ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଅଶାନ୍ତ। ଯୁଦ୍ଧ କେବେ ବନ୍ଦ ହେବ, କହିବା ମୁସ୍କିଲ। ପଛକୁ ହଟୁନି ଇରାନ୍ । ଯାହାକୁ ନେଇ ସଙ୍କଟରେ ପୁରା ବିଶ୍ୱ। ଡ଼ରାଇଲାଣି ମୁଦ୍ରାସ୍ଫୀତି ଓ ଆର୍ଥିକ ସଙ୍କଟ। ଏସବୁ ଭିତରେ ବିଶ୍ୱରେ ଅନ୍ୟ କୋଣରେ ମୁଣ୍ଡ ଟେକିଲାଣି ଆଉ ଏକ ଯୁଦ୍ଧ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଉତ୍ତର କୋରିଆ ତାନାଶାହୀ କିମ୍ ଜଙ୍ଗ୍ ଉନ୍ ।

କିମ୍ ସଂସଦରେ ସମ୍ବୋଧନ କରି କହିଛନ୍ତି ଯେ, ଦେଶର ପରମାଣୁ ନୀତିକୁ ଆହୁରି ଶକ୍ତ କରାଯିବ । ଉତ୍ତର କୋରିଆ ଏକ ସ୍ୱାଧୀନ ଦେଶ । ସେମାନେ ପରମାଣୁ ଶକ୍ତି ସମ୍ପନ୍ନ ଦେଶ । ନିଜର ଆଣବିକ ଶକ୍ତିକୁ ଆହୁରି ମଜବୁତ କରିବେ। ସେମାନେ ଦକ୍ଷିଣ କୋରିଆକୁ ନିଜର ସବୁଠୁ ବଡ ଶତ୍ରୁ ମାନନ୍ତି । ଦେଶ ସୁରକ୍ଷା ପାଇଁ ୨୦୨୬ରେ ପ୍ରତିରକ୍ଷା ବଜେଟକୁ କିମ୍ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି।କେସିଏନଏ ରିପୋର୍ଟ ଅନୁସାରେ, କିମ୍ ସୁପ୍ରିମ୍ ପିପୁଲ୍ସ ଆସେମ୍ବଲିକୁ ସମ୍ବୋଧନ କରିଛନ୍ତି । ନିଜ ଭାଷଣରେ ସେ କହିଛନ୍ତି ଯେ, ପରମାଣୁ ଶକ୍ତି ଉପରେ ଜୋର୍ ଦିଆଯିବ । ଦେଶକୁ ବିକାଶର ରାସ୍ତାରେ ନେବାକୁ ହେବ । ଅନେକ ସମୟରେ ପରମାଣୁ ନିରସ୍ତ୍ରକରଣ ବଦଳରେ ଆର୍ଥିକ ସହାୟତା ପ୍ରଦାନ ନେଇ ଆଲୋଚନା ହେଉଛି । ଏହା ସମ୍ପୂର୍ଣ୍ଣ ମିଛ । ଉତ୍ତର କୋରିଆର ଏପରି କିଛି ଯୋଜନା ନାହିଁ । ପରମାଣୁ ଅସ୍ତ୍ର ହିଁ ଯୁଦ୍ଧକୁ ରୋକିଛି।

ତାନାଶାହୀ ଅଭିଯୋଗ କରିଛନ୍ତି ଯେ, ଆମେରିକା ଏବଂ ଏହାର ସହଯୋଗୀ ଉତ୍ତର କୋରିଆ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ମୁତୟନ କରି ପ୍ରାନ୍ତକୁ ଅସ୍ଥିର କରୁଛନ୍ତି । ଏବେ ଉତ୍ତର କୋରିଆ ନିଜେ ବିପଦରେ ଥିବା ମନେ କରୁନାହିଁ । ଆବଶ୍ୟକ ବେଳେ ସେମାନେ ଅନ୍ୟକୁ ଧମକ ଦେଇପାରୁଛନ୍ତି।ଦକ୍ଷିଣ କୋରିଆ ସହ ଦଶନ୍ଧି ଦଶନ୍ଧି ଧରି ରହିଥିବା ସାଂସ୍କୃତିକ ସମ୍ପର୍କକୁ ପଛକୁ ଠେଲି କିମ୍ ଏହାକୁ ସବୁଠୁ ବଡ ଶତ୍ରୁ ବୋଲି କହିଛନ୍ତି । ଏହାସହ ସେ ସିଓଲକୁ ଚେତାବନୀ ଦେଇଛନ୍ତି । ସିଓଲ ଯଦି ଉତ୍ତର କୋରିଆର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରେ ତେବେ ଏହାର ଜବାବ ଦିଆଯିବ।

also read- ଅଦ୍ୱିତୀୟ ସାମରିକ ଶକ୍ତି, ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ୍ ଆବ୍ରାହମ୍ ଲିଙ୍କନ୍'କୁ ଦେଖି କାହିଁକି ଡରୁଛି ଇରାନ?

ଦେଶର ସୁରକ୍ଷା ସହ କିମ୍ ଉଦ୍ୟୋଗକୁ ଆଧୁନିକୀକରଣ, ବିଜୁଳି ଏବଂ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆହୁରି ମଧ୍ୟ ଦେଶ ସାରା ଗୃହ ନିର୍ମାଣ ଉପରେ କିମ୍ ଫୋକସ କରିଛନ୍ତି ।ଉତ୍ତର କୋରିଆର ତାନାଶାହୀ ଶାସକ କିମ୍ ଜଙ୍ଗ୍ ଉନ୍। କଥା କଥାକେ ଆମେରିକାକୁ ଆଖି ଦେଖାନ୍ତି। ପରମାଣୁ ଧମକ ଦିଅନ୍ତି । କଟକଣା ସତ୍ତ୍ୱେ ଦକ୍ଷିଣ କୋରିଆ ଏବଂ ଜାପାନ ନିକଟରେ ମିସାଇଲ୍ ପରୀକ୍ଷଣ କରନ୍ତି।

ନିକଟରେ ହୋଇଥିବା ଦକ୍ଷିଣ କୋରିଆ-ଆମେରିକା ସମରାଭ୍ୟାସ ପରେ କ୍ରୋଧିତ ଉତ୍ତର କୋରିଆ। ଦେଶରେ ହୋଇଥିବା ନିର୍ବାଚନରେ ଜିତିଛନ୍ତି କିମ୍ ଜଙ୍ଗ୍ । ପୁଣି ଧରିଛନ୍ତି ଉତ୍ତର କୋରିଆର ମଙ୍ଗ। । ଏସବୁ ଭିତରେ କିମ ତାଙ୍କ ୧୩ ବର୍ଷର ଝିଅକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଅର୍ଥାତ ଯେପରି ଶତ୍ରୁ ଦେଶ ଭବିଷ୍ୟତରେ ବିପଦ ସୃଷ୍ଟି ନକରିବେ, ପୁରା ଚକ୍ରବ୍ୟୁହ ରଚିଛି ଉତ୍ତର କୋରିଆ।