ନୂଆଦିଲ୍ଲୀ ୨୮।୨:ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଶୁକ୍ରବାର ସିବିଆଇର ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରୁ ଅରବିନ୍ଦ କେଜରିୱାଲ ଓ ମନିଷ ସିସୋଦିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଦେଇଛନ୍ତି। କୋର୍ଟଙ୍କ ୫୯୮ ପୃଷ୍ଠାର ଆଦେଶ ଏହି ମାମଲା ସମ୍ପର୍କିତ ସବୁ ଅଭିଯୁକ୍ତଙ୍କ ଲାଗି ଏବେ ଆଶ୍ୱସ୍ତି ବୋଲି କୁହାଯାଉଛି। ହେଲେ ଏବେବି ଏକ ପ୍ରଶ୍ନ ରହିଛି, ତାହା ହେଉଛି କଥିତ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ମନିଲଣ୍ଡ୍ରିଂ କେସର କଣ ହେବ? ସିବିଆଇର ଡିସଚାର୍ଜ କେସ୍ ର ପ୍ରଭାବ ଇଡି ମାମଲା ଉପରେ ପଡିବ କି ବୋଲି ଏବେ ପ୍ରଶ୍ନ ଉଠୁଛି।

କିପରି କାମ କରେ ମନିଲଣ୍ଡ୍ରିଂ ଯାଞ୍ଚ?
ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ୨୦୦୨ ଅନୁସାରେ ଇଡି କେସ୍ କୁ ପ୍ରାୟତଃ ‘ଷ୍ଟାଣ୍ଡ ଆଲୋନ’ ଅପରାଧ ଓ ‘ପ୍ରିଡିକେଟ୍’ ଅପରାଧ ସହ ଯୋଡି ଦେଖାଯାଇଥାଏ। ଏହାର ଅର୍ଥ ହେଉଛି ଇଡି କୌଣସି ବ୍ୟକ୍ତିଙ୍କ ବିରୋଧରେ ଅପରାଧରୁ ହୋଇଥିବା ଆୟର କଥିତ ଉପଯୋଗ ଯାଞ୍ଚ କରିପାରିବ, ହୁଏତ ଏହି ଅପରାଧର ସେ ଦୋଷୀ ନ ହୋଇଥାନ୍ତୁ ନା କାହିଁକି ଅପରାଧ ତେଣିକି ଜାରି ଥାଉ କି ନଥାଉ ଇଡି ନିଜର କେସ୍ ସାବ୍ୟସ୍ତ କରିବା ପର୍ଯ୍ୟନ୍ତ ଜାରି ରଖି ପାରିବ। କଥିତ ଏକ୍ସାଇଜ ପଲିସି କେସ୍ ରେ ଇଡି ସେତେବେଳେ ବି ଅରବିନ୍ଦ କେଜରିୱାଲଙ୍କୁ ନୋଟିସ୍ ଜାରି କରିଥିଲା ଯେତେବେଳେ ସିବିଆଇ ତାଙ୍କୁ ଅଭିଯୁକ୍ତ କରିନଥିଲା।

ଏଥି ପାଇଁ ଇଡି ଏକ ତର୍କ ଦେଇଥିଲା ଯେ ମନିଲଣ୍ଡ୍ରିଂ ଏକ ପୃଥକ ମାମଲା। ଯଦିଓ ଇଡିର ଅପରାଧ ଅସଲ ଅପରାଧ ସହିତ ସମ୍ପୃକ୍ତ। ଏହାର ଅର୍ଥ ହେଉଛି ଇଡି ମାମଲା ଜରୁରି ରୂପେ ଅପରାଧରୁ ଆରମ୍ଭ ହୋଇଥିବା ଆବଶ୍ୟକ। ଯଦି କୌଣସି କୋର୍ଟ ଅଭିଯୁକ୍ତଙ୍କୁ ମୁକ୍ତ କରିଦିଏ ତେବେ ଇଡି ମାମଲା ଚାଲି ପାରେ ନାହିଁ।

କ’ଣ କହିଛନ୍ତି କୋର୍ଟ?
ଏହି ପ୍ରଶ୍ନର ଉତ୍ତର ବିଜୟ ମଦନଲାଲ ଚୌଧୁରୀ ବନାମ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୨ର ଐତିହାସିକ ରାୟରୁ ମିଳି ପାରିବ। ଏଥିରେ ସୁପ୍ରିମକୋର୍ଟ ପିଏମଏଲଏ କୁ ଉପଯୁକ୍ତ ବୋଲି କହିଥିଲେ ଓ ମନିଲଣ୍ଡ୍ରିଂ ଉପରେ ଆଇନ ପ୍ରଣୟନ କରିଥିଲେ। ଏଥିରେ ଇଡି କେସ୍ କୁ ଜରୁରି ରୂପେ ଏକ ପ୍ରିଡିକେଟ ଅଫେନ୍ସ କେସ୍ ବାଦେ ରୁଜୁ ହୋଇ ପାରିବ। ଏଣୁ ଥରେ ପ୍ରିଡିକେଟ୍ ଅଫେନ୍ସ କେସ୍ ସମାପ୍ତ ହେଲେ ଇଡି କେସ୍ ମଧ୍ୟ ସମାପ୍ତ ହୋଇଯାଏ।

ଆଗକୁ କ’ଣ ହେବ?
ସିବିଆଇ ଶୁକ୍ରବାର କହିଛି ଯେ ସେ ଟ୍ରାୟଲ କୋର୍ଟ ରାୟ ବିରୋଧରେ ତୁରନ୍ତ ହାଇକୋର୍ଟରେ ଅପିଲ କରିବ। ଯେଉଁ ପର୍ଯ୍ୟନ୍ତ ଅଭିଯୁକ୍ତକୁ ମୁକ୍ତ କରିବା ପାଇଁ ଟ୍ରାୟଲ କୋର୍ଟ ର ଆଦେଶ ଉପରେ ରୋକ ନ ଲାଗିଛି (ଯାହା ସାଧାରଣତଃ ହୋଇ ନଥାଏ) ଇଡି କେସ୍ ଜାରି ରହି ପାରିବନି। ସୁପ୍ରିମକୋର୍ଟ ଲଗାତାର ବିଜୟ ମଦନଲାଲ ଚୌଧୁରୀ ରାୟକୁ ଲାଗୁ କରି କହିଛନ୍ତି ‘ଅଭିଯୁକ୍ତକୁ ସମ୍ବଦ୍ଧିତ ଅପରାଧରୁ ଥରେ ମୁକ୍ତ କରିଦିଆଯିବା ପରେ ମନିଲଣ୍ଡ୍ରିଂ ଚାଲି ପାରିବ ନାହିଁ’।

Also Read..

ଦିଲ୍ଲୀ ଏକ୍ସାଇଜ ପଲିସି କେସ୍: CBI ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ