Katihar Road Accident: ବିହାରର କଟିହାରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଗୁରୁତର ହୋଇଛନ୍ତି । NH-31 ର ବସଗଡା ଛକ ନିକଟ ଦତପୁର ମୁସାହାରି ନିକଟରେ ବସ୍ ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣାସ୍ଥଳ ଦେଇ ଅତିକ୍ରମ କରୁଥିବା ଦୁଇଟି ମୋଟର ସାଇକେଲରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁସାରେ, ହରଦାରୁ ପୂର୍ଣ୍ଣିଆ ଯାଉଥିବା ବସ୍ର ଡ୍ରାଇଭର ମଦ୍ୟପାନ କରିଥିଲେ ଏବଂ ସେ ପୂର୍ବରୁ ଅନେକ ଗଡ଼ିକୁ ଧକ୍କା ଦେଇଥିଲେ । ବସ୍ଟି ଦତପୁର ମୁସାହାରି ଛକ ନିକଟରେ ପହଞ୍ଚିବା ମାତ୍ରେ ଏହା ସାମ୍ନାପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ସମୟରେ ଅତିକ୍ରମ କରୁଥିବା ଦୁଇଟି ବାଇକ ସହ ପିଟି ହୋଇଥିଲା ଦୁର୍ଘଟଣାଗ୍ରସ୍ତ ଗାଡ଼ି ।

ଘଟଣାସ୍ଥଳରେ ପୋଲିସ ମୁତୟନ

ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ । ଏତେ ଭୟଙ୍କର ଦୁର୍ଘଟଣା ଏବଂ ୧୦ ଜଣଙ୍କ ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ଭୟଙ୍କର ଦୁର୍ଘଟଣା

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି, ୨୫ ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ବସ୍ ସିଧା ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଲୋକମାନେ ସୂଚନା ଦେଇଛନ୍ତି ଯେ, ବସ୍ ଡ୍ରାଇଭର ମଦ୍ୟପାନ କରିଥିଲେ। ଦୁର୍ଘଟଣାରେ ଦୁଇଟି ବାଇକ୍ ମଧ୍ୟ ଧକ୍କା ଖାଇଥିଲା, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଲୋକମାନେ କହିଛନ୍ତି ଯେ, ଦୁର୍ଘଟଣା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ଆହତମାନଙ୍କୁ ସାହାଯ୍ୟ କରିବା ପାଇଁ ଭିଡ଼ ଜମା ହୋଇଥିଲା।