ଭୁବନେଶ୍ୱର ୦୮।୦୨ : ସରିଲା ଖଣ୍ଡଗିରି ଯାତ୍ରା। ପ୍ରଥମ ଫେଜ ଯାତ୍ରାରେ ସିଂହବାହିନୀ ଗଣନାଟ୍ୟର ‘ତୁ ମୋ ବଜରଙ୍ଗି’ ଓ କୋଣାର୍କ ଗଣନାଟ୍ୟ ର ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନାଟକ, ଅଶୋକ ସମ୍ରାଟର ‘ଅଧା ରହିଗଲା ଆମ କାହାଣୀ’ , ଯାଗମରା ମେଲଣ ପଡ଼ିଆରେ ଅନନ୍ତ କେଶରୀ ଦେବ କମିଟି ଦ୍ଵାରା ଯାତ୍ରା ରାଜ ଦରବାରର ଚର୍ଚ୍ଚିତ ନାଟକ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ଏ ଖବର ବି ପଢନ୍ତୁ:-Jatra Controversy : ଆଜି ହୋଇପାରିବ ତ ଶେଷ ଦେଖା ? କମିଟି ପକ୍ଷରୁ ନାଣ୍ଡୁ ବାବୁ, ସାଇ ଏବଂ ପାୟଲ ନାଁରେ ଏତଲା

ଏହାପରେ ସ୍ୱର୍ଣ୍ଣ ମନ୍ଦିର, ଇନ୍ଦ୍ରଭୁବନ, କଳିଙ୍ଗ, ସୂର୍ଯ୍ୟମନ୍ଦିର, ଧଉଳି, ନାଟ୍ୟ ମଣ୍ଡପ, ତୁଳସୀ, ବିଶ୍ଵ ଦରବାର ଓ ଶ୍ରୀମନ୍ଦିର ମଞ୍ଚକୁ ଓହ୍ଲାଇଥିଲେ। ତେବେ ନାଟ୍ୟକାର ଡ. ଦୀପକ ଜେନାଙ୍କ ରଚିତ ଦୁଇ ନାଟକ ‘ତୁ ମୋ ବଜରଙ୍ଗୀ’ ଓ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନାଟକ ଏ ବର୍ଷର ସୁପରହିଟ ନାଟକ ସାବ୍ୟସ୍ତ ହୋଇ ସାରିଥିବା ସେକେଣ୍ଡ ଫେଜରେ ରଙ୍ଗ ମହଲର ‘କଟି କଟି ଡବଲ କଟି’ ବାଜିମାତ କରିଥିଲା। ହେଲେ ହରେକୃଷ୍ଣ ମହତାବ ସାସ୍କୃତିକ କମିଟିରେ ପଡିଥିବା ତୁଳସୀ ଗଣନାଟ୍ୟ ‘ଏ ବୋଧେ ଶେଷ ଦେଖା’ ବେଶ୍ ଧୁମ୍ଧାମ୍ରେ ଆଗେଇ ଚାଲିଥିଲା । ହେଲେ ନାଣ୍ଟୁ ବାବୁ-ସାଇ-ପାୟଲଙ୍କ ବିବାଦ ଶେଷ ଦୁଇ ରାତି ବେଶ୍ ବିବାଦରେ ରହିଥିଲା । ଏପିରିକି ଶେଷ ଦୁଇ ରାତିରେ ହୋଇଥିବା ନାଟକରେ ସାଇ-ପାୟଲଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ଖଣ୍ଡଗିରି ଥାନାରେ ଚାଲିଛି ଏତଲା ଓ୍ୱାର । ତେବେ ଯାହା ହେଉ ବହୁ ବାଦବିବାଦରେ ଥିଲା ଏବର୍ଷର ଖଣ୍ଡଗିରି ଯାତ୍ରା ମହାସମର ।

ଏ ଖବର ବି ପଢନ୍ତୁ:- ଦ୍ୱିତୀୟ ଥର ମାଆ ହେଲା 'ଆଶା', କୁନୋରେ ୩୫ରେ ପହଁଚିଲା ଚିତା ସଂଖ୍ୟା