ମେଷ- କାମରେ ଭଲ ଗତି ରହିବ। ଅଟକିଥିବା କିଛି କାମ ଶେଷ ହୋଇପାରେ। ଟଙ୍କା ଆସିବାର ବାଟ ଖୋଲିବ। ଚାକିରିରେ ଉପରିସ୍ଥ ଲୋକଙ୍କ ସହଯୋଗ ମିଳିବ। ପରିବାରରେ ଭଲ ପରିବେଶ ରହିବ। ହଠାତ୍ କୌଣସି ଖର୍ଚ୍ଚ ଆସିପାରେ।

ବୃଷ- ଆୟ ବଢ଼ିବାର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ଗ୍ରାହକ ମିଳିପାରନ୍ତି। କାମରେ ଆପଣଙ୍କ ପ୍ରୟାସକୁ ପ୍ରଶଂସା କରାଯିବ। ପୁରୁଣା ଟଙ୍କା ଫେରିପାଇବାର ଆଶା ଅଛି। ବନ୍ଧୁଙ୍କ ସହଯୋଗରେ ଏକ ଜରୁରୀ କାମ ହୋଇଯିବ। ଘରେ ଖୁସିର ଖବର ମିଳିପାରେ।

ମିଥୁନ- ଘାତ ବାର ଥିବାରୁ ଦିନଟି ଟିକେ ସାବଧାନରେ କାଟନ୍ତୁ। କାମରେ ଛୋଟ ଛୋଟ ବାଧା ଆସିପାରେ। ଟଙ୍କା ଦେବା ନେବା ବେଳେ ଭଲଭାବେ ହିସାବ ରଖନ୍ତୁ। ଅନାବଶ୍ୟକ କଥାକୁ ନେଇ କାହା ସହ ତର୍କ କରନ୍ତୁ ନାହିଁ। ଯାତ୍ରା କରୁଥିଲେ ସାବଧାନ ରୁହନ୍ତୁ। ଧୈର୍ଯ୍ୟ ଧରି କାମ କଲେ ବଡ଼ ଅସୁବିଧା ହେବ ନାହିଁ।

କର୍କଟ- ନିଜ ଚେଷ୍ଟାରେ ଅନେକ କାମ ଆଗକୁ ବଢ଼ାଇପାରିବେ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅର୍ଥ ଲାଭ ହେବାର ଯୋଗ ଅଛି। ପରିବାରରୁ ଭଲ ସମର୍ଥନ ମିଳିବ। ଦୂରରେ ଥିବା କାହାଠାରୁ ଭଲ ଖବର ଆସିପାରେ।

ସିଂହ- କାମରେ ଆପଣଙ୍କ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଆୟ ଭଲ ରହିବ। ଉପରିସ୍ଥ ଲୋକଙ୍କଠାରୁ ପ୍ରଶଂସା ପାଇପାରନ୍ତି। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ହେବ। ଘରେ କାହାର ସଫଳତା ନେଇ ଖୁସି ହେବେ। ନିଜ କଥାକୁ ନେଇ ଅଧିକ ଜିଦ୍ କରନ୍ତୁ ନାହିଁ।

କନ୍ୟା- ଆର୍ଥିକ ଦିଗରୁ ଦିନଟି ଭଲ ରହିବ। କାମରେ ନୂଆ ଦାୟିତ୍ୱ ମିଳିପାରେ। ପୁରୁଣା ଏକ ସମସ୍ୟାର ସମାଧାନ ହେବ। ଘର ପାଇଁ କିଛି ଜରୁରୀ ଜିନିଷ କିଣିପାରନ୍ତି। ବନ୍ଧୁ ବା ପରିଚିତଙ୍କଠାରୁ ଦରକାରୀ ସାହାଯ୍ୟ ମିଳିବ। ମନରେ ଥିବା ଚିନ୍ତା ଧୀରେ ଧୀରେ କମିବ।

ତୁଳା- କାମରେ ଭଲ ଖବର ମିଳିପାରେ। ନୂଆ ଲୋକଙ୍କ ସହ ପରିଚୟ ଭବିଷ୍ୟତରେ ଲାଭ ଦେବ। ଆୟ ବଢ଼ାଇବା ପାଇଁ ନୂଆ ବାଟ ମିଳିପାରେ। ପରିବାରରେ ଶାନ୍ତି ରହିବ। ଯାତ୍ରା କରିବାର ସୁଯୋଗ ଆସିପାରେ। ଅନାବଶ୍ୟକ ଖର୍ଚ୍ଚ ଉପରେ ଟିକେ ନଜର ରଖନ୍ତୁ।

ବିଛା- କାମରେ ଟିକେ ଚାପ ରହିପାରେ। ତଥାପି ପରିଶ୍ରମ କଲେ ଫଳ ମିଳିବ। ଟଙ୍କା ସମ୍ବନ୍ଧୀୟ ଏକ ଭଲ ଖବର ପାଇପାରନ୍ତି। ପରିବାରର କାହାର ସହଯୋଗ ମିଳିବ। ପୁରୁଣା ପରିଚିତଙ୍କ ସହ ଯୋଗାଯୋଗ ହୋଇପାରେ। ରାଗରେ କୌଣସି ନିଷ୍ପତ୍ତି ନନେବା ଭଲ।

ଧନୁ- ନୂଆ କାମ ପାଇଁ ଭଲ ସୁଯୋଗ ମିଳିପାରେ। ଚାକିରିରେ ଦାୟିତ୍ୱ ବଢ଼ିବ। ଆୟ ଭଲ ରହିବା ସହ କିଛି ଅତିରିକ୍ତ ଟଙ୍କା ମିଳିପାରେ। ଦୂର ସ୍ଥାନରୁ ଭଲ ଖବର ଆସିବ। ବନ୍ଧୁଙ୍କ ସହଯୋଗରେ କାମ ସହଜ ହେବ। ଘରର ବଡ଼ଙ୍କ ପରାମର୍ଶ ମାନି ଚାଲିବା ଭଲ।

ମକର- କାର୍ଯ୍ୟକ୍ଷେତ୍ରରେ ନିଜର ସ୍ଥିତି ମଜବୁତ ହେବ। ଅଟକିଥିବା ଟଙ୍କା ମିଳିପାରେ। ନୂଆ କାମର ଦାୟିତ୍ୱ ଆସିବ। ପରିବାରରେ କାହାଠାରୁ ଭଲ ସମର୍ଥନ ପାଇବେ। ଘର କିମ୍ବା ଜମି ସମ୍ବନ୍ଧୀୟ କଥା ଆଗକୁ ବଢ଼ିପାରେ। ନିଜ ସ୍ୱାସ୍ଥ୍ୟ ଓ ବିଶ୍ରାମ ପାଇଁ ମଧ୍ୟ ସମୟ ଦିଅନ୍ତୁ।

କୁମ୍ଭ- ନୂଆ ଯୋଜନା କରିବା ପାଇଁ ଦିନଟି ଭଲ। କାମରେ ନିଜ ଦକ୍ଷତା ପାଇଁ ପ୍ରଶଂସା ପାଇବେ। ନୂଆ ଆୟର ସୁଯୋଗ ମିଳିପାରେ। ବନ୍ଧୁଙ୍କଠାରୁ ଦରକାରୀ ସାହାଯ୍ୟ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ଟଙ୍କା ଲଗାଇବା ପୂର୍ବରୁ ଭଲଭାବେ ନିଷ୍ପତ୍ତି ନିଅନ୍ତୁ।

ମୀନ- ଆର୍ଥିକ ସ୍ଥିତି ଧୀରେ ଧୀରେ ଭଲ ହେବ। କାମରେ ନୂଆ ସୁଯୋଗ ମିଳିପାରେ। ପୁରୁଣା ଚିନ୍ତାର ସମାଧାନ ହେବ। ଘର ଲୋକଙ୍କଠାରୁ ଭଲ ସାହାଯ୍ୟ ପାଇବେ। ଦୂର ସ୍ଥାନକୁ ଯିବାର ଯୋଗ ହୋଇପାରେ। ଅନ୍ୟର କଥାରେ ପଡ଼ି ନିଜର ଭଲ ଯୋଜନା ବଦଳାନ୍ତୁ ନାହିଁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682