ମୁମ୍ବାଇ: ବଲିଉଡର ସବୁଠୁ ଧନୀ ବ୍ୟକ୍ତି କହିଲେ ସାଧାରଣତଃ ଶାହରୁଖ ଖାନ୍, ସଲମାନ ଖାନ୍ କିମ୍ବା ଆମିର ଖାନ୍ ନାଁ ମନକୁ ଆସେ। କିନ୍ତୁ ୨୦୨୬ର ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ଅନୁସାରେ, ଏହି ତିନି ଅଭିନେତାଙ୍କଠାରୁ ଅଧିକ ସମ୍ପତ୍ତି ରହିଛି ଟି-ସିରିଜ୍ର ମୁଖ୍ୟ ଭୂଷଣ କୁମାରଙ୍କର l ରିପୋର୍ଟ ଅନୁସାରେ, ଭୂଷଣ କୁମାରଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୩୬,୩୦୦ କୋଟି ଟଙ୍କା। ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟରେ ସେ ୮୭ତମ ସ୍ଥାନରେ ଅଛନ୍ତି। ମନୋରଞ୍ଜନ ଜଗତରୁ ଟପ୍ ୧୦୦ ଧନୀ ଭାରତୀୟଙ୍କ ତାଲିକାରେ ଭୂଷଣ କୁମାର ଏକମାତ୍ର ନାଁ ବୋଲି ରିପୋର୍ଟରେ କୁହାଯାଇଛି।

 ରିପୋର୍ଟ କହୁଛି , ଶାହରୁଖ ଖାନ୍ଙ୍କପ୍ରାୟ ୧୦,୦୦୦ କୋଟି ଟଙ୍କା, ସଲମାନ ଖାନ ପ୍ରାୟ ୩,୦୦୦ କୋଟି ଏବଂ ଆମିର ଖାନ୍ଙ୍କ ପ୍ରାୟ ୧,୮୦୦ କୋଟି ଟଙ୍କା । ତିନି ଜଣଙ୍କ ମୋଟ ମିଶାଇଲେ ମଧ୍ୟ ଏହା ଭୂଷଣ କୁମାରଙ୍କ ଆନୁମାନିକ ସମ୍ପତ୍ତିର ଅଧାରୁ କମ୍।

ଭୂଷଣ କୁମାରଙ୍କ ସମ୍ପତ୍ତିର ବଡ଼ ଅଂଶ ଟି-ସିରିଜ୍ ବ୍ୟବସାୟ ସହ ଜଡ଼ିତ। ତାଙ୍କ ବାପା ଗୁଲସନ କୁମାର ୧୯୮୩ରେ ଟି-ସିରିଜ୍ ଆରମ୍ଭ କରିଥିଲେ। ୧୯୯୭ରେ ଗୁଲସନ କୁମାରଙ୍କ ମୃତ୍ୟୁ ପରେ ଭୂଷଣ କୁମାର ମାତ୍ର ୧୯ ବର୍ଷ ବୟସରେ କମ୍ପାନୀର ଦାୟିତ୍ୱ ନେଇଥିଲେ।

ପରେ ଟି-ସିରିଜ୍ କେବଳ ଗୀତ ଓ ମ୍ୟୁଜିକ୍ରେ ସୀମିତ ରହିନଥିଲା। କମ୍ପାନୀ ଫିଲ୍ମ ତିଆରି, ଫିଲ୍ମ ବିତରଣ ଏବଂ ଡିଜିଟାଲ୍ କଣ୍ଟେଣ୍ଟ କ୍ଷେତ୍ରରେ ମଧ୍ୟ ବଡ଼ ବ୍ୟବସାୟ କରିଛି।

ଟି-ସିରିଜ୍ର ୟୁଟ୍ୟୁବ୍ ଚ୍ୟାନେଲ୍ରେ ୩୦ କୋଟିରୁ ଅଧିକ ସବସ୍କ୍ରାଇବର ରହିଥିବା ବେଳେ । ୨୦୨୬ ଅଗଷ୍ଟ ସୁଦ୍ଧା ଏହି ଚ୍ୟାନେଲ୍ରେ ୩୫୩ ବିଲିୟନରୁ ଅଧିକ ଭ୍ୟୁ ଥିବା ରିପୋର୍ଟରେ କୁହାଯାଇଛି। ଟି-ସିରିଜ୍ ଭାରତୀୟ ମ୍ୟୁଜିକ୍ ବଜାରର ପ୍ରାୟ ୩୫ ପ୍ରତିଶତ ଅଂଶ ଧରିଥିବା ଆକଳନ ମଧ୍ୟ ରହିଛି।

also read-ଗୋବିନ୍ଦାଙ୍କ ଉପରେ ବର୍ଷିଲେ ଦିବ୍ୟା ଖୋସଲା, କହିଲେ-ପ୍ରେମ ଦେଖାଇବାକୁ ଧାର୍ମିକ ସ୍ଥାନ...

୨୦୨୪ର ହୁରୁନ୍ ତାଲିକାରେ ଭୂଷଣ କୁମାର ଓ ତାଙ୍କ ପରିବାରର ସମ୍ପତ୍ତି ପ୍ରାୟ ୧୦,୫୦୦ କୋଟି ଟଙ୍କା ଥିବା ରିପୋର୍ଟ ହୋଇଥିଲା। ୨୦୨୬ରେ ଏହା ପ୍ରାୟ ୩୬,୩୦୦ କୋଟି ଟଙ୍କାକୁ ପହଞ୍ଚିଛି। ଅର୍ଥାତ୍ ଦୁଇ ବର୍ଷ ମଧ୍ୟରେ ତାଙ୍କ ପରିବାରର ସମ୍ପତ୍ତିରେ ବଡ଼ ବୃଦ୍ଧି ହୋଇଛି।ଭୂଷଣ କୁମାରଙ୍କ ଉଦାହରଣ ଦେଖାଉଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ଅଭିନୟ ନୁହେଁ, ମ୍ୟୁଜିକ୍, ଫିଲ୍ମ ପ୍ରଡକ୍ସନ୍ ଏବଂ ଡିଜିଟାଲ୍ ବ୍ୟବସାୟ ମଧ୍ୟ ବଡ଼ ସମ୍ପତ୍ତି ସୃଷ୍ଟି କରିପାରେ।