ମୁମ୍ବାଇ ୦୪।୧୧ : ରାଜେଶ ଖନ୍ନାଙ୍କୁ ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର କୁହାଯାଏ । ରାଜେଶ ଖାନ୍ନା ସେହି ସମୟ ଏବଂ ସେହି ଷ୍ଟାରଡମ୍ ଦେଖିଥିଲେ ତାହା ନା ତାଙ୍କ ପୂର୍ବରୁ ଏବଂ ତାଙ୍କ ପରେ କୌଣସି ଅଭିନେତାଙ୍କୁ ଭାଗ୍ୟ ହୋଇଛି । ମାତ୍ର କ୍ୟାରିୟରର ଶୀର୍ଷକୁ ଆସିବା ପରେ ରାଜେଶ ଖାନ୍ନା ଅଚାନକ ଖରାପ ସମୟର ବି ସାମ୍ନା କରିଥିଲେ । ଏବେ ତାଙ୍କୁ ନେଇ ଫିଲ୍ମ ମେକର କେସି ବୋକାଡିୟା ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ରାଜେଶ ଖାନ୍ନାଙ୍କୁ ନିଜ ପ୍ରଡ୍ୟୁସର୍ସଙ୍କୁ ନଜର ଅନ୍ଦାଜ୍ କରିବା ଅଫସୋସ ଥିଲା । ରାଜେଶ ଖାନ୍ନା ନିଜ ଶେଷ ଦିନରେ ପ୍ରାୟ ଏକାକୀ ପଡ଼ିଯାଇଥିଲେ ।

ନିକଟରେ କେସୀ ବୋକାଡିୟା ଏକ ସାକ୍ଷାତକାରରେ ରାଜେଶ ଖାନ୍ନାଙ୍କୁ ନେଇ ବି କଥା କହିଛନ୍ତି । ସେ ସେହି ସମୟକୁ ମନେ ପକାଇଛନ୍ତି ଯେତେବେଳେ ରାଜେଶ ଖାନ୍ନା ତାଙ୍କୁ ନିଜ ଘରକୁ ଖାଇବାକୁ ଡକାଇଥିଲେ । ସେତେବେଳେ ରାଜେଶ ଖାନ୍ନା ନିଜେ କେସୀ ବୋକାଡିୟାଙ୍କ ଲାଗି ତାଙ୍କ ପସନ୍ଦିତା ଖାଦ୍ୟ ବନାଇଥିଲେ । କେସୀ ବୋକାଡିୟା କହିଛନ୍ତି, ସେହି ସମୟରେ ମୁଁ ମାଡ୍ରାସରେ ରହୁଥିଲି । ମୋତେ ବଡ଼ ସମ୍ମାନର ସହ ଘରକୁ ଖାଇବାକୁ ଡାକିଥିଲେ ଏବଂ କହିଥିଲେ କି ବୋକାଡିୟା ସାହେବ ଆପଣଙ୍କ ଲାଗି ଏକ ତରକାରୀ ବନାଇଛି । ବୋକାଡିୟା ଆଗକୁ କହିଛନ୍ତି, ‘ସେ ଜଣେ ସିଂହ ଭଳି ବ୍ୟକ୍ତି ଥିଲେ, କିନ୍ତୁ ସେ କଷ୍ଟ ପାଉଥିଲେ । ସେ କହିଲେ ବୋକାଡିୟା ସାହେବ ଏହା ମୋର ଦୋଷ, ମୁଁ ପ୍ରଯୋଜକମାନଙ୍କୁ ଅଣଦେଖା କରିଥିଲି। ଆଜି ମୋତେ ବି ଦଣ୍ଡ ମିଳୁଛି। 

ସାକ୍ଷାତକାରରେ ଫିଲ୍ମମେକରଙ୍କୁ ପଚରାଯାଇଥିଲା କି ରାଜେଶ ଖାନ୍ନାଙ୍କୁ କ’ଣ ଅସୁବିଧା ହୋଇଥିଲା । ଏହା ଉପର ବୋକାଡିୟା କହିଛନ୍ତି, ଶେଷ ସମୟରେ କେହି ଆସୁନଥିଲେ । ସମ୍ପୂର୍ଣ୍ଣ ଦିନ ଛିଡ଼ା ହେଉଥିଲେ ଲିକିଂ ରୋଡ଼ରେ ଅଫିସ ଥିଲା । ପୂରା ଦିନ ସିଗାରେଟ ପିଉଥିଲେ । କେହି ବି ଆସୁନଥିଲେ ଏଭଳି ଲୋକ କହିଥାନ୍ତି । ‘ ରାଜେଶ ଖାନ୍ନା ୧୯୬୯ ରୁ ୧୯୭୧ପର୍ଯ୍ୟନ୍ତ ଲଗାତର ୧୭ହିଟ୍ ଫିଲ୍ମ ଦେଇ ସୁପରଷ୍ଟାରର ଟ୍ୟାଗ୍ ହାସଲ କରିଥିଲେ। କିନ୍ତୁ, ପରେ ସେ ଏହି ସଫଳତାକୁ ବଜାୟ ରଖିପାରିଲେ ନାହିଁ। ଏହି ଭେଟରାନ ଅଭିନେତାଙ୍କ ମୃତ୍ୟୁ ୧୮ ଜୁଲାଇ ୨୦୧୨ ରେ ମୁମ୍ବାଇରେ କର୍କଟ ରୋଗରେ ହୋଇଥିଲା। ରାଜେଶ ଖାନ୍ନା ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।