ମେଷ- ଘାତବାର ଯୋଗୁ ବ୍ୟସ୍ତତାରେ ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ଚାପ ବଢ଼ିପାରେ। ପରିବାରର ପରାମର୍ଶ ଲାଭଦାୟକ ହେବ। ଧନ କାରବାରରେ ସତର୍କ ରୁହନ୍ତୁ। ଅଫିସରେ ପୁରୁଣା ସମସ୍ୟାର ସମାଧାନ ହେବ। ସନ୍ଧ୍ୟା ସୁଦ୍ଧା ଅଟକିଥିବା ଫୋନ୍ କିମ୍ବା ସନ୍ଦେଶ ମିଳିପାରେ।

ବୃଷ- ଆର୍ଥିକ ଦିଗରେ ଲାଭ ମିଳିବ। ବ୍ୟବସାୟରେ ନୂଆ ଗ୍ରାହକ ବଢ଼ିବେ। ପ୍ରେମ ସମ୍ପର୍କ ମଜଭୁତ ହେବ। ଅଟକିଥିବା ଟଙ୍କା ଫେରିପାରେ। ପଦୋନ୍ନତିର ଆଲୋଚନା ହୋଇପାରେ। ବ୍ୟବସାୟରେ ବଡ଼ ଅର୍ଡର ମିଳିବାର ସମ୍ଭାବନା ଅଛି।

ମିଥୁନ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ଇଣ୍ଟରଭ୍ୟୁ ଓ ମିଟିଂରେ ସଫଳତା ମିଳିବ। ଛୋଟ ଯାତ୍ରା ଶୁଭ ରହିବ। ଭାଇଭଉଣୀଙ୍କ ସହଯୋଗ ପାଇବେ। ନୂଆ ଚାକିରିର ସନ୍ଦେଶ ମିଳିପାରେ। ସୋସିଆଲ ମିଡିଆ କିମ୍ବା ଯୋଗାଯୋଗରୁ ଲାଭ ହେବ।

କର୍କଟ- ଖର୍ଚ୍ଚ ବଢ଼ିଲେ ମଧ୍ୟ ଆୟର ସନ୍ତୁଳନ ରହିବ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପୁରୁଣା ଚିନ୍ତା ଦୂର ହେବ। ଦୂରରେ ଥିବା ପ୍ରିୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହେବ। ଘରେ ଶୁଭ କାର୍ଯ୍ୟର ଯୋଜନା ଆରମ୍ଭ ହୋଇପାରେ।

ସିଂହ- ମିତ୍ରଙ୍କ ସହଯୋଗରେ କାମ ସଫଳ ହେବ। ଚାକିରିରେ ପ୍ରଶଂସା ପାଇବେ। ବ୍ୟବସାୟରେ ଲାଭର ସଙ୍କେତ ଅଛି। ସାମାଜିକ ସମ୍ମାନ ବଢ଼ିବ। ସରକାରୀ କାମରେ ଅଗ୍ରଗତି ହେବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ପରିଚୟ ଲାଭଦାୟକ ହେବ।

କନ୍ୟା- ଘାତଚନ୍ଦ୍ର ଯୋଗୁଁ ମାନସିକ ଅସ୍ଥିରତା ରହିପାରେ। ଉପରିସ୍ଥଙ୍କ ସହ ବିବାଦ ଏଡ଼ାନ୍ତୁ। ବଡ଼ ବିନିଯୋଗ ସ୍ଥଗିତ ରଖନ୍ତୁ। ପରିବାରର ସହଯୋଗ ମିଳିବ। ବିବାହ ପ୍ରସ୍ତାବରେ ସାମୟିକ ବିଳମ୍ବ ହୋଇପାରେ। ଶରୀରର କ୍ଲାନ୍ତି ଦୂର କରିବା ପାଇଁ ବିଶ୍ରାମ ଆବଶ୍ୟକ।

ତୁଳା- ଭାଗ୍ୟର ସହଯୋଗ ମିଳିବ। ପରୀକ୍ଷା ଓ ଉଚ୍ଚଶିକ୍ଷାରେ ସଫଳତା ମିଳିବ। ଦୂରଯାତ୍ରାର ଯୋଗ ଅଛି। ଆଇନଗତ କାମରେ ଅଗ୍ରଗତି ହେବ। ବିଦେଶରୁ ସୁଯୋଗ ଆସିପାରେ। ଗୁରୁଜନଙ୍କ ଆଶୀର୍ବାଦରେ ଅଟକିଥିବା କାମ ସଫଳ ହେବ।

ବିଛା- ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ସହଭାଗୀତା ବ୍ୟବସାୟରେ ଲାଭ ମିଳିବ। ବିବାହ ପ୍ରସ୍ତାବରେ ପୁଣି ଆଲୋଚନା ଆରମ୍ଭ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଦଲିଲ କିମ୍ବା ଫାଇଲ କ୍ଲିଅର ହେବାର ଯୋଗ ଅଛି। ହଠାତ୍ ଧନ ପ୍ରାପ୍ତି କିମ୍ବା ରିଫଣ୍ଡ ମିଳିପାରେ।

ଧନୁ- ଦାମ୍ପତ୍ୟ ଓ ସମ୍ପର୍କରେ ମଧୁରତା ବଢ଼ିବ। ନୂଆ ଚୁକ୍ତି ଲାଭଦାୟକ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପାର୍ଟନରସିପ୍ ବ୍ୟବସାୟରେ ଶୁଭ ନିଷ୍ପତ୍ତି ହେବ। ଅବିବାହିତଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ।

ମକର- ପରିଶ୍ରମର ଫଳ ମିଳିବ। ଚାକିରିରେ ଦାୟିତ୍ୱ ବଢ଼ିବ। ଶତ୍ରୁ ପକ୍ଷ ଦୁର୍ବଳ ହେବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଅଟକିଥିବା ପେମେଣ୍ଟ ପାସ୍ ହୋଇପାରେ। କୋର୍ଟ କିମ୍ବା ଅଫିସ ସମ୍ବନ୍ଧୀୟ କାମରେ ସଫଳତା ମିଳିବ।

କୁମ୍ଭ- ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ଦୂର ହେବ। ସନ୍ତାନଙ୍କ ପ୍ରଗତିରେ ଖୁସି ମିଳିବ। କଳା କ୍ଷେତ୍ରରେ ଶୁଭ ଯୋଗ ଅଛି। ଶେୟାର କିମ୍ବା ସୃଜନଶୀଳ ବିନିଯୋଗରୁ ଲାଭ ମିଳିବ।

ମୀନ- ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ। ଜମି କିମ୍ବା ଘର କାମରେ ଅଗ୍ରଗତି ହେବ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ପରିବାରରେ ସୁଖ ଓ ଶାନ୍ତି ରହିବ। ନୂଆ ଘର କିମ୍ବା ଯାନ କିଣିବାର ଯୋଗ ଶକ୍ତିଶାଳୀ ହେବ। ବାସ୍ତୁ କିମ୍ବା ଘର ସଜାଣିର କାମରେ ଶୁଭ ଫଳ ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682