ଭଦ୍ରକ ୧୦।୫: ଭଦ୍ରକ ଜିଲ୍ଲାର ୪ ଜଣ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ୪ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟ ସଭାପତି ତଥା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଚାନ୍ଦବାଲିରୁ ସମର୍ଥକଙ୍କ ସହ ବାଇକ ଶୋଭାଯାତ୍ରାରେ ଭଦ୍ରକ ପହଞ୍ଚିଥିଲେ । ରାସ୍ତାରେ ସମର୍ଥକଙ୍କ ଭିଡ଼ ପାଇଁ ବାଇକ ଯୋଗେ ଆସି ଡିଆରଡ଼ିଓ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି । ମନମୋହନ ସାମଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଥର ପରିବର୍ତ୍ତନ ପାଇଁ ଭୋଟର ମାନେ ମନସ୍ଥ କରିଛନ୍ତି ।
ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଦକ୍ଷିଣେଶ୍ବର କାଳୀ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସମାନ ଭାବେ ବାସୁଦେବପୁର ବିଜେପି ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ନିଜ ସମର୍ଥକଙ୍କ ସହ ବାସୁଦେବପୁରରୁ ଶୋଭାଯାତ୍ରାରେ ଆସି ଭଦ୍ରକ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ସୁଧାଂଶୁ ନାୟକ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
You Can Read: