ଯୋଶୀମଠ: ଉତ୍ତରାଖଣ୍ଡରେ ପ୍ରକୃତି ଏବେ ପ୍ରକୋପ କରୁଛି। ଫଳରେ ପାହାଡ଼ରୁ ଆରମ୍ଭ କରି ସମତଳ ପର୍ଯ୍ୟନ୍ତ ବିପର୍ଯୟ ସୃଷ୍ଟି ହୋଇଛି। ଖାରପ ପାଗ ଓ ସ୍ୱାସ୍ଥ୍ୟ ବିଗିଡିବା କାରଣରୁ କେଦାରନାଥ ଓ ଗଙ୍ଗୋତ୍ରୀ-ୟମୁନେତ୍ରୀ ମାର୍ଗରେ ଗତ ୨୪ ଘଣ୍ଟାରେ ୬ ଶ୍ରଦ୍ଧାଳୁ ପ୍ରାଣ ହରାଇଲେଣି। ଏଥିରେ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିବା ପରେ ପ୍ରଶାସନ କେଦାରନାଥ ଯାତ୍ରାକୁ ମଝିରେ ଅଟକାଇ ଦେଇଛି। ପାଣିପାଗ ବିଭାଗ ଆଗାମୀ ସମୟରେ ବର୍ଷା ଓ ଝଡ଼ତୋଫାନ ଆଶଙ୍କା କରିଛନ୍ତି। ସମ୍ଭାବିତ ବିପଦକୁ ନଜରରେ ରଖି କେଦାରନାଥ ଧାମକୁ ଆସୁଥିବା ଯାତ୍ରୀଙ୍କୁ ବିଭିନ୍ନ ସ୍ଥାନ ଓ ହୋଲ୍ଡିଂରେ ସୁରକ୍ଷିତ ରଖା ଯାଇଛି। ସେହିପରି ପାଦଚଲା ଯାତ୍ରୀଙ୍କ ଲାଗି ମାର୍ଗରେ ଥିବା ହୋଲ୍ଡିଂରେ ରହିବାର ବ୍ୟବସ୍ଥା କରାଯାଇଛି।

ସେହିପରି ଜମ୍ମୁ-କାଶ୍ମୀରର ଶ୍ରୀନଗରରୁ କେଦାରନାଥ ଆଡକୁ ଆସୁଥିବା ବାହନଙ୍କ ଯାତାୟତ ବର୍ତ୍ତମାନ ଲାଗି ରୋକି ଦିଆଯାଇଛି। ନିର୍ଦ୍ଦାରିତ ହୋଲ୍ଡି କ୍ଷେତ୍ରରେ ବାହନ ପାର୍କିଂ ବ୍ୟବସ୍ଥା ହୋଇଛି, ଯେପରି କୌଣସି ଦୁର୍ଘଟଣାର ଆଶଙ୍କା ନ ରହେ। ପ୍ରଶାସନ କହିଛି ଯେ ଯେଉଁ ପର୍ଯ୍ୟନ୍ତ ପାଗରେ ସୁଧାର ନ ହୋଇଛି ଓ ଯାତ୍ରାମାର୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ ନ ହୋଇଛି ସେ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରାଯିବ ନାହିଁ।

ଜିଲ୍ଲା ପ୍ରଶାସନ, ପୋଲିସ ଓ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ମିଳିତ ଲଗାତାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅଧିକାରୀମାନେ ଶ୍ରଦ୍ଧାଳୁ ଓ ବାହନ ଚାଳକଙ୍କୁ ପ୍ରଶାସନ ଦ୍ୱାରା ଜାରି ଗାଇଡଲାଇନ ପାଳନ କରିବାକୁ ଅନୁରୋଧ କରିଛନ୍ତି, ଏଥିରେ ସେମାନଙ୍କୁ ଅନାବଶ୍ୟକ ଯାତ୍ରା ନ କରିବାକୁ ଓ ଗୁଜବ ଉପରେ ଧ୍ୟାନ ନଦେବାକୁ କୁହାଯାଇଛି। ପ୍ରଶାସନ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛି ଓ ଏଥି ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ଅଧିକାରୀ କହିଛନ୍ତି। ଲଗାତାର ଖରାପ ପାଗ ସତ୍ତ୍ୱେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କତା ଓ ସାହସିକତାର ସହିତ ଯାତ୍ରା ପ୍ରବନ୍ଧନରେ ଲାଗିଛି।