​​​​​​​ମେଷ- କାର୍ଯ୍ୟକ୍ଷେତ୍ରରେ ଚାପ ବଢିପାରେ। କିନ୍ତୁ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ଧନଲାଭର ସମ୍ଭାବନା ରହିଛି କିନ୍ତୁ ଖର୍ଚ୍ଚ ମଧ୍ୟ ବଢିପାରେ। ପରିବାରରେ ସାନ୍ତି ରହିବ । ଅଚାନକ ଖୁସି ଖବର ମିଳିପାରେ । ବନ୍ଧୁଙ୍କ ସହ ସମୟ କଟିବ।

ବୃଷ- ଭାଗ୍ୟର ସହଯୋଗ ମିଳିବ । ନୂତନ କାମ ଆରମ୍ଭ ପାଇଁ ଶୁଭ ଦିନ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢିବ। ଯାତ୍ରାରେ ସାବଧାନ ରୁହନ୍ତୁ । ବଡ଼ମାନଙ୍କ ଆଶୀର୍ବାଦ ମିଳିବ। ଶିକ୍ଷାରେ ଉନ୍ନତି ହେବ ।

ମିଥୁନ- ଅଚାନକ ଖର୍ଚ୍ଚ ବଢିପାରେ। ମନ ଚିନ୍ତିତ ରହିପାରେ । ସ୍ୱାସ୍ଥ୍ୟରେ ଅଲ୍ପ ଅସୁବିଧା ହେବା ସମ୍ଭାବନା । ବିଚାର କରି କାମ କରନ୍ତୁ । ପରିବାରର ସହଯୋଗ ମିଳିବ । ପୁରୁଣା କାମ ସମାପ୍ତ ହେବ ।

କର୍କଟ- ସହଯୋଗୀଙ୍କ ସହ ସମ୍ପର୍କ ଭଲ ରହିବ। ବ୍ୟବସାୟରେ ଲାଭ ହେବ। ବିବାହିତ ଜୀବନ ସୁଖମୟ ରହିବ। ନୂତନ ଯୋଗାଯୋଗ ଲାଭକାରୀ ହେବ । ମନୋବଳ ବଢିବ । ନୂତନ ଯୋଜନା ସଫଳ ହେବ ।

ସିଂହ- ଶତ୍ରୁ ଦମନ ହେବ। କାର୍ଯ୍ୟରେ ସଫଳତା ମିଳିବ। ଶରୀରରେ କ୍ଲାନ୍ତି ଅନୁଭବ କରିପାରନ୍ତି। ନିୟମିତ ଖାଦ୍ୟ ଓ ବିଶ୍ରାମ ଆବଶ୍ୟକ। କାମରେ ପ୍ରଶଂସା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ ।

କନ୍ୟା- ଶିକ୍ଷା ଓ ପ୍ରେମ ଜୀବନରେ ଭଲ ପରିଣାମ ମିଳିବ। ସୃଜନଶୀଳ କାର୍ଯ୍ୟରେ ସଫଳତା । ସନ୍ତାନ ପକ୍ଷରୁ ସୁଖବାର୍ତ୍ତା ମିଳିପାରେ । ଆତ୍ମବିଶ୍ୱାସ ବଢିବ । ପ୍ରତିଭା ପ୍ରଦର୍ଶନ କରିପାରିବେ ।

ତୁଳା- ଘରୋଇ କାମରେ ବ୍ୟସ୍ତତା ବଢିବ । ମାନସିକ ଚିନ୍ତା ହୋଇପାରେ । ବରିଷ୍ଠଙ୍କ ପରାମର୍ଶ ନେବା ଉଚିତ । ଜମି-ଘର ସମ୍ବନ୍ଧୀୟ କାମରେ ସାବଧାନ। ପରିବାରରେ ସମୟ ଦିଅନ୍ତୁ । ଧୈର୍ଯ୍ୟ ରଖିବା ଦରକାର।

ବିଛା- ସାହସ ବଢିବ । କାମରେ ଧୀରେ ଧୀରେ ସଫଳତା ଆସିବ । ନୂତନ ଦକ୍ଷତା ଶିଖିବେ। ମନ ଖୁସି ରହିବ। କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

ଧନୁ- ଧନଲାଭ ହେବ କିନ୍ତୁ ଖର୍ଚ୍ଚ ନିୟନ୍ତ୍ରଣ ଜରୁରୀ। ପରିବାରରେ ସମ୍ମାନ ବଢିବ । ମିଠା କଥାରେ ସମସ୍ୟା ସମାଧାନ ହେବ । ଆର୍ଥିକ ଯୋଜନା କରନ୍ତୁ । ଖୁସିର ମାହୋଲ ରହିବ ।

ମକର- ଆତ୍ମବିଶ୍ୱାସ ବଢିବ। ନୂତନ ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ଶାନ୍ତ ମନରେ ନିଷ୍ପତ୍ତି ନେବା ଭଲ । ଉଚ୍ଚ ଲକ୍ଷ୍ୟ ପ୍ରାପ୍ତିରେ ଗତି ଆସିବ। ପରିବାର ସହଯୋଗ ମିଳିବ ।

କୁମ୍ଭ- ଖର୍ଚ୍ଚ ବଢିବ। ବିଦେଶ ସମ୍ବନ୍ଧୀୟ କାମରେ ଲାଭ ହେବ। ଧ୍ୟାନ ଓ ଯୋଗ କରିଲେ ମନ ଶାନ୍ତ ରହିବ । ଗୁପ୍ତ ଶତ୍ରୁଙ୍କ ଠାରୁ ସାବଧାନ। ଏକାକୀ ଭାବ ଆସିପାରେ। ଧାର୍ମିକ ଚିନ୍ତା ବଢିବ ।

ମୀନ- ଆୟ ବଢ଼ିବ। ପୁରୁଣା ମିତ୍ରଙ୍କ ସହ ମିଳନ ହେବ। ଇଚ୍ଛା ପୂରଣ ହେବାର ସମ୍ଭାବନା । ସମାଜରେ ସମ୍ମାନ ବଢିବ । ନୂତନ ଯୋଜନାରେ ସଫଳତା ।ମନରେ ଆନନ୍ଦ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682