବ୍ୟବସାୟରେ ଧୈର୍ଯ୍ୟ ଧରି କାମ କରିବା ଆବଶ୍ୟକ। କାର୍ଯ୍ୟସ୍ଥଳରେ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଟକିଥିବା ଟଙ୍କା ସମ୍ବନ୍ଧୀୟ ଖବର ମିଳିପାରେ। ଖର୍ଚ୍ଚ ବଢ଼ିପାରେ, ତେଣୁ ଆର୍ଥିକ ଯୋଜନା ଜରୁରୀ। ପ୍ରେମ ସମ୍ପର୍କରେ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଶରୀରକୁ ବିଶ୍ରାମ ଦେବା ଆବଶ୍ୟକ।

ମୀନ- ଭାଗ୍ୟର ସହଯୋଗରେ ଅନେକ କାମ ସହଜ ହୋଇପାରେ। ଚାକିରିରେ ଉନ୍ନତିର ନୂଆ ମାର୍ଗ ଦେଖାଯିବ। ବ୍ୟବସାୟରେ ନୂଆ ଗ୍ରାହକ କିମ୍ବା ଲାଭଦାୟକ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ଭଲ ହେବା ସହିତ ପୁରୁଣା ଚିନ୍ତା କମିବ। ପରିବାରରେ ଖୁସିର ପରିବେଶ ରହିବ। ନିଆଯାଇଥିବା ସଠିକ୍ ନିଷ୍ପତ୍ତି ଆଗାମୀ ଦିନରେ ଲାଭ ଦେଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682