ନୂଆଦିଲ୍ଲୀ ୦୩।୦୩ : ଦିଲ୍ଲୀରୁ କିଡ୍‌ନାପ୍ । ୧୦ ଦିନ ଯାଏଁ ଚାଲିଲା ଖୋଜାଖୋଜି । ତାପରେ ବି ମିଳିଲାନି ନିଖୋଜ ବ୍ୟକ୍ତିଙ୍କୁ କୌଣସି ସୂଚନା । ଶେଷରେ ମଥୁରା କେନାଲରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ପୋଲିସ ଘଟଣାରେ ତଦନ୍ତ କରି ୪ ଜଣଙ୍କ ଅଟକ ରଖିଛି । ଅଟକ ଥିବା ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମୃତ ବ୍ୟବସାୟୀଙ୍କୁ ହନିଟ୍ରାପରେ ଫଶାଇ ମାରିଦିଆଯାଇଥିବାର ଲିଙ୍କ ପୋଲିସକୁ ମିଳିଛି ।

ଏ ଖବର ବି ପଢନ୍ତୁ:- ମହାରାଷ୍ଟ୍ରରେ ଗ୍ୟାସ୍ ଲିକରୁ ଚାଞ୍ଚଲ୍ୟ, ପାଲଘର ଜିଲ୍ଲାରେ ସ୍ଥାନାନ୍ତର ହେଲେ ୨୦୦୦ ଲୋକ

ନୂଆଦିଲ୍ଲୀର ଦ୍ୱାରିକା ସେକ୍ଟର-୧୪ ସ୍ଥିତ ରାଧିକା ଆପାର୍ଟମେଣ୍ଟରେ ରୁହନ୍ତୁ ଅନୂରୁପ ଗୁପ୍ତା । ଦିଲ୍ଲୀର ଛତିଶଗଡ଼ ସଦନରେ ଏକ କ୍ୟାଣ୍ଟିନ କରିଥିଲେ । ସେଠାରୁ ମଧ୍ୟ ତାଙ୍କର ଭଲ ବ୍ୟବସାୟ ହେଉଥିଲା । ହଠାତ୍ ଫେବୃଆରୀ ୧୮ ତାରିଖରେ ସନ୍ଦିଗ୍ଧ ପରିସ୍ଥିତିରେ ବ୍ୟବସାୟୀ ଗୁପ୍ତା କୁଆଡେ ଗାଏବ ହୋଇଯାଇଥିଲେ । ଏହାପରେ ପରିବାର ଲୋକ ତୁରନ୍ତ ବିନ୍ଦାପୁର ଥାନାରେ ଅପହରଣର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଆରମ୍ଭ କରିଥିଲା । ଶେଷରେ ଫେବୃଆରୀ ୨୮ ତାରିଖରେ ମଥୁର ପୋଲିସକୁ କେନାଲରୁ ମଣିଷର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । ଏହାପରେ ତୁରନ୍ତ ମଥୁରା ପୋଲିସ ନିକଟସ୍ଥ ସମସ୍ତ ଥାନାକୁ ଏ ସଂପର୍କରେ ଜଣାଇଥିଲା । ସେପଟେ ସମସ୍ତ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ପୋଲିସ । ପୋଷ୍ଟମର୍ଟମ ରିପୋର୍ଟରେ ଯାହା ତଥ୍ୟ ମିଳିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କୁଆଡେ ବ୍ୟବସାୟୀଙ୍କ ପରିଚୟ ଲୁଚାଇବା ପାଇଁ ମୁହଁଙ୍କୁ ବାରମ୍ବାର ଆକ୍ରମଣ କରାଯାଇଥିଲା । ପୁଣି ଶବକୁ ଖଣ୍ଡ ଖଣ୍ଡ କରି ଫିଙ୍ଗାଯାଇଥିଲା ।

ଏ ଖବର ବି ପଢନ୍ତୁ:- ଦିଲ୍ଲୀ AI ସମ୍ମିଳନୀ ବିରୋଧ ମାମଲା: ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଅନ୍ୟପଟେ ପୋଲିସ ମୁତାବିକ, ପ୍ରାରମ୍ଭିକ ତଦନ୍ତରେ ଏହି ଘଟଣା ପଛରେ ଜଣ ଯୁବତୀଙ୍କ ହାତ ଥିବାର ପ୍ରମାଣ ମିଳିଛି । ଯୁବତୀ ଜଣଙ୍କ ଅନୁରୁପ ଗୁପ୍ତାଙ୍କୁ ନିଜ ପ୍ରେମଜାଲରେ ଫସାଇଥିଲେ । ଏହାପରେ ଭେଟିବା ପାଇଁ ବିନ୍ଦାପୁର ଡାକିଥିଲେ। ଏହି ସମୟରେ ପୂର୍ବରୁ ସେହି ଛକରେ ଲୁଚି ବସିଥିଲେ ଯୁବତୀଙ୍କ ସହଯୋଗୀ । ଅନୁରୂପଙ୍କୁ ପ୍ରବଳ ମାରପିଟ୍ ସହ ଅପହରଣ କରିଦେଇଥିଲେ। ଏହାପରେ ଏକ ନିଛାଟିଆ ସ୍ଥାନରେ ତାଙ୍କ ଦେହରେ ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାର ଲୁଟି ନେବା ସହ ହତ୍ୟା କରିଥିଲେ । ପୂର୍ବ ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ହତ୍ୟା ପରେ ବ୍ୟବସାୟୀଙ୍କ ମୃତଦେହକୁ ଖଣ୍ଡବିଖଣ୍ଡିତ କରି କେନାଲରେ ଫିଙ୍ଗି ଦେଇଥିଲେ ।

ଏ ଖବର ବି ପଢନ୍ତୁ:- କେମିତି ଜିତିବ ଟି-20 ବିଶ୍ୱକପ୍ ? ଫର୍ମରେ ନାହାଁନ୍ତି ସୂର୍ଯ୍ୟ-ଅଭିଷେକ, ଫିଲ୍ଡିଂ ଓ ବୋଲିଂ ଦୁର୍ବଳ