ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ୧୮୦ ରନ କରିଛି । କେକେଆର ପାଇଁ କ୍ୟାମେରନ ଗ୍ରୀନ ୫୫ ବଲରୁ ୭୯ ରନ କରିଛନ୍ତି । କେକେଆରର ଆରମ୍ଭ ଖରାପ ଥିଲା। ପାୱାରପ୍ଲେରେ ଦଳ ୩୭ ରନ କରିଥିବା ବେଳେ ତିନୋଟି ୱିକେଟ ହରାଇଥିଲା । ଗୋଟିଏ ସମୟରେ ସ୍କୋର ୪ ୱିକେଟରେ ୧୪୭ ରନ ଥିଲା। ମନେ ହେଉଥିଲା ଯେ, ସ୍କୋର ସହଜରେ ୨୧୦ ରନରେ ପହଞ୍ଚିବ । କିନ୍ତୁ ଶେଷ ଓଭରଗୁଡ଼ିକରେ ନିୟମିତ ବ୍ୟବଧାନରେ ୱିକେଟ ନେଇ ଗୁଜରାଟ କେକେଆରକୁ ୧୮୦ ରନରେ ଅଲଆଉଟ କରିଛି । ଗୁଜରାଟ ପାଇଁ କାଗିସୋ ରାବାଡା ତିନୋଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଏବଂ ଅଶୋକ ଶର୍ମା ଦୁଇଟି ଲେଖାଏଁ ୱିକେଟ ପାଇଛନ୍ତି।

ରାହାଣେଙ୍କ ଅଲୋଡା ରେକର୍ଡ

ଆଜିର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ମହମ୍ମଦ ସିରାଜ ତାଙ୍କୁ ଆଉଟ କରି ପାଭିଲିୟନ ଫେରାଇଥିଲେ । ରାହାଣେ ପାଞ୍ଚ ବର୍ଷ ପରେ ଆଇପିଏଲରେ ଶୂନରେ ଆଉଟ୍ ହୋଇଥିଲେ । କେକେଆର ଅଧିନାୟକ ଭାବରେ ସେ ପ୍ରଥମ ଥର ପାଇଁ ଖାତା ଖୋଲିପାରି ନଥିଲେ । କେକେଆରର କୌଣସି ଜଣେ ଅଧିନାୟକ ଦୀର୍ଘ ୧୦ ବର୍ଷ ପରେ ଗୋଲ୍ଡେନ୍ ଡକରେ ଆଉଟ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ଗୌତମ ଗମ୍ଭୀର ୨୦୧୬ରେ ଗୋଲ୍ଡେନ୍ ଡକରେ ଆଉଟ୍ ହୋଇଥିଲେ। ଗୌତମ ଗମ୍ଭୀର କେକେଆରର ଅଧିନାୟକ ଭାବରେ ଥରେ କିମ୍ବା ଦୁଇଥର ନୁହେଁ, ବରଂ ପାଞ୍ଚ ଥର ଗୋଲ୍ଡେନ୍ ଡକରେ ଆଉଟ୍ ହୋଇ ନିଜ ନାଁରେ ଅଲୋଡ଼ା ରେକର୍ଡ କରିଥିଲେ ।

ରେକର୍ଡ କଲେ ବଟଲର

ଆଇପିଏଲ୍ ୨୦୨୬ର ୨୫ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ (GT) କୋଲକାତା ନାଇଟ୍ ରାଇଡର୍ସ (KKR) ମୁକାବିଲା ଜାରି ରହିଛି । ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ KKR ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। KKRର ଆରମ୍ଭ ଭଲ ନଥିଲା ଏବଂ ୩୨ ରନ ମଧ୍ୟରେ, ପାୱାରପ୍ଲେରେ ୩ ଜଣ ବ୍ୟାଟର ପାଭିଲିୟନ ଫେରିଥିଲେ । କିନ୍ତୁ ଏହା ପରେ କ୍ୟାମେରନ୍ ଗ୍ରୀନଙ୍କ ବିସ୍ଫୋରକ ବ୍ୟାଟିଂ ମାଧ୍ୟମରେ KKRର ଇନିଂସକୁ ଆଗକୁ ବଢ଼ାଇଥିଲେ । KKR ଏହାର ପ୍ଲେଇଂ ଇଲେଭେନରେ ଏକ ପରିବର୍ତ୍ତନ କରିଛି। ଫିନ୍ ଆଲେନଙ୍କ ସ୍ଥାନରେ ଟିମ୍ ସିଫର୍ଟଙ୍କୁ ଦଳରେ ସାମିଲ କରିଛି। ଏହି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସର ଷ୍ଟାର ୱିକେଟକିପର-ବ୍ୟାଟର ଜସ୍ ବଟଲର୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ତାଙ୍କ ମ୍ୟାଚ୍ ସମୟରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ବଟଲର୍ ଏବେ ଟି-୨୦ କ୍ରିକେଟରେ ୩୦୦ କ୍ୟାଚ୍ ପୂରଣ କରିଛନ୍ତି, ଏହି ସଫଳତା ହାସଲ କରିବାରେ ସେ ଚତୁର୍ଥ ଖେଳାଳି ହୋଇଛନ୍ତି।

ଟି-୨୦ କ୍ରିକେଟରେ ସର୍ବାଧିକ କ୍ୟାଚ୍ ଧରିଥିବା କ୍ରିକେଟର

କିରନ୍ ପୋଲାର୍ଡ - ୪୦୫

ଡେଭିଡ୍ ମିଲର୍ - ୩୩୨ କ୍ୟାଚ୍‌

କ୍ବିଣ୍ଟନ୍ ଡି କକ୍ - ୩୧୬ କ୍ୟାଚ୍‌

ଜସ୍ ବଟଲର୍ - ୩୦୦ *