ବିବାହର ୨ ଦିନ ପୂର୍ବରୁ ଅନ୍ୟ ଜଣଙ୍କୁ ଡେଟ୍ କରୁଥିଲେ ନେହା, ଅଭିନେତ୍ରୀ ନିଜେ କଲେ ଖୁଲାସା …

Published By : Prameya-News7 Bureau | May 10, 2024 IST

ମୁମ୍ଵାଇ ୧୦।୦୫: ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ତାଙ୍କ ସ୍ଵାମୀ ଅଙ୍ଗଦ ବେଦୀ । ଦୁହେଁ ସେମାନଙ୍କର ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଚର୍ଚ୍ଚାରେ ରୁହନ୍ତି। ନେହା ଏବଂ ଅଙ୍ଗଦ ୨୦୧୮ ରେ ବିବାହ କରିଥିଲେ। ଏହି ଦମ୍ପତି ସେମାନଙ୍କ ବିବାହ ପାଇଁ ଖୁବ୍‌ ଲାଇମ୍‌ଲାଇଟ୍‌କୁ ଆସିଥିଲେ।। ଦୁହିଁଙ୍କ ହଠାତ୍‌ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସମସ୍ତେ ଭାବୁଥିଲେ କାହିଁକି ଏହି ଦମ୍ପତି କାହାକୁ ନ ଜଣାଇ ବିବାହ କଲେ? ୨୦୧୮ ଶେଷରେ, ନେହା ଏବଂ ଅଙ୍ଗଦ ମଧ୍ୟ ପିତାମାତା ହୋଇଥିଲେ ।

 

ମେ ୧୦’ ରେ, ନେହା ଏବଂ ଅଙ୍ଗଦ ସେମାନଙ୍କର ଷଷ୍ଠ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ଅଙ୍ଗଦ ବିବାହ ପାଇଁ ନେହାଙ୍କ ପିତାମାତାଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ ଅନ୍ୟ କାହା ସହିତ ସମ୍ପର୍କ ଥିଲେ। ଏହା ନିଜେ ନେହା ପ୍ରକାଶ କରିଥିଲେ। ଏକ ସାକ୍ଷାତକାର ସମୟରେ ନେହା ତାଙ୍କ ଏବଂ ଅଙ୍ଗଦଙ୍କ ସମ୍ପର୍କ ବିଷୟରେ କହିଥିଲେ।ସେତେବେଳେ ଦୁହେଁ ବନ୍ଧୁ ଥିଲେ, ଅଙ୍ଗଦ ନିଜେ ସ୍ପଷ୍ଟ ନଥିଲେ ଯେ ସେ ତାଙ୍କୁ ପସନ୍ଦ କରନ୍ତି। ଅଭିନେତ୍ରୀ ଆହୁରି କହିଛନ୍ତି ଯେ ଥରେ ସେ ପଞ୍ଜାବରେ ଏକ ଫିଲ୍ମର ସୁଟିଂ କରୁଥିଲେ, ଯେତେବେଳେ ସେ ଅଙ୍ଗଦଙ୍କୁ ଡାକି ତାଙ୍କ ସହିତ ଏକ ଭୂମିକା ବିଷୟରେ କହିଥିଲେ। ଅଙ୍ଗଦ ତୁରନ୍ତ କୌଣସି ପ୍ରଶ୍ନ ନ ପଚାରି ହଁ କହି ଦେଇଥିଲେ । କାହିଁକି ନା ଅଙ୍ଗଦ କେବଳ ତାଙ୍କ ସହିତ କିଛି ସମୟ ବିତାଇବାକୁ ଚାହୁଁଥିଲେ ।

 

ନେହା ଆହୁରି କହିଛନ୍ତି, “ସେହି ସୁଟ୍‌ ପରେ ସେ ମୋର ପିତାମାତାଙ୍କ ପାଖକୁ ଯାଇ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମୋର ଏ ବିଷୟରେ କୌଣସି ଧାରଣା ନଥିଲା! ମୁଁ ଅନ୍ୟ ଜଣଙ୍କୁ ଡେଟିଂ କରୁଥିବା ସମୟରେ ଏହା ଘଟିଥିଲା! ” କିନ୍ତୁ ନେହା ଅଙ୍ଗଦଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର କିଛି ଦିନ ପରେ ହିଁ ଆମେ ବିବାହ କରିଥିଲୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.