ମେଷ- ଘାତ ବାର ଯୋଗୁ କାମରେ ବାଧା ଓ ଅନାବଶ୍ୟକ ଚିନ୍ତା ଦେଖାଦେଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ତରବର ହୁଅନ୍ତୁ ନାହିଁ। ଧନ ନେଣଦେଣରେ ସାବଧାନ ରୁହନ୍ତୁ। ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ତେଣୁ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ପରିସ୍ଥିତି ଧୀରେ ଧୀରେ ଅନୁକୂଳ ହେବ।

ବୃଷ- ଦିନଟି ସାଧାରଣତଃ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମରେ ଅଗ୍ରଗତି ହେବ। ପରିବାରରେ ସୁଖ ଓ ଶାନ୍ତି ରହିବ। ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି। ଅଟକିଥିବା ପେମେଣ୍ଟ ମିଳିବାର ଆଶା ରହିବ।

ମିଥୁନ- ନୂଆ ଯୋଜନା କରିବା ପାଇଁ ଦିନଟି ଭଲ। ବ୍ୟବସାୟରେ ଲାଭର ସୁଯୋଗ ମିଳିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ମନକୁ ଖୁସି କରିବ। ଯାତ୍ରା ସମୟରେ ସାମାନ୍ୟ ସତର୍କତା ରଖନ୍ତୁ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିପାରେ। ମିତ୍ର କିମ୍ବା ପରିଚିତଙ୍କ ସାହାଯ୍ୟରେ ନୂଆ ସୁଯୋଗ ମିଳିବ।

କର୍କଟ- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ। ଆର୍ଥିକ ଦିଗରେ ସ୍ଥିତି ଧୀରେ ଧୀରେ ସୁଧୁରିବ। ପ୍ରିୟଜନଙ୍କ ସହ ସମ୍ପର୍କ ମଧୁର ରହିବ। ଘରୋଇ କାର୍ଯ୍ୟରେ କିଛି ଅତିରିକ୍ତ ଖର୍ଚ୍ଚ ହୋଇପାରେ। ନୂଆ କାମରେ ଆଗକୁ ବଢ଼ିବା ପାଇଁ ଭଲ ପ୍ରେରଣା ମିଳିବ।

ସିଂହ- ଆତ୍ମବିଶ୍ୱାସ ବଢ଼ିବ ଏବଂ ନୂଆ କାମ ଆରମ୍ଭ ପାଇଁ ଉତ୍ସାହ ରହିବ। କର୍ମକ୍ଷେତ୍ରରେ ମାନ-ସମ୍ମାନ ମିଳିପାରେ। ଧନଲାଭର କିଛି ଭଲ ସୁଯୋଗ ଆସିପାରେ। ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗରେ ଅଟକିଥିବା କାମ ସମାଧାନ ହୋଇପାରେ। ପ୍ରେମ ସମ୍ପର୍କରେ ଭଲ ବୁଝାମଣା ବଢ଼ିବ।

କନ୍ୟା- କାମରେ ଏକାଗ୍ରତା ବଢ଼ିବ ଏବଂ ଅଟକିଥିବା କାର୍ଯ୍ୟ ସମାପ୍ତ କରିପାରିବେ। ଚାକିରିରେ ଭଲ ଖବର ମିଳିପାରେ। ଆର୍ଥିକ ଦିଗରେ ସ୍ଥିରତା ରହିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପୁରୁଣା ଋଣ କିମ୍ବା ଆର୍ଥିକ ଚିନ୍ତା କିଛି ମାତ୍ରାରେ କମିପାରେ। ଛାତ୍ରଛାତ୍ରୀମାନେ ପଢ଼ାରେ ଭଲ ଫଳ ପାଇପାରନ୍ତି।

ତୁଳା- ଘାତ ଚନ୍ଦ୍ର ଯୋଗୁ ମାନସିକ ଚାପ ଓ ଦ୍ୱନ୍ଦ୍ୱ ବଢ଼ିପାରେ। ଗୁରୁତ୍ୱପୂର୍ଣ୍ଣ କାମରେ ବିଳମ୍ବ ହୋଇପାରେ। ଅନାବଶ୍ୟକ ବିତର୍କ ଓ ଧନ ନେଣଦେଣରୁ ଦୂରେଇ ରୁହନ୍ତୁ। ଯାତ୍ରା ସମୟରେ ସତର୍କ ରୁହନ୍ତୁ ଏବଂ ଗାଡ଼ି ଚଳାଇବାବେଳେ ବିଶେଷ ସାବଧାନ ହୁଅନ୍ତୁ। କାହାକୁ ଅଧିକ ଟଙ୍କା ଧାର ଦେବା ଏଡ଼ାନ୍ତୁ।

ବିଛା- ଦିନଟି ମଧ୍ୟମରୁ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଅଟକିଥିବା ଧନ ଫେରିବାର ଆଶା ଦେଖାଦେଇପାରେ। ବ୍ୟବସାୟରେ ନୂଆ ଡିଲ୍ କିମ୍ବା ଅର୍ଡର ମିଳିପାରେ। ତେବେ ଗୁପ୍ତ ଶତ୍ରୁ କିମ୍ବା ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟକଳାପ ପ୍ରତି ସତର୍କ ରୁହନ୍ତୁ।

ଧନୁ- ଭାଗ୍ୟର ସମର୍ଥନ ମିଳିବ ଏବଂ ନୂଆ ସୁଯୋଗ ଆସିପାରେ। ବ୍ୟବସାୟରେ ଲାଭ ବଢ଼ିବାର ସମ୍ଭାବନା ରହିବ। ଦୂରସ୍ଥ ସ୍ଥାନରୁ ଭଲ ଖବର ମିଳିପାରେ। ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱର ସଙ୍କେତ ମିଳିପାରେ। ବଡ଼ ଭାଇ କିମ୍ବା ବନ୍ଧୁଙ୍କ ସାହାଯ୍ୟରେ ଲାଭ ହେବ।

ମକର- କର୍ମକ୍ଷେତ୍ରରେ ପରିଶ୍ରମ ବଢ଼ିବ। କିନ୍ତୁ ତାହାର ଫଳ ମଧ୍ୟ ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇପାରନ୍ତି। ଆର୍ଥିକ ଦିଗରେ ସାମାନ୍ୟ ସୁଧାର ହେବ। ପୁରୁଣା ପରିଚୟରୁ ବ୍ୟବସାୟିକ ଲାଭ ମିଳିପାରେ। ଘର କିମ୍ବା ଜମି ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବାର ସମ୍ଭାବନା ରହିବ।

କୁମ୍ଭ- ଘାତ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଓ କାମରେ ବାଧା ଆସିପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କୌଣସି ନୂଆ ଚୁକ୍ତି କିମ୍ବା ବଡ଼ ଆର୍ଥିକ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟରେ ମୁଣ୍ଡବିନ୍ଧା କିମ୍ବା ଥକାପଣ ଅନୁଭବ ହୋଇପାରେ। ନିକଟ ସମ୍ପର୍କରେ ଭୁଲ ବୁଝାମଣା ହେବାରୁ ଶାନ୍ତ ଭାବରେ କଥା ହୁଅନ୍ତୁ।

ମୀନ- ଦିନଟି ଆପଣଙ୍କ ପାଇଁ ଶୁଭ ରହିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ପ୍ରଶଂସା ମିଳିପାରେ। ଧନଲାଭର ନୂଆ ରାସ୍ତା ଖୋଲିପାରେ। ଆଧ୍ୟାତ୍ମିକ କାର୍ଯ୍ୟ କିମ୍ବା ଧାର୍ମିକ ଯାତ୍ରାର ସୁଯୋଗ ମିଳିପାରେ। ଦୂରସ୍ଥ ବ୍ୟକ୍ତି କିମ୍ବା ବିଦେଶ ସମ୍ବନ୍ଧୀୟ କାମରୁ ଲାଭ ମିଳିବାର ସମ୍ଭାବନା ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682