ମେଷ - କାର୍ଯ୍ୟକ୍ଷେତ୍ରରେ ଅଟକିଥିବା କାମ ଆଗକୁ ବଢ଼ିବ । ଅଧିକାରୀଙ୍କ ସହଯୋଗ ମିଳିପାରେ। ପରିବାରରେ ଶାନ୍ତି ରହିବ । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ସନ୍ଧ୍ୟା ପରେ ଶୁଭ ସମ୍ବାଦ ମିଳିପାରେ । ଛାତ୍ରଛାତ୍ରୀମାନେ ପଢ଼ାରେ ଭଲ ଫଳ ପାଇବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହେବାର ଯୋଗ ରହିଛି ।

ବୃଷ - ଆର୍ଥିକ ଦିଗରେ ଲାଭର ସମ୍ଭାବନା ରହିଛି । ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ । ପରିବାରର ବୟସ୍କଙ୍କ ପରାମର୍ଶ ଲାଭଦାୟକ ହେବ । ଅନାବଶ୍ୟକ ତର୍କରୁ ଦୂରେ ରୁହନ୍ତୁ । ଅଟକିଥିବା ଟଙ୍କା ଫେରି ପାଇପାରନ୍ତି । ଦୂରସ୍ଥ ସ୍ଥାନରୁ ଶୁଭ ସମ୍ବାଦ ମିଳିବ ।

ମିଥୁନ - ଚାକିରିରେ ଦାୟିତ୍ୱ ବଢ଼ିବ, କିନ୍ତୁ ପରିଶ୍ରମର ଫଳ ମିଳିବ । ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ । ଯାତ୍ରାରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ପଦୋନ୍ନତିର ଆଲୋଚନା ହୋଇପାରେ । ପରିବାରର ଛୋଟ ସମସ୍ୟାର ସମାଧାନ ହେବ ।

କର୍କଟ - ମାନସିକ ଚାପ କମିବ । ପରିବାର ସହ ଭଲ ସମୟ କଟିବ । ଜମି ବା ଘର ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହୋଇପାରେ । ଧନ କାରବାରରେ ସାବଧାନ ରୁହନ୍ତୁ । କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବଢ଼ିବ। ସନ୍ତାନ ସଫଳତାରେ ଖୁସି ମିଳିବ ।

ସିଂହ - ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଅନୁକୂଳ । ବ୍ୟବସାୟରେ ଆୟ ବୃଦ୍ଧିର ସମ୍ଭାବନା ରହିଛି । ପରିବାରରେ ଖୁସିର ପରିବେଶ ରହିବ । ଅହଂକାର ଯୋଗୁଁ କାହା ସହ ବିବାଦ କରନ୍ତୁ ନାହିଁ । ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ । ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ ।

କନ୍ୟା - ଚାକିରିରେ ପ୍ରଶଂସା ମିଳିପାରେ । ପୁରୁଣା ଧନ ଫେରି ପାଇବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ସାମାନ୍ୟ କ୍ଲାନ୍ତି ଅନୁଭବ ହୋଇପାରେ । ସନ୍ଧ୍ୟାରେ ଶୁଭ ଖବର ମିଳିବ। ବ୍ୟବସାୟରେ ଲାଭ ବଢ଼ିବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ।

ତୁଳା - ଭାଗ୍ୟର ସହଯୋଗ ମିଳିବ । ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ । ଦାମ୍ପତ୍ୟ ଜୀବନ ମଧୁର ରହିବ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଅଟକିଥିବା କାର୍ଯ୍ୟ ସମାପ୍ତ ହେବ ।

ବିଛା - କାର୍ଯ୍ୟକ୍ଷେତ୍ରରେ ସାବଧାନ ରହିବା ଆବଶ୍ୟକ । ବିରୋଧୀମାନେ ସକ୍ରିୟ ରହିପାରନ୍ତି । ଧୈର୍ଯ୍ୟ ରଖିଲେ ସଫଳତା ମିଳିବ । ପରିବାରର ସହଯୋଗ ମନୋବଳ ବଢ଼ାଇବ । ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ । ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ ।

ଧନୁ - ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିପାରେ । ଆୟ ବୃଦ୍ଧିର ସୁଯୋଗ ରହିଛି । ନୂଆ ଯୋଜନା ଭବିଷ୍ୟତରେ ଲାଭ ଦେବ । ସ୍ୱାସ୍ଥ୍ୟ ସାଧାରଣ ରହିବ। ବ୍ୟବସାୟରେ ନୂଆ ନିବେଶ ଲାଭଦାୟକ ହେବ । ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହେବ ।

ମକର - କର୍ମକ୍ଷେତ୍ରରେ ନିଜ ଯୋଗ୍ୟତା ପ୍ରମାଣ କରିବାର ସୁଯୋଗ ମିଳିବ । ପଦୋନ୍ନତି ବା ସମ୍ମାନର ସଙ୍କେତ ମିଳିପାରେ । ପରିବାରରେ ଶୁଭ କାର୍ଯ୍ୟର ଯୋଜନା ହେବ । ବଡ଼ ନିବେଶ ପୂର୍ବରୁ ଭଲଭାବେ ବିଚାର କରନ୍ତୁ । ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରୁ ଲାଭ ମିଳିବ । ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ ।

କୁମ୍ଭ - ସକାଳ ପର୍ଯ୍ୟନ୍ତ କାର୍ଯ୍ୟରେ ଗତି ରହିବ, କିନ୍ତୁ ଦିନର ପରବର୍ତ୍ତୀ ଭାଗରେ ଭାବପ୍ରବଣତା ବଢ଼ିପାରେ । ପରିବାର ସହ ସମୟ କାଟିବେ । ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ । ଧାର ଦେବାରୁ ବଞ୍ଚନ୍ତୁ । ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କଲେ ସଫଳତା ପାଇବେ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ।

ମୀନ - ଦିନର ଦ୍ୱିତୀୟ ଭାଗରୁ ଭାଗ୍ୟର ସହଯୋଗ ବଢ଼ିବ । ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ । ଚାକିରି ଓ ବ୍ୟବସାୟରେ ଭଲ ଫଳ ମିଳିପାରେ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ମନ ପ୍ରସନ୍ନ ରହିବ । ପରିବାରର ସହଯୋଗରେ ବଡ଼ ନିଷ୍ପତ୍ତି ନେଇପାରନ୍ତି । ନୂଆ ସୁଯୋଗ ଭବିଷ୍ୟତରେ ଉନ୍ନତିର ପଥ ଖୋଲିଦେବ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682