ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଜଳ ସଂକଟ ଦୂର କରିବାକୁ କର୍ଣ୍ଣାଟକକୁ ରିଲିଫ ଦେଲା କେନ୍ଦ୍ର

Published By : Prameya-News7 Bureau | April 27, 2024 IST

indiatoday

ବେଙ୍ଗାଲୁରୁ: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କର୍ଣ୍ଣାଟକକୁ ମିଳିଲା ଜାଳାଭାବ ରିଲିଫ। ରାଜ୍ୟରେ ଭୂତଳ ଜଳ ସ୍ତର ହ୍ରାସ ପାଇବାରୁ ସୁସ୍କ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକକୁ ୩,୪୯୮.୮୨ କୋଟି ରିଲିଫ ଦେବାକୁ ରାଜି ହୋଇଛନ୍ତି। ଭୂତଳ ଜଳକୁ ପୁଣିଥରେ ଭରିବା ପାଇଁ କେନ୍ଦ୍ର ସରକାର ଏହି ରିଲିଫ ପାଣ୍ଠି ଦେଇଛନ୍ତି ବୋଲି ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ସୂଚନା ଦେଛନ୍ତି। 

ସେ କହିଛନ୍ତି ଯେ ରାଜ୍ୟକୁ ୩,୪୯୮..୮୨ କୋଟିର ସୁସ୍କ ରିଲିଫ ମିଳିବ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଫଣ୍ଡ ଜାରି କରିବାକୁ ରାଜି ହୋଇଛି। ବିପର୍ଯ୍ୟୟ ପରିଚାଳନା ରିଲିଫ ପାଇଁ କର୍ଣ୍ଣାଟକ ସରକାରଙ୍କୁ ଦୀର୍ଘଦିନ ଧରି କେନ୍ଦ୍ର ସରକାରଙ୍କ ସହ ଲଢ଼େଇ କରିବାକୁ ପଡ଼ିଥିଲା। ଏକାଧିକ ପିଟିସନ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହା ସମ୍ଭବ ହୋଇଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଏକ୍ସରେ ପୋଷ୍ଟ କରି ସିଦ୍ଦରମେୟା ଲେଖିଛନ୍ତି “ବୋଧହୁଏ ଏହା ଭାରତ ଇତିହାସର ପ୍ରଥମ ଥର ହେଲା ଯେ ଏକ ରାଜ୍ୟକୁ ତା’ର ହକ୍ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଲା। ସୁପ୍ରିମକୋର୍ଟ ବେଲ୍‌ ବଜାଇବା ପରେ ଶେଷରେ ଯାଇ ଗୃହମନ୍ତ୍ରଣାଳୟର ନିଦ ଭାଙ୍ଗିଲା।”  

ଏହି ରିଲିଫ ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ଏତିକି ପାଣ୍ଠି ଯଥେଷ୍ଟ ନୁହେଁ। କାରଣ ରାଜ୍ୟ ୧୮,୦୦୦ କୋଟି ଦାବି କରିଥିଲା। ହେଲେ ମାତ୍ର ୩୪୯୮.୯୮ କୋଟି ମିଳିଛି। ଏହା ସମ୍ପୂର୍ଣ୍ଣ ଅପର୍ଯ୍ୟାପ୍ତ ବୋଲି ସିଦ୍ଦରମେୟା କହିଛନ୍ତି। 

ପଢ଼ନ୍ତୁ- ଶାନ୍ତ ଲୋହିତ ସାଗର ପୁଣି ଅଶାନ୍ତ; ବାଣିଜ୍ୟିକ ଜାହାଜକୁ ହୁତି ଗୋଷ୍ଠୀଙ୍କ ଟାର୍ଗେଟ୍, ୩ଟି ମିସାଇଲ୍ ମାଡ଼
ଏହି ଘଟଣାକୁ ନେଇ ଚଳିତ ମାସର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ବିତର୍କ ହୋଇଥିଲା। କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ସହ ଧୋକା ଓ ଅନ୍ୟାୟ କରୁଛନ୍ତି ବୋଲି ସିଦ୍ଦରମେୟା କହିଥିଲେ। ହେଲେ ଶାହ କହିଥିଲେ ରାଜ୍ୟ ରିଲିଫ ପାଇଁ ବିଳମ୍ବରେ ଆବେଦନ କରିବାରୁ ରିଲିଫ୍ ମିଳିପାରି ନାହିଁ। ଘଟଣାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ବେଙ୍ଗାଲୁରୁରେ ଭୟଙ୍କର ଜଳ ସଂକଟ ଦେଖା ଦେଇଥିଲା। ଦୈନିକ ୨,୬୦୦ ମେଗାଲିଟର ଆବଶ୍ୟକ କରୁଥିବା ବେଳେ ଦୈନିକ ୫୦୦ ମିଲିଅନ ଲିଟର ଶର୍ଟ ପଡ଼ୁଥିଲା। ସୂଚନା ଥାଉକି ବର୍ତ୍ତିମାନ ବେଙ୍ଗାଲୁରୁରେ ଥିବା ୧୪୦୦୦ ବୋର ୱେଲ୍‌ ମଧ୍ୟରୁ ୬୯୦୦ ସୁସ୍କ ପଡ଼ିଛି।

 

 

  • Bengaluru
  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.