ମୁମ୍ଵାଇ ୩୦।୦୬; କ୍ରିକେଟ ଏବଂ ଏଣ୍ଟରଟେନମେଣ୍ଟ ଫିଲ୍ଡକୁ ନେଇ ସବୁବେଳେ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ । ସେ ଲିଙ୍କଅପ ହେଉ କି ବ୍ରେକ୍ଅପ । ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନ। ତାଙ୍କ ବିବାହକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ତାମିଲ ସିନେମା ଏବଂ ବଲିଉଡ଼ ଫିଲ୍ମରେ ନିଜ ମ୍ୟୁଜିକରେ ନିଆଁ ଲଗାଉଥିବା କମ୍ପୋଜର ଅନିରୁଦ୍ଧ ରବିଚନ୍ଦର ସହ ତାଙ୍କର ବିବାହ ହେବାକୁ ଯାଉଛି। ତାଙ୍କ ବିବାହର ଖବର କନଫର୍ମ ହୋଇସାରିଛି । ଅନିରୁଦ୍ଧଙ୍କ ଅଙ୍କଲ ଅଭିନେତା ବାଇ.ଜି.ମହେନ୍ଦ୍ର ତାଙ୍କର ଏବଂ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିବାହ ହେବା ସୁନିଶ୍ଚିତ, ଏଭଳି ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା ଏହାର ପୁରା ଘଟଣା।

ଅନିରୁଦ୍ଧ ଏବଂ କାବ୍ୟା ମାରନଙ୍କ ସମ୍ପର୍କର ଚର୍ଚ୍ଚା ବହୁ ସମୟରୁ ଚାଲୁଥିଲା । ସେ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ମାତ୍ର ଅନିଋଦ୍ଧ ସବୁବେଳେ ଏହି କଥାକୁ ଏଡାଇ ଆସୁଥିଲେ । କିନ୍ତୁ ଏବେ ତାଙ୍କ ସମ୍ପର୍କୀୟ ନିଜେ ସାମ୍ନାକୁ ଆସି ସମ୍ପର୍କର ଖୁଲାସା କରିଛନ୍ତି । ବାଇ.ଜି.ମହେନ୍ଦ୍ର ନିଜ ଭଣଜାର ବିବାହକୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି କି ସେ ବହୁ ସଫ୍ଟ ପିଲା ଅଟନ୍ତି । ଏବେ ତାଙ୍କ ବିବାହର ପ୍ରସ୍ତୁତି ଜାରି ରହିଛି । ଅଭିନେତା ଅନିରୁଦ୍ଧଙ୍କୁ ବିବାହର ଶୁଭେଚ୍ଛା ଦେଇ କହିଛନ୍ତି କି, ମୁ ଏହି ସୁଯୋଗ ଉପରେ ତାଙ୍କୁ ଶୁଭେଚ୍ଛା ଦେବାକୁ ଚାହୁଁଛି । ସେ ଗ୍ରାଣ୍ଡ ୱେଡିଂ କରିବାକୁ ଯାଉଛନ୍ତି । ବାଇ.ଜି.ମହେନ୍ଦ୍ର କହିଛନ୍ତି କି ତାଙ୍କୁ ପରିବାର ଲୋକଙ୍କଠାରୁ ଏହି ବିବାହର ସୂଚନା ମିଳିଛି । ସେ କହିଛନ୍ତି ଯେ, ଯେତିକି ସୂଚନା ମୋ ପାଖରେ ଅଛି, ସେହି ହିସାବରେ ଏହା ସୁନିଶ୍ଚିତ ଯେ ଉଭୟେ ବିବାହ କରିବାକୁ ଯାଉଛନ୍ତି ।

ଅନିରୁଦ୍ଧଙ୍କ ଅଙ୍କଲ କାବ୍ୟା ମାରନଙ୍କ ବିଷୟରେ କିଛି କଥା କହିଛନ୍ତି । ସେ ତାଙ୍କ ପ୍ରଶଂସାରେ କହିଛନ୍ତି କି, ସେ କୌଣସି ସାଧାରଣ ଯୁବତୀ ନୁହଁନ୍ତି । ସେ ଏତେ ବଡ଼ ଆଇପିଏଲ୍ ଟିମ୍ ଏସଆରଏଚକୁ ସମ୍ଭାଳିବାର କ୍ଷମତା ରଖୁଛନ୍ତି। ତାଙ୍କୁ ନିଜ ବାପାଙ୍କଠାରୁ ବ୍ୟବସାୟର ଦାୟିତ୍ବ ଉତ୍ତରାଧିକାରୀ ଭାବେ ମିଳିଛି । ଉଭୟଙ୍କ ଯୋଡ଼ି ଭଲ ଲାଗୁଛି । ଯଦି ଉଭୟେ ଏକା ସାଥିରେ ଆସିବେ ତେବେ ମ୍ୟୁଜିକ ବ୍ୟବସାୟରେ ବି ବଡ଼ ନାମ କମାଇପାରିବେ ।

କେବେ ଓ କେଉଁଠି ହେବ ବିବାହ?

କାବ୍ୟା ମାରନ ଓ ଅନିରୁଦ୍ଧଙ୍କ ବିବାହ କେବେ ଏବଂ କେଉଁଠି ହେବ, ସେନେଇ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏବେ ସମସ୍ତଙ୍କ ନଜର ରହିଛି ଦୁହେଁ କେବେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ଏହା ପୂର୍ବରୁ ମଧ୍ୟ କାବ୍ୟା ମାରନ ଓ ଅନିରୁଦ୍ଧଙ୍କ ଡେଟିଂକୁ ନେଇ ଖବର ସାମ୍ନାକୁ ଆସିଥିଲା। ତେବେ ସେତେବେଳେ ଦୁହିଁଜଣଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିଲା। ବର୍ତ୍ତମାନ ବିବାହ ଚର୍ଚ୍ଚାକୁ ନେଇ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ସରକାରୀ ବୟାନ ଦିଆଯାଇନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୫ରେ ରେଡିଟ୍ରେ ଭାଇରାଲ୍ ହୋଇଥିବା ଏକ ପୋଷ୍ଟରେ ଦାବି କରାଯାଇଥିଲା ଯେ, କାବ୍ୟା ଓ ଅନିରୁଦ୍ଧ ପ୍ରାୟ ଏକ ବର୍ଷ ଧରି ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ତେବେ ଏହି ଦାବିର ସ୍ୱତନ୍ତ୍ର ପୁଷ୍ଟି ହୋଇନାହିଁ।