ଭଦ୍ରକରେ ନାମାଙ୍କନ ଦାଖଲ କଲେ ୩ ବିଜେଡି ପ୍ରାର୍ଥୀ

Published By : Prameya-News7 Bureau | May 10, 2024 IST

ଭଦ୍ରକ ୧୦।୫: ଭଦ୍ରକ ଜିଲ୍ଲାରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜୁ ଜନତା ଦଳର ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ଭଦ୍ରକ ସହରର ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ସମର୍ଥକଙ୍କ ସହ ବିଶାଳ ଶୋଭଯାତ୍ରାରେ ଆସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଭଦ୍ରକ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ବାଇପାସରୁ ସମର୍ଥକଙ୍କ ସହ ଶୋଭଯାତ୍ରାରେ ଆସିଛନ୍ତି । ଦଳର ବରିଷ୍ଠ ନେତାଙ୍କ ସହ ରୋଡ଼ ଶୋ’ କରି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ମଧ୍ୟ ଚାନ୍ଦବାଲିରୁ ସମର୍ଥକଙ୍କ ସହ ଶୋଭଯାତ୍ରାରେ ବାହାରି ଭଦ୍ରକ ଡିଆରଡ଼ିଓ ଅଫିସ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ବିଜେଡି ୩ ଜଣ ପ୍ରାର୍ଥୀ ନାମାଙ୍କନ ବେଳେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ।

You Can Read:

ଟ୍ରାକ୍ଟରରେ ଯାଇ ପ୍ରାର୍ଥିପତ୍ର ଦାଖଲ କଲେ ନିଆଳିର ସ୍ବାଧୀନ ପ୍ରାର୍ଥୀ ତୃପ୍ତି ରଞ୍ଜନ ବେହେରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.